ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଟ୍ରାକ୍ଟର ଦୁର୍ଘଟଣା ରେ ଏନ୍ ଏ ସି ଡ୍ରାଇଭର୍ ମୃତ

ଜୁନାଗଡ଼,୩୦/୬(ମ ନି ସ) ଜୁନାଗଡ ଏନ୍ ଏ ସି ରେ କାର୍ଯ୍ୟ କରୁଥିବା ଟ୍ରାକ୍ଟର ଡ୍ରାଇଭର୍ ଡପିଙ୍ଗ ୟାର୍ଡ଼ ରେ ଦୁର୍ଘଟଣା ହୋଇ ଟ୍ରାକ୍ଟର ଚକ ତଳେ ଚାପି ହୋଇ ଘଟଣା ସ୍ଥଳରେ ମୃତ ହୋଇ ଯାଇଛି l ମୃତ ବରଣ କରିଥିବା ଡ୍ରାଇଭର୍ ସୁଶିଲ ସିଂହ (୩୫) ଦୀର୍ଘ ଦିନ ରୁ ଏନ୍ ଏ ସି ର ସଫେଇ ରେ ନିୟୋଜିତ ଟ୍ରାକ୍ଟର ରେ ଡ୍ରାଇଭର୍ ଭାବେ କାର୍ଯ୍ୟରତ ଥିଲେ l ଶୁକ୍ର ବାର ଏନ୍ ଏ ସି ଡ ମପିଙ୍ଗ ୟାର୍ଡ଼ ରେ ଅଳିଆ ଆବର୍ଜନା ନେଇ ଅନଲୋଡ କରୁଥିବା ବେଳେ ଟ୍ରାକ୍ଟର ରୁ ଛିଟିକି ପଡି ତଳେ ପଡି ଚକ ତଳେ ଚାପି ହୋଇ ଯାଇଥିଲେ l ଫଳ ରେ ଘଟଣା ସ୍ତଳ ରେ ତାଙ୍କ ମୃତ୍ୟୁ ହୋଇଥିଲା l ତୁରନ୍ତ ଘଟଣା ସ୍ତଳ ରେ ଏନ୍ ଏ ସି ଅଧିକାରୀ ଓ ପୁଲିସ ପହଂଚି ତାଙ୍କୁ ଉଦ୍ଧାର କରି ଜୁନାଗଡ ଡାକ୍ତର ଖାନା କୁ ଆଣିଥିଲେ l ସେଠାରେ ଡ଼ାକ୍ତର ତାକୁ ମୃତ ଘୋଷଣା କରିଥିଲେ l ଏ ସଂକ୍ରାନ୍ତରେ ଜୁନାଗଡ ଥାନା ରେ ଏକ ମାମଲା ରୁଜୁ ହୋଇ ଶବ ବ୍ୟବଚ୍ଛେଦ କରାଯିବ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି lସେ ପରିବାର ଏକ ମାତ୍ର ରୋଜଗାର କ୍ଷମ ବ୍ୟକ୍ତି ଥିଲେ l ମୃତ ସୁଶିଲ ସିଂହ ଙ୍କ ଦୁଇ ଛୋଟ୍ ପୁଅ ଅଛନ୍ତି l ସେ ଅତ୍ୟନ୍ତ ଗରିବ ଶ୍ରେଣି ର ହୋଇଥିବା ରୁ ପରିବାର କୁ ଉପଯୁକ୍ତ କ୍ଷତି ପୂରଣ ଦେବାକୁ ପରିବାର ପକ୍ଷରୁ ଦାବି ହୋଇଛି l

ଜୁନାଗଡ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ 

Related posts

ରାଇରଙ୍ଗପୁରରେ ଓଡ଼ିଶା ଡ଼୍ରାଇଭର ମହାସଂଘ ଆନୁକୁଲ୍ୟରେ ତୃତୀୟ ପ୍ରତିଷ୍ଠା ଦିବସ

ସ୍ବର୍ଗତ ଫକୀର ମୋହନ ମିଶ୍ର ଙ୍କ ଆଜି ପୁଣ୍ୟ ତିଥିରେ ମନେ ପକାଉଛନ୍ତି ଅଞ୍ଚଳବାସୀ

କନ୍ଦାଗଡ଼ ଠାରେ ମହାବିଷ୍ଣୁ ଯଜ୍ଞ ଉଦଯାପିତ

masiha

Leave a Comment

error: Content is protected !!