ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଡୋକାରିଚଞ୍ଚରା ରେ ଉନ୍ନୟନ କାର୍ଯ୍ୟ ସମୀକ୍ଷା କଲେ ଦକ୍ଷିଣ ବନଖଣ୍ଡ ଅଧିକାରୀ

କୋକସରା,୧୬ା୩ – କୋକସରା ବ୍ଲକ ଦକ୍ଷିଣ ବନଖଣ୍ଡ ଅଧିନରେ ଥିବା ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଅବସ୍ଥିତ କଳାହାଣ୍ଡି ଜିଲ୍ଲାର ଅନ୍ୟତମ ପର୍ଯ୍ୟଟନ ସ୍ଥଳି ଗୁଡାହାଣ୍ଡି ଡୋକାରିଚଞ୍ଚରା ରେ ବନ ବିଭାଗ ଅଧୀନରେ ଚାଲିଥିବା ଉନ୍ନୟନ କାମ ର ପରିଦର୍ଶନ ଓ ସମୀକ୍ଷା କରିଛନ୍ତି ଦକ୍ଷିଣ ବନଖଣ୍ଡ ଜିଲ୍ଲା ଅଧିକାରୀ ଦୟାନନ୍ଦ ଗଜାନନ ଲାଦେ । ତାଙ୍କ ସହ ଏସିଏଫ୍ ଦକ୍ଷିଣ ବନଖଣ୍ଡ ଅନିଲ କୁମାର ରାୟ, ଧର୍ମଗଡ ବନପାଳ ଭବାନୀ ଶଙ୍କର କୁବର, ବେହେରା ଫରେଷ୍ଟର ଫାଲ୍ଗୁନୀ ମେହେର ଉପସ୍ଥିତ ରହିଥିଲେ । ଗୁଡାହାଣ୍ଡି ଡୋକାରିଚଞ୍ଚରା ଉନ୍ନୟନ କମିଟି ସଭାପତି ଭଦ୍ରେଶ୍ୱର ପାତ୍ର, କାର୍ଯ୍ୟକାରୀ ସଭାପତି ଜିତେନ୍ଦ୍ର ପ୍ରଧାନୀ, ଉପ ସଭାପତି ଅଇରୀ ନାସନ ଚିନ୍ଦା, ସୁଧୀର କୁମାର ପାତ୍ର, ସମ୍ପାଦକ ମଧୁବନ ପାତ୍ର, ଯତୀନ ମାଝୀ ପ୍ରମୁଖ ଉପସ୍ଥିତ ରହି ଜଙ୍ଗଲ ବିଭାଗ ର ଅଧିକାରୀ ଙ୍କୁ ପର୍ଯ୍ୟଟନ ସ୍ଥଳି ର ବିଭିନ୍ନ କାର୍ଯ୍ୟ ର ସମୀକ୍ଷା କରିବା ସହ ଜଙ୍ଗଲ ସୁରକ୍ଷା, ଜଙ୍ଗଲ ବିଭାଗ ଦ୍ୱାରା ହେଉଥିବା ନିର୍ମାଣାଧୀନ କାର୍ଯ୍ୟ ରେ ଉନ୍ନୟନ ସମିତି ସହ ସମନ୍ୱୟ ରଖିବା ପାଇଁ ଆଲୋଚନା ହୋଇଥିଲା ଓ ବିଭିନ୍ନ ସ୍ଥାନ ରେ ପାର୍କିଂ, ଶିଶୁ ଉଦ୍ୟାନ, ଫୁଲ ବଗିଚା, ଭୈରବଧାର ଓ ଡୋକରିଦର ଜଳପ୍ରପାତ କୁ ରାସ୍ତା ସମେତ ପର୍ଯ୍ୟଟନ ସ୍ଥଳି ରେ ସ୍ୱଚ୍ଛତା ପାଇଁ ଆବର୍ଜନା କୁଣ୍ଡ ନିର୍ମାଣ କରିବାକୁ ଅଧିକାରୀ ଙ୍କ ସହ ଆଲୋଚନା କରିଛନ୍ତି । ଆଗାମୀ ଦିନ ରେ ପର୍ଯ୍ୟଟନ ସ୍ଥଳି ର ଉନ୍ନତି ଉପରେ ଜଙ୍ଗଲ ବିଭାଗ ପକ୍ଷରୁ ଯଥାସମ୍ଭବ ଉନ୍ନୟନ କାର୍ଯ୍ୟ କରାଯିବ ବୋଳି ଡି.ଏଫ.ଓ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି । ମ ନି ସ 

Related posts

ପେଟ୍ରୋଲିଂଗବେଳେ ଗଞ୍ଜେଇଜବତ ପେଡଲର ଗିରଫ

Sunil Chandra Nayak

ନବରଙ୍ଗପୁର ଜିଲ୍ଲା ରେ ବ୍ୟାପିଲା ଝାଡ଼ାବାନ୍ତି ,ପହଂଚିଲା ଡାକ୍ତରୀ ଦଳ

Sunil Chandra Nayak

ଜ୍ୟୋତ୍ସ୍ନା ରାଣୀ ଦେବୀ ଙ୍କ କବିତା ଯାହାକୁ ଯେଉଁ ଥାନ

Sunil Chandra Nayak

Leave a Comment

error: Content is protected !!