ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରୋଟାରୀ କ୍ଲବ ଅଫ୍ ରାଉରକେଲା ଷ୍ଟିଲ ସିଟି ତରଫରୁ ବୃକ୍ଷରୋପଣ କାର୍ଯ୍ୟକ୍ରମ

ରାଉରକେଲା/ ବୃହତ ବୃକ୍ଷରୋପଣ କାର୍ଯ୍ୟକ୍ରମରେ ରୋଟାରୀ କ୍ଲବ ଅଫ୍ ରାଉରକେଲା ଷ୍ଟିଲ ସିଟି ତରଫରୁ ଅଂଶଗ୍ରହଣ କରାଯାଇଥିଲା । ବିର୍ସା ମୁଣ୍ଡା ହକି ଷ୍ଟାଡିୟମର ଗେଟ୍ ନମ୍ବର ୧ ଠାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ପ୍ରାୟ ଶହେରୁ ଉର୍ଦ୍ଧ୍ବ ବୃକ୍ଷ ରୋପଣ କରାଯାଇଥିଲା । ବନବିଭାଗ ତରଫରୁ ବରିଷ୍ଠ ଅଧିକାରୀ ଡଃ ଅରୁଣ କୁମାର ମିଶ୍ର, ଯଶୋବନ୍ତ ସେଠୀଙ୍କ ସହ ରୋଟାରୀଆନ ଏମଡି ମନଜିତ ସିଂ ଓ ପ୍ରଥମ ମହିଳା ମଲିନ୍ଦର କୌରଙ୍କ ସହ ଅନ୍ୟ ୯ଟି ରୋଟାରୀ କ୍ଲବ ଏଥିରେ ସାମିଲ ହୋଇଥିଲେ । ରୋଟାରୀ କ୍ଲବ ଅଫ୍ ରାଉରକେଲା ଷ୍ଟିଲ ସିଟି ତରଫରୁ ରୋଟାରୀଆନ ପୁତୁଲ ରାହୁଲ, ଡଃ ଅଞ୍ଜନା ମୈତ୍ର, ସୁଚିସ୍ମିତା ବିଶ୍ବାସ, ପ୍ରିତି କୌର, ପ୍ରିତି ଅଗ୍ରୱାଲ, ଦିଲ୍ଲୀପ ଭୁଇ, କୁମାର ବେହେରା, ଗୌରୀ ନାଗଙ୍କ ସମେତ ବହୁ ରୋଟାରୀଆନ ଉପସ୍ଥିତ ଥିଲେ । ସୂଚନାଯୋଗ୍ୟ ଯେ ଅନୁଷ୍ଠାନ ତରଫରୁ ପୂର୍ବରୁ ଜାତୀୟ ଡାକ୍ତର ଦିବସ ପାଳନ କରାଯାଇଥିଲା ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ଦୀର୍ଘ ଦିନ ପରେ ହଠାତ” ଶୀତ ସରିଲା ବେଳକୁ ପୂର୍ବତନ ବିଧାୟକ ସନାତନ ମହାକୁଡ଼ ଙ୍କ କମ୍ବଳ ବଣ୍ଟା ଆରମ୍ଭ 

masiha

ଡଃ ମୋହନ ରାଓ ଭଗବତଙ୍କ ରାଉରକେଲା ଗସ୍ତ ନେଇ ସାମ୍ବାଦିକ ସମ୍ମିଳନୀ

Sunil Chandra Nayak

ସରକାରୀ ସ୍ୱୟଂଶାସିତ ମହାବିଦ୍ୟାଳୟ, ରାଉରକେଲାରେ ସ୍ୱ-ଆତ୍ମରକ୍ଷା କ୍ଲବ୍‌ ଉଦ୍‌ଘାଟିତ

masiha

Leave a Comment

error: Content is protected !!