ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବୃକ୍ଷ ହିଁ ସକଳ ଶକ୍ତି ର ଆଧାର , ବୃକ୍ଷ ହିଁ ଜୀବନ

 ଢେ଼ଙ୍କାନାଳ( ମ ସୀ ହା)ପବିତ୍ର ବନମହୋତ୍ସବ ସପ୍ତାହ ପାଳନ ଅବସରରେ ହିନ୍ଦୋଳ କଲ୍ୟାଣ ସଂଗଠନ ତଥା ଅନୁବନ୍ଧିତ ଶ୍ରଦ୍ଧା ଶକ୍ତି ସେବା ସଂସ୍ଥାନ (ଜନ ମଙ୍ଗଳ) ରାସୋଳର ମିଳିତ ଆନୁକୂଲ୍ୟରେ ଆଜି ଜୁଲାଇ ଏକ ତାରିଖରେ ଉଦଘାଟିତ ହୋଇଯାଇଛି।ଏହା ଆସନ୍ତା ୭ ତାରିଖ ପର୍ଯ୍ୟନ୍ତ ପାଳନ କରାଯିବ।ବନମହୋତ୍ସବ ସପ୍ତାହର ପ୍ରଥମ ଦିବସରେ ଜନମଙ୍ଗଳ ରାସୋଳ ସଂଗଠନର ପ୍ରତିଷ୍ଠାତା ବିଭୁପ୍ରସାଦ ଶତପଥୀଙ୍କର ପ୍ରତ୍ୟକ୍ଷ ତତ୍ତ୍ବାବଧାନରେ ସଂଗଠନର ଉପଦେଷ୍ଟା ତଥା ସେବକ ସେବିକା ଭାଇଭଉଣୀମାନଙ୍କ ସହଯୋଗରେ ରାସୋଳ ଗ୍ରାମର ଦେଉଳସାହି ସ୍ଥିତ ସାଗର ବନ୍ଧହୁଡାରେ ଦଶ ଟି ଆମ୍ବ ଚାରା ରୋପଣ କରାଯିବା ସହିତ ପୂର୍ବ ବର୍ଷ ରୋପଣ କରାଯାଇଥିବା ବେଲ,ଟଗର ଆଦି ବୃକ୍ଷ ର ଯତ୍ନ ନିଆଯାଉଛି।ବୃକ୍ଷପ୍ରେମୀ ମାନଙ୍କୁ ମଧ୍ୟ କିଛି ଚାରା ବଣ୍ଟନ କରାଯିବା ସହିତ ଏହି କାର୍ଯ୍ୟକ୍ରମ ପ୍ରତ୍ୟୈକ ଦିନ ଜାରି ରହିବା ସଂଗେ ସଂଗେ ଆଞ୍ଚଳିକ ସ୍ତରରେ ବୃକ୍ଷ ରୋପଣ ବୃଦ୍ଧି ନିମନ୍ତେ ସଚେତନତା କାର୍ଯ୍ୟକ୍ରମ ତଥା ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର,ରାସୋଳ ଉଚ୍ଚ ବିଦ୍ୟାଳୟ ର ଛାତ୍ର ଛାତ୍ରୀ ମାନଙ୍କ ମଧ୍ୟରେ ବନୀକରଣ ବିଷୟବସ୍ତୁ କୁ ନେଇ ପ୍ରବନ୍ଧ ପ୍ରତିଯୋଗିତା ହେବ।ପରିଶେଷ ରେ ୭ ତାରିଖ ଦିନ ଏକ ବିଶେଷ ସଭାର ଆୟୋଜନ କରାଯାଇ ବହୁ ମାନ୍ଯଗଣ୍ଯ ବ୍ଯକ୍ତିବିଶେଷ ମାନଙ୍କର ଉପସ୍ଥିତିରେ ବନୀକରଣର ସଚେତନତା ବାର୍ତ୍ତା ସାଙ୍ଗକୁ ହିନ୍ଦୋଳ ବ୍ଲକ ସ୍ତରରେ ଚଳିତ ମାଟ୍ରିକ ପରୀକ୍ଷାରେ ସର୍ବୋଚ୍ଚ ନମ୍ବର ରଖିଥିବା ୫ ଜଣ ମେଧାବୀ ଛାତ୍ରଛାତ୍ରୀଙ୍କୁ ତଥା ପିତାମାତାଙ୍କୁ ପ୍ରଶଂସା ପତ୍ର ପ୍ରଦାନ ସହ ସମ୍ବର୍ଦ୍ଧିତ କରାଯିବା।ପ୍ରବନ୍ଧ ପ୍ରତିଯୋଗିତାରେ କୃତୀତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀଙ୍କୁ ମାନପତ୍ର ସହ ପୁରସ୍କୃତ ମଧ୍ୟ କରାଯିବ।

    ସଂଗଠନ ର ଏତାଦୃଶ କାର୍ଯ୍ୟ ଆଞ୍ଚଳିକ ସ୍ତର ରେ ବହୁ ପ୍ରଭାବ ପକାଇବା ସହିତ ବହୁ ସରକାରୀ ବେସରକାରୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ତଥା ସ୍ବେଚ୍ଛାସେବୀ ଗଣ ସହଯୋଗ ର ହାତ ବଢାଇବା ସଂଗେ ସଂଗେ ବନମହୋତ୍ସବ ସପ୍ତାହ କୁ ମିଳିତ ଭାବେ ସଫଳ ରୂପାୟନ ଦେବେ ବୋଲି ଆଶା ରଖନ୍ତି ସଂଗଠନ ର ପ୍ରତିଷ୍ଠାତା ତଥା ଉପଦେଷ୍ଟା ଗଣ। 

ଢେ଼ଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

କୁମ୍ଭୀରଦା ସରକାରୀ ଉଚ୍ଚ ବିଦ୍ୟାଳୟରେ ଡେପୁଟେସନରେ ଯାଇଥିବା ଶିକ୍ଷକ ପ୍ରତ୍ୟାବର୍ତ୍ତନ ଦାବି ନେଇ ଛାତ୍ରଛାତ୍ରୀଙ୍କ ଧାରଣା ଓ ଫାଟକରେ ତାଲା

masiha

ଜୁଲାଇ ୧୦ ରୁ ୨୫ ତାରିଖ ପର୍ଯ୍ୟନ୍ତ ମୟୂରଭଞ୍ଜ ଜିଲ୍ଲାର ସମସ୍ତ୨୬ ଟି ବ୍ଲକରେ ଏସ ଆଇ ଏସ ଇଣ୍ଡିଆ ଲିଃ,କଟକ ଆନୁକୁଲ୍ୟରେ ନିଯୁକ୍ତି ଶିବିର

ଗୋଲାମୁଣ୍ଡା ବ୍ଲକ ଗଣ୍ଡାମେର ଗ୍ରାମ ପ୍ରାଥମିକ ବିଦ୍ୟାଳୟ କୁ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଭାବେ ଉନ୍ନୀତ କରଣ

Sunil Chandra Nayak

Leave a Comment

error: Content is protected !!