ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଲିଗୁଡାରେ ନୂତନ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଙ୍କ ଯୋଗଦାନ

କନ୍ଧମାଳ:27/06.(ମନିସ): କନ୍ଧମାଳ ଜିଲ୍ଲା ବାଲିଗୁଡା ଠାରେ ନୂତନ ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବରେ ପ୍ରହଲ୍ଲାଦ ଖୋସ୍ଲା ଯୋଗ ଦେଇଛନ୍ତି ।କୋରାପୁଟ ଜିଲ୍ଲାର ଲକ୍ଷ୍ମୀପୁର ନିକଟରେ ଏକ ଛୋଟ ଆଦିବାସୀ ଗାଁ ଡୋଲିଆମ୍ବର ସୁନା ପୁଅ ଶ୍ରୀ ଖୋସ୍ଲା ପ୍ରାଥମିକ ଶିକ୍ଷକ ଭାବରେ ମାଲକାନଗିରି ଜିଲ୍ଲା ଜାତି ଓ ଜନଜାତି ଉନ୍ନୟନ ବିଭାଗ ଦ୍ୱାରା ପରିଚାଳିତ ପରକନମାଲା ଆଶ୍ରମ ବିଦ୍ୟାଳୟ ରେ ପ୍ରାଥମିକ ଶିକ୍ଷକ ଭାବରେ ଯୋଗଦାନ କରିଥିଲେ l ନିଜ ଉଦ୍ୟମରେ ସେ ବିଇଡି ପାଠ୍ୟକ୍ରମ ସଫଳତାର ସହ ଶେଷ କରି ଓଏଏସ୍ ଅଧିକାରୀ ହେବାପାଇଁ ନିଜସ୍ଵ ଢଙ୍ଗରେ ପ୍ରଚେଷ୍ଟା ଜାରି ରଖିଥିଲେ । ସୂଚନା ଓ ଲୋକସମ୍ପର୍କ ବିଭାଗ ତରଫରୁ ଘୋଷିତ ଅଧିସୂଚନା ଅନୁଯାୟୀ ଶ୍ରୀ ଖୋସ୍ଲା ସଫଳତା ର ସହ ସୂଚନା ଓ ଲୋକସମ୍ପର୍କ ଅଧିକାରୀ ଭାବରେ ନିୟୋଜିତ ହେବା ପାଇଁ ଓପିଏସି ଦ୍ଵାରା ଆୟୋଜିତ ପରୀକ୍ଷା ରେ ସଫଳତା ହାସଲ କରି ବାଲିଗୁଡା ଉପଖଣ୍ଡ ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ ପ୍ରଥମ କରି ଯୋଗ ଦେଇଛନ୍ତି । ଯୋଗ ଦେବା ପରେ ଉପଜିଲ୍ଲାପାଳଙ୍କୁ ସାକ୍ଷାତ କରିବା ସହ ବର୍ତ୍ତମାନ ବାଲିଗୁଡା ଉପଖଣ୍ଡର ସୂଚନା ଓ ଲୋକ ସମ୍ପର୍କ ବିଭାଗର ଭାରପ୍ରାପ୍ତ ଅଧିକାରୀ ରୂପେ ଦାୟିତ୍ଵ ତୁଲାଉଥିବା ସ୍ଥାନୀୟ ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଅତିରିକ୍ତ ଜିଲ୍ଲାପାଳ ବନମାଳୀ ଶତପଥୀ ଙ୍କ ଠାରୁ ଦାୟିତ୍ଵ ଗ୍ରହଣ କରିଛନ୍ତି । ଦୀର୍ଘ ଦିନ ଧରି ଏହି ପଦବୀଟି ଖାଲି ରହିଥିଲା । ଶ୍ରୀ ଖୋସ୍ଲା ଏହି ପଦବୀରେ ଯୋଗଦେବା ପରେ ଜନସାଧାରଣ ଙ୍କ ନିକଟରେ ଉପଯୁକ୍ତ ଭାବରେ ଓ ଉଚିତ ସମୟରେ ସରକାରୀ ସୂଚନା ସବୁ ପହଞ୍ଚି ପାରିବ ସେ ଦିଗରେ ଆପ୍ରାଣ ଉଦ୍ୟମ କରିବେ ବୋଲି କହିଛନ୍ତି । ଏତଦ ବ୍ୟତୀତ ବାଲିଗୁଡା ଉପଖଣ୍ଡ ର ସମସ୍ତ ସାମ୍ବାଦିକ ମାନଙ୍କ ସହ ସମନ୍ୱୟ ରକ୍ଷା କରି ସେ ସୂଚନା ଓ ଲୋକ ସମ୍ପର୍କ ବିଭାଗର ସବୁ କାର୍ଯ୍ୟ ସମ୍ପନ୍ନ କରିବେ ବୋଲି ନିଜ ପ୍ରତିକ୍ରିୟା ରେ ପ୍ରକାଶ କରିଛନ୍ତି l

କନ୍ଧମାଳ ଜିଲ୍ଲାରୁ ସଞ୍ଜୟ କୁମାର ପାଣିଗ୍ରାହୀଙ୍କ ରିପୋର୍ଟ

Related posts

ବିରେନ୍ଦ୍ର ବାଗ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସଭାପତି ମନୋନୀତ

masiha

ଲଙ୍କେଶ୍ୱରୀ କ୍ଳବରେ ସାଧାରଣତନ୍ତ୍ର ଦିବସ ପାଳିତ

Sunil Chandra Nayak

ବନ୍ଧୁଗାଁ ଗୋଷ୍ଟି ସ୍ବାସ୍ଥ୍ୟ କେନ୍ଦ୍ରକୁ କାୟା କଳ୍ପ ନିର୍ଦ୍ଧାରଣ କମିଟିର ପରିଦର୍ଶନ

Sunil Chandra Nayak

Leave a Comment

error: Content is protected !!