ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜୀବନ ସଂଜ ହେବାକୁ ବସିଲାଣି; ଜୁଝାର ଓ ତାଙ୍କ ସ୍ତ୍ରୀ ରାଉନ୍ଦେକୁ ମଧୁବାବୁ ପେନସନ ସାତ ସପନ

ମୟୂରଭଞ୍ଜ -୩/୭ ( ମସିହା) ରାଜ୍ୟ ସରକାର ଷାଠିଏ ବର୍ଷରୁ ଉର୍ଦ୍ଧ୍ବ ଅସହାୟ ବୟସ୍କ ପୁରୁଷ,ମହିଳା ମାନଙ୍କ ପାଇଁ ମଧୁବାବୁ ପେନସନ ଯୋଜନା କରିଛନ୍ତି ।ବୃଦ୍ଧ ବେଳେ ଔଷଧ,ରାସନ୍ ପାଇଁ ଟିକିଏ ହେଲେ ସାହାଯ୍ୟ ମିଳିବ । ହେଲେ ତଳସ୍ତରରେ ଜନ ପ୍ରତିନିଧି,ରାଜନୈତିକ ନେତୃବୃନ୍ଦ,ପଞ୍ଚାୟତ ଅଧିକାରୀ,ଅଙ୍ଗନବାଡ଼ି,ଆଶାକର୍ମି ମାନେ ଗରୀବ ଗୁରୁଵାଙ୍କ ପ୍ରତି ଅଣଦେଖା ଯୋଗୁଁ ବହୁ ଯୋଗ୍ୟ ବୟସ୍କ ହିତାଧିକାରୀ ମଧୁବାବୁ ପେନସନ ଯୋଜନାରୁ ବଂଚିତ ହୋଗ ବହୁ ଦୁଃଖ କଷ୍ଟରେ ଜୀବନ କାଳାତିପାତ କରୁଛନ୍ତି ।ପଞ୍ଚାୟତ ଓ ବ୍ଳକ କୁ ବାରମ୍ବାର ଜଣିଇଲେ ମଧ୍ୟ ପ୍ରଶାସନ ସେମାନଙ୍କ ପ୍ରତି ଆଖି ବୁଜି ଦେଇଛି ।ଯାହାର କେହି ନାହିଁ ତାଙ୍କର ଗଣମାଧ୍ୟମ ହିଁ ସାହା ଭରଷା । ସୂଚନାଯୋଗ୍ୟ ମୟୂରଭଞ୍ଜ ଜିଲ୍ଲାର ବିଶୋଇ ବ୍ଳକର ଲୁହାକାନୀ ପଞ୍ଚାୟତର ଲୁହାବାଳିଆ ଗ୍ରାମର ୬୦ ବର୍ଷରୁ ଉର୍ଦ୍ଧ୍ବ ବୟସ୍କ ଆଦିବାସୀ ଦମ୍ପତି ଜୁଝାର ଵେଶ୍ରା ଏବଂ ତାଙ୍କ ପତ୍ନୀ ରାଉନ୍ଦେ ଵେଶ୍ରା ବୟସର ସାୟହ୍ନରେ ପହଞିଲେଣି । ଚାଲିବାକୁ ଅସମର୍ଥ ହେଲେଣି ।ବାଡି ହିଁ ସାହା ଭରଷା । ବାର୍ଦ୍ଧକ୍ୟ ରୋଗ ମାଡ଼ି ବସିଲାଣି । ଅଶିକ୍ଷିତ ଓ ଗରିବୀ ହିଁ ତାଙ୍କର ବାଧକ ।ତେଲ ଲୁଣ ଯୋଗାଣଡ କରିବାକୁ ଅକ୍ଷମ ହେଲେଣି ।ପ୍ରଶାସନ,ପଞ୍ଚାୟତକଙ ବାରମ୍ବାର ଜଣାଇଲେ ମଧ୍ୟ ଫଳ ଶୂନ । କୌଣସି ପ୍ରକାରରେ ଖବରଦାତାମାନେ ଦୁଇ ବୁଢ଼ାବୁଢ଼ୀ ହଇରାଣ ହରକତ ହେଉଥିବା ଖବର ଶୁଣି ତାଙ୍କ ଘର ପାଖରେ ପହଞ୍ଚି ତାଙ୍କ ଅକୁହା ଦୁଃଖ ଶୁଣିଥିଲେ । ଗଣମାଧ୍ୟମ ଜରିଆରେ ପ୍ରଶାସନ ପାଖରେ ସେମାନଙ୍କ ଅପ୍ରମିତ ଦୁଃଖକୁ ପ୍ରଶାସନ କାନ ପାଖରେ ପହଞାଇବା ପାଇଁ ଅନୁରୋଧ କରିଥିଲେ । ତେଣୁ ବୃଦ୍ଧ ଦମ୍ପତ୍ତି କୁ ତୁରନ୍ତ ଭତ୍ତା ପ୍ରଦାନ ପାଇଁ ଗ୍ରାମବାସୀ ଦାବି କରିଛନ୍ତି ।

    ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ବେସାହାରା ବୃଦ୍ଧା ଙ୍କୁ ଆଶ୍ରୟ ଦେଲେ ଦାସୀଗାଁ ରାଜସ୍ବ ନିରୀକ୍ଷକ

Sunil Chandra Nayak

ଅକ୍ଷୟ ତୃତୀୟାରେ ଧରଣୀମାତାଙ୍କୁ ପୋଢ ବଳି

Sunil Chandra Nayak

ଡୋକାରିଚଞ୍ଚରା ଠାରେ ଶ୍ରୀରାମ ମହୋତ୍ସବ ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

Sunil Chandra Nayak

Leave a Comment

error: Content is protected !!