ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦିନ ଅବା ରାତି ହାତୀର ରାଜ , ୧ ମୃତ ,ଶୋଇଛି ବନବିଭାଗ

ଢେଙ୍କାନାଳ ଜିଲ୍ଲା ଷଡ଼ଙ୍ଗୀ ବନଖଣ୍ଡ ଅନ୍ତର୍ଗତ ଯୋରନ୍ଦା ସେକ୍ସନ ଅନ୍ତର୍ଗତ ସୋଗରପଶି ପଞ୍ଚାୟତର ପାରିଖେଦା ଗ୍ରାମର ଚନ୍ଦନ ନାଏକ ନାମକ ଯୁବକ ବୟସ ୨୬ ବର୍ଷ ସାଇକେଲ ରେ ଯାଉଥିବା ସମୟରେ ସକାଳ 8 ଘଟିକା ସମୟରେ ହାତୀ ଆକ୍ରମଣରେ ମୃତ୍ୟୁ ଘଟିଛି l ତାଙ୍କୁ ସ୍ଥାନୀୟ ଅଟୋ ଯୋଗେ ଢେଙ୍କାନାଳ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି l ବାରମ୍ବାର ହାତୀ ଆକ୍ରମଣ ଯୋଗୁ ଗ୍ରାମବାସୀ ଭୟଭୀତ ଅଛିନ୍ତି l ଦିନକୁ ଦିନ ହାତୀ ଉପଦ୍ରବ ଅଞ୍ଚଳରେ ବଢିବା ରେ ଲାଗିଛି ଓ ଏହା ଚିନ୍ତାର ବିଷୟ ପାଲଟିଛି। ବନବିଭାଗଙ୍କୁ ଅନୁରୋଧ କରୁଛନ୍ତି ଅଞ୍ଚଳବାସୀ ୨୪ ଘଣ୍ଟିଆ ପେଟ୍ରୋଲିଂ ବ୍ୟବସ୍ଥା କରିବା ସହ ତୁରନ୍ତ ନରହନ୍ତା ହାତୀକୁ କାବୁକରୀ କପିଳାସ ହାତୀ ଉଦ୍ଧାର କେନ୍ଦ୍ରରେ ରଖିବାପାଇଁ ଦାବୀ ହୋଇଛି l ଏହାକୁ ତୁରନ୍ତ ସମାଧାନ ନକଲେ ଆଗାମୀ ଦିନରେ ସହ ସହ ଚାଷୀ ଭାଇ ମାନଙ୍କ ସହ ଜିଲ୍ଲାପାଳ ଓ ବନଖଣ୍ଡ DFO କାର୍ଯ୍ୟାଳୟ ଘେରାଉ କରିବାପାଇଁ ନିଷ୍ପତି ନେଇଛନ୍ତି l ଏଥିପ୍ରତି ଦୃଷ୍ଟି ଦେଇ ତୁରନ୍ତ ଏଠାରୁ ହାତୀ ମାନଙ୍କୁ ଘଉଡ଼ାଇବାକୁ ପଦେକ୍ଷପ ନେବାକୁ ଗ୍ରାମବାସୀ ଦାବୀ କରିଛନ୍ତି ।

ଢେଙ୍କାନାଳ ଗଁଦିଆ ରୁ ତାପସଦାସ ଙ୍କ ରିପୋର୍ଟ ମସିହା ନିଉଜ

Related posts

ବାରବାଟୀରେ ବନ୍ଦ ହୋଇଗଲା ଫ୍ଲଡ ଲାଇଟ୍ ଅଧାରୁ ବନ୍ଦ ହେଲା ମ୍ୟାଚ 

masiha

ଦଲକି ଗ୍ରାମରେ ‘ ହୋ ଗାଲାଙ୍ଗ ସ୍ଥାପନା ଦିବସ’ ଅବସରରେ ରାଜ୍ୟ ଜଙ୍ଗଲ ଓ ପରିଵେଶ ମନ୍ତ୍ରୀ ଙ୍କ ଯୋଗଦାନ 

masiha

ଏସ ଡବ୍ଲୁ ଏଫ୍ ଆଇ ର ୧୦ ମ ସର୍ବଭାରତୀୟ ସମ୍ମିଳନୀ ସେପ୍ଟେମ୍ବର ୬-୭ ଦୁଇଦିନ ଧରି ରାଉରକେଲା ଅନୁଷ୍ଠିତ କରିବା ପାଇଁ ଅଭ୍ୟର୍ଥନା କମିଟି ଗଠିତ

Sunil Chandra Nayak

Leave a Comment

error: Content is protected !!