ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନିଜ ଅଧିକାର ନିଜକୁ ଦିଅ , ଏକ ବୈଠକ ଅନୁଷ୍ଠିତ 

ବନ୍ଧୁଗାଁ ତା,୩/୭/୨୩, // କୋରାପୁଟ ଜିଲ୍ଲା ଅନ୍ତର୍ଗତ ସାନ ସରପୋଲୀ ଠାରେ ଆଜି ସିପିଆଇ (ଏମ୍ଏଲ) ଲିବରେସନର ଏକ ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ବୈଠକରେ ସି ପି ଆଇ(ଏମଏଲ) ଲିବରେସନ ରାଜ୍ୟ କମିଟି ସଭ୍ୟ ତ୍ରିପତି ଗମାଙ୍ଗ ଉପସ୍ଥିତ ରହି ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ନିତି ବିରୁଦ୍ଧରେ ବିଶୃତ ଆଲୋଚନା କରିବା ସଙ୍ଗେ ସଙ୍ଗେ ଅକ୍ଟୋବର ମାସରେ ବନ୍ଧୁଗାଁ ବ୍ଲକ କାର୍ଯ୍ଯାଳୟ ସମ୍ମୁଖରେ ବିକ୍ଷୋଭ ଓ ଧାରଣା ଦିଆଯିବା ନେଇ ପ୍ରକାଶ କରିଥିଲେ । ଏଥିରେ ଥିଲା ଜଙ୍ଗଲ ଜମି, ଜଳ ଆମ ଅଧିକାର, କୋର୍ପରେଟ ଲୁଟ ବନ୍ଦ କର, ସମ୍ଭିଧାନ ବଞ୍ଚାଅ, ଦେଶ ବଞ୍ଚାଅ, ଗଣତନ୍ତ୍ର ବଞ୍ଚାଅ  ମୂଳ ଲକ୍ଷକୁ ନେଇ ଆଜି ବୈଠକରେ ଆଲୋଚନା ହୋଇଥିଲା I ସ୍ଵାଧୀନତା ବହୁ ବର୍ଷ ପରେ ବି ବନ୍ଧୁଗାଁ ବ୍ଲକରେ ଗରିବ ଆଦିବାସୀ ଦଳିତ ବର୍ଗର ବିକାଶ ହୋଇପାରୁନି । (MGNREGA )କାମ ଗରିବ ଲୋକଙ୍କ ପାଇଁ ସ୍ପପ୍ନରେ ରହିଯାଇଛି I କାମ ନପାଇ ଦାଦନ ଶ୍ରମିକ ଭାବେ ଅନ୍ୟ ରାଜ୍ୟକୁ ଚାଲିଯାଉଛନ୍ତି । ସରକାର ଏ ସମ୍ପର୍କରେ ଦୃଷ୍ଟି ଦେଉନାହାନ୍ତି।  ସେମାନେ କରି ଥିବା ଦାବି ଗୁଡ଼ିକ ହେଲା :-

୧- ସମସ୍ତଙ୍କୁ ରେସନ୍ କାର୍ଡ ଯୋଗାଇ ଦେବା ସହ ୫୦ କେଜି ଚାଉଳ ଏବଂ ନିତ୍ୟବ୍ୟବହାର୍ଯ୍ୟ ଜିନିଷ ଯୋଗାଇ ଦିଆଯାଉ। ୨-କେନ୍ଦ୍ର ସରକାରଙ୍କ ଜଙ୍ଗଲ ଅଧିକାର ଆଇନ ୨୦୨୨ ଓ ଗ୍ରାମ ସଭାକୁ ଅକାମୀ କରି ଦେବା ଚକ୍ରାନ୍ତ ବନ୍ଦ କରାଯାଉ । ୩-ସମସ୍ତ କ୍ଷେତ ମଜଦୁର ମାନଙ୍କୁ ଶିକ୍ଷା,ସ୍ୱାସ୍ଥ୍ୟ,ଘର ଡିହ ପଟା ପ୍ରଧାନମନ୍ତ୍ରୀ ଆବାସ ଯୋଜନା ରେ ୫ ଲକ୍ଷ୍ ଟଙ୍କା ଯୋଗାଇ ଦିଆଯାଉ । ୪-ସମସ୍ତ ଗରିବ ମାନଙ୍କୁ ଜବ କାର୍ଡ (ଏମ.ଜି.ଏନ. ଆର. ଈ.ଜି.ଏ.)କାମରେ ବର୍ଷକୁ ୨୦୦ ଦିନ କାମ ଦୈନିକ ୬୦୦ ଟଙ୍କା ଯୋଗାଇ ଦିଆଯାଉ ।୫- ପ୍ରତ୍ୟେକ ବାର୍ଦ୍ଧକ୍ଯ-ବିକଳାଙ୍ଗ ଗରିବ ଲୋକ ମାନଙ୍କୁ ମାସକୁ ୩୦୦୦ ଟଙ୍କା ପଞ୍ଚାୟତ କାର୍ଯ୍ୟାଳୟରେ ପେନସନ ଦିଆଯାଉ ।୬-ସମସ୍ତ ଗରିବ ଲୋକ ମାନଙ୍କୁ ୨୦୯ ୟୁନିଟ୍ ବିଦ୍ୟୁତ୍ ମାଗଣା ରେ ଯୋଗାଇ ଦିଆଯାଉ ।୭-ବଦୁଂଗା ବ୍ଲକ ର ପ୍ରତେକ ପଞ୍ଚାୟତ ପ୍ରତେକ ଗାଁ ରେ ସୋଲାର ପାଣି ବଦଂ ରହିଛି ତୁରନ୍ତ କାର୍ଯ୍ୟକାରୀ କରାଯାଉ। ୮-ବଦୁଂଗା ବ୍ଲକ ରେ ୨୦୨୦ ଓ ୨୦୨୧ ମସିହାରେ ଗରିବ ଲୋକ ମାନେ ପାଇଥିବା ଇନ୍ଦିରା ଆବାସ ଯୋଜନା ର ବିଲ ପାଇ ପାରୁନାହାନ୍ତି ଅତି ଶିଘ୍ର ଦିଆଯାଉ। ୯- ବନ୍ଧୁଗାଁ ବ୍ଲକରେ ଧାନ ଲିମନ ଗ୍ରାସ ଛାଷି ମାନଙ୍କ ପାଇଁ ପାଣି ଯୋଗାଇବା ନାରେ ଉଠାଜଳସେଚନ ପ୍ରକଳ୍ପରୁ ପାଣି ବନ୍ଧ ଅଛି ତୁରନ୍ତ ପଦକ୍ଷେପ ନିଆଯାଉ । ୧୦-ବଦୁଂଗା ବ୍ଲକ ରେ ପ୍ରତେକ ଗାଁ ପଲ୍ଲିସଭା ଓ ଗ୍ରାମ ସଭା ଠପ ହୋଇଛି। ତୁରନ୍ତ ପଦକ୍ଷେପ ନିଆଯାଉ। ୧୧-ସରୁପିଲି ଛକ ଠାରୁ ଡିମିଟି ଗୁଡି ଜାଗିଂଡି ୱାଲସା ଓ ବର୍ଗୀ ପର୍ଯ୍ୟନ୍ତ ପକ୍କା ରାସ୍ତା କରାଯାଉ । 

ଏହି ବୈଠକରେ  ଉପସ୍ଥିତ ରହି ଥିଲେ ପ୍ରକାଶ ହିକକା,କୃଷ୍ଣ ତାଡିଙ୍ଗ,ଲକ୍ଷ୍ମଣ ପିଡିକା,ରୁଦ୍ର ଗାଣ୍ଠା,ତାମାୟl ପୁଆଲା,ମୋହନ କାଡ୍ରାକଳ, ହିମିରିକା ନାନ୍ଧୁ ଅନେକ ଲୋକେ ଉପସ୍ଥିତ ରହିଥିଲେ I

ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ରାଜ୍ୟ ଜିମ୍ନାଷ୍ଟିକ ଚମ୍ପିଆନସିପ୍‌ ପାଇଁ ସୁନ୍ଦରଗଡ଼ ଜିଲ୍ଲା ଦଳର ଯାତ୍ରା

masiha

ମହାବିଷ୍ଣୁ ଯଜ୍ଞ ପାଇଁ କଳସଯାତ୍ରା, ହଜାର ହଜାର ଶ୍ରଦ୍ଧାଳୁଙ୍କ ସମାଗମ

masiha

ଡାବୁଗାଁ ସ୍ୱାସ୍ଥ୍ୟ କେନ୍ଦ୍ର ରେ ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନରେ ସ୍ୱାସ୍ଥ୍ୟ ଶିବିର ଓ ରକ୍ତ ଦାନ ଶିବିର ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!