ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ସାମ୍ବାଦିକ ସଙ୍ଘର କାର୍ଯକାରିଣୀ ବୈଠକ

କଳାହାଣ୍ଡି ତା ୦୨/୦୭/୨୦୨୩ ଗଣତନ୍ତ୍ରର ଚତୁର୍ଥ ସ୍ତମ୍ଭ ରାଜ୍ୟରେ ଦୁର୍ଦ୍ଦିନରେ ଗତି କରୁଛି । ଏକ ଗଣତାନ୍ତ୍ରିକ ରାଷ୍ଟ୍ରରେ ଗଣତନ୍ତ୍ରର ଜାଗ୍ରତ ପ୍ରହରୀ ମାନଙ୍କର ଏପରି ଅବସ୍ଥା ଗଣତନ୍ତ୍ର ପାଇଁ ଶୁଭଙ୍କର ନୁହେଁ । ଆଜି କଳାହାଣ୍ଡି ସାମ୍ବାଦିକ ସଂଘ ଏସୟୁଜେ ଓଡ଼ିଶା ର କଳାହାଣ୍ଡି ଜିଲ୍ଲା ଶାଖା ଦ୍ୱାରା ଜୁନାଗଡ଼ ଆର ଏମ ସି ସଭାଗୃହରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ମହମ୍ମଦ ଅଲ୍ଲିଙ୍କ ନେତୃତ୍ୱରେ ରାଜ୍ୟ ଉପ ସଭାପତି ଦୁଷ୍ମନ୍ତ କୁମାର ପଣ୍ଡା ସାମ୍ବାଦିକ ମାନଙ୍କ ସୁରକ୍ଷା ନେଇ ଆଲୋଚନା କରିଥିଲେ । ଏହି କାର୍ଯ୍ୟକ୍ରମରେ ସଂଘର ଜିଲ୍ଲା ଉପ ସଭାପତି ରାମ କୁମାର ସେନାପତି,ତୁଳାମଣି ନାଗ,ବରିଷ୍ଠ ସଦସ୍ୟ ରଘୁମଣି ପୁଝାରି,ଅମଜାଦ ଖାନ,ମହିପାଳ ମହାନନ୍ଦ,ରଜନୀକାନ୍ତ ଛତ୍ରୀଆ,ହରିହର ଛତ୍ରୀଆ,ଈଶ୍ୱର ପଟେଲ,ଦୁର୍ଯ୍ୟୋଧନ ମାଝୀ,ଖୀରସିନ୍ଧୁ ପଟେଲ ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ । ଆଗାମୀ ଦିନରେ ସଂଘ ର ଜିଲ୍ଲା ସ୍ତରୀୟ କାର୍ଯ୍ୟ କ୍ରମ କରିବା ପାଇଁ ଆଲୋଚନା ହୋଇଥିଲା। କଳାହାଣ୍ଡି ଜିଲ୍ଲା ସାଧାରଣ ସମ୍ପାଦକ ରାଜ୍ୟ କାର୍ଯ୍ୟ କାରିଣୀ ସଦସ୍ୟ ଜଗମୋହନ ପଟ୍ଟନାୟକ ଆଗାମୀ ଦିନରେ ସଂଘର କାର୍ଯ୍ୟକ୍ରମ ପାଇଁ କାର୍ଯ୍ୟ ଖସଡ଼ା ଘୋଷଣା କରିଥିଲେ ।

ବରିଷ୍ଠ ସାମ୍ବାଦିକ ଦୁଷ୍ମନ୍ତ କୁମାର ପ୍ରଧାନ ଙ୍କ ରିପୋର୍ଟ 

Related posts

ସାମ୍ବାଦିକ ମାନଙ୍କୁ ଫୁଲଚାରା ବଣ୍ଟନ କଲେ ବ୍ଲକ ଅଧ୍ଯକ୍ଷା

masiha

୧୮ ତମ ପ୍ରବାସୀ ଭାରତୀୟ ଦିବସ ପାଳିତ

masiha

ଜନ ସୂଚନା ଅଧିକାରୀଙ୍କ ଅବହେଳା ,ଅପିଲ ପରେ ବି ଆବେଦନ କାରୀଙ୍କ ହାତ ଖାଲି 

Leave a Comment

error: Content is protected !!