ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆମ ଓଡ଼ିଶା

ପ୍ରକାଶ ପାଇଲା +୨ ପ୍ରଥମ କଟ୍‌ଅଫ୍‌ ମାର୍କ , କଳା, ବିଜ୍ଞାନ ଓ ବାଣିଜ୍ୟ କଟ୍‌ଅଫ୍‌ ମାର୍କରେ ରେଭେନ୍ସା ଜୁନିଅର କଲେଜ ଆଗରେ

ପ୍ରକାଶ ପାଇଲା ଚଳିତ ବର୍ଷର +୨ ପ୍ରଥମ କଟ୍‌ଅଫ୍‌ ମାର୍କ । କଳା, ବିଜ୍ଞାନ ଓ ବାଣିଜ୍ୟରେ ରେଭେନ୍ସା ଜୁନିଅର କଲେଜ ଆଗରେ ରହିଛି । ରେଭେନ୍ସାରେ କଳାରେ ୮୦%, ବିଜ୍ଞାନରେ ୯୧.୬୭ କଟ୍‌ଅଫ୍‌ ମାର୍କ ରଖିଛନ୍ତି । ବାଣିଜ୍ୟରେ ୭୯.୨୦% କଟ୍‌ଅଫ୍‌ ସହ ରେଭେନ୍ସା ସବୁଠୁ ଆଗରେ ରହିଛି ।

+୨ ବିଜ୍ଞାନ ପାଇଁ ରେଭେନ୍ସା କଟ୍‌ଅଫ୍‌ ସର୍ବାଧିକ ୯୧.୬୭% ରହିଥିବା ବେଳେ ୨ୟରେ ବାଲେଶ୍ୱର ଏଫ୍‌ଏମ୍ (ଫକିରମୋହନ କଲେଜ) ୯୦%, ୩ୟରେ ବିଜେବି ୮୯%, ୪ର୍ଥରେ ନୀଳକଣ୍ଠ ନଗର ଏସ୍‌ଏସ୍‌ଭିଏମ୍‌ ୮୯% ଏବଂ ୫ମରେ ସୋର ୟୁଏନ୍ ୮୬.୮୩% ରହିଛି ।

ସେହିପରି +୨ କଳାରେ ରେଭେନ୍ସା କଟ୍‌ଅଫ୍‌ ସର୍ବାଧିକ ୮୦% ରହିଥିବା ବେଳେ ୨ୟରେ ରାଉରକେଲା ସରକାରୀ କଲେଜ ୭୯%, ୩ୟରେ ଡିଏଭି ଟିଟିଲାଗଡ଼ ୭୮.୬୭%, ୪ର୍ଥରେ ଏଫ୍ଏମ୍ ବାଲେଶ୍ୱର ୭୮% ଏବଂ ୫ମରେ ଭବାନୀପାଟଣା କଲେଜ ୭୭.୫୦% ରହିଛି ।+୨ ବାଣିଜ୍ୟରେ ରେଭେନ୍ସା କଟ୍ଅଫ୍‌ ସର୍ବାଧିକ ୭୯.୨୦% ଥିବାବେଳେ ୨ୟରେ ରାଉରକେଲା ସରକାରୀ କଲେଜ ୭୭.୩୩ % , ୩ୟରେ ବିଜେବି ୭୩%, ୪ର୍ଥରେ କଟକ ଜେକେବିକେ ୭୨.୨୦% ଏବଂ ୫ମରେ କଟକ ଶୈଳବାଳା ୭୨.୧୭% ରହିଛି ।ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ଦିନ ୧୧ଟା ୪୫ ରେ ପ୍ରକାଶ ପାଇଛି ମେରିଟ ଲିଷ୍ଟ । ଏହାସହିତ ଛାତ୍ର ଛାତ୍ରୀ ନିଜର ଇନଂଟିମେଶନ ଲେଟର ସାମସ୍ ପୋର୍ଟାଲରୁ ଡାଉନ୍ ଲୋଡ କରିପାରିବେ । ପ୍ରଥମ ପର୍ଯ୍ୟାୟ ନାମଲେଖା ଜୁଲାଇ ୭ ରୁ ୧୩ ତାରିଖ ପର୍ଯ୍ୟନ୍ତ ଚାଲିବ । ଯୋଗ୍ୟ ବିବେଚିତ ଛାତ୍ର ଛାତ୍ରୀ ମାନେ ପାଇଥିବା ଇଣ୍ଟିମେଶନ ଅନୁଯାୟୀ ନିଜ ନିଜ ହାଇଅର୍ ସେକେଣ୍ଡାରୀ ସ୍କୁଲରେ ନାମ ଲେଖାଇବେ ।ଜୁଲାଇ ୮ ରୁ ୧୪ ହେବ ସ୍ଲାଇଡ୍ ଅପ୍ ପ୍ରକ୍ରିୟା । ଏହାପରେ ଜୁଲାଇ ୧୯ ତାରିଖରେ ପ୍ରକାଶ ପାଇବ ଦ୍ୱିତୀୟ ମେରିଟ୍ ଲିଷ୍ଟ । ଜୁଲାଇ ୨୦ ରୁ ୨୨ ହେବ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା । ସୂଚନାଯୋଗ୍ୟ ଜୁନ ୩୦ ରୁ ସାମସ୍ ପୋର୍ଟାଲ ରେ ଆବେଦନ ଶେଷ ହୋଇଥିଲା । ଚଳିତ ଥର ରାଜ୍ୟରେ ଥିବା ୨୧୫୮ ହାଇଆର ସେକେଣ୍ଡାରୀ ସ୍କୁଲରେ ଥିବା ୫ଲକ୍ଷରୁ ଅଧିକ ସିଟ୍ ପାଇଁ ଆବେଦନ କରିଛନ୍ତି ୪ଲକ୍ଷ ୭୨,୨୭୯ ଜଣ ଛାତ୍ରଛାତ୍ରୀ।

ପ୍ରଥମ ପର୍ଯ୍ୟାୟ କଟ ଅଫ୍ ପ୍ରକାଶ ପାଇବା ପରେ ଛାତ୍ରଛାତ୍ରୀଙ୍କୁ ଆଜି ଇଣ୍ଟିମେସନ ଲେଟର ପଠାଯିବ । ପ୍ରଥମ ପର୍ଯ୍ୟାୟ ନାମଲେଖା ଜୁଲାଇ ୭ରୁ ଆରମ୍ଭ ହୋଇ ଜୁଲାଇ ୧୩ ତାରିଖ ମଧ୍ୟରେ ଶେଷ ହେବ। ସେହିପରି ଦ୍ବିତୀୟ ମେଧା ତାଲିକା ଜୁଲାଇ ୧୯ ତାରିଖରେ ପ୍ରକାଶ ପାଇବ। ନାମଲେଖା ପ୍ରକ୍ରିୟା ଜୁଲାଇ ୨୨ ତାରିଖ ସୁଦ୍ଧା ସରିବ। ସେହିପରି ଅନଲାଇନ୍ ସ୍ପଟ୍ ନାମଲେଖା ପ୍ରକ୍ରିୟା ଜୁଲାଇ ୨୧ରୁ ଆରମ୍ଭ ହୋଇ ଜୁଲାଇ ୨୭ ତାରିଖ ସୁଦ୍ଧା ସରିବ । ଅଗଷ୍ଟ ୧ରୁ ଆରମ୍ଭ ହେବ ପାଠପଢ଼ା। ଘୋଷଣା କଲେ ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ ରଘୁରାମ ଆର୍ ଆୟର।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ପ୍ରଦୀପ ଜେନା ହେଲେ ମୁଖ୍ୟ ଶାସନ ସଚିବ, ମାର୍ଚ୍ଚ ୧ରୁ ଦାୟିତ୍ୱ ଗ୍ରହଣ କରିବେ

Sunil Chandra Nayak

ମୁଖ୍ୟମନ୍ତ୍ରି ଙ୍କ ଜାପାନ ଗସ୍ତ

Sunil Chandra Nayak

ଓଡ଼ିଶା ସିଭିଲ ସର୍ଭିସ ପରୀକ୍ଷା ପାଇଁ ପ୍ରକାଶ ପାଇଲା ବିଜ୍ଞପ୍ତି, ଜାନୁୟାରୀ ୧୭ରୁ କରିହେବ ଆବେଦନ

Sunil Chandra Nayak

Leave a Comment

error: Content is protected !!