ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଯାମଦା ରେ ବିଜେଡ଼ିର ବ୍ଳକ ସ୍ତରୀୟ ବୈଠକ

ମୟୂରଭଞ୍ଜ – ୬/୭ ( ମସିହା)ଆଗକୁ ୨୦୨୪ ସାଧାରଣ ନିର୍ବାଚନ ।ଆଉ ହାତ ଗଣତି ମାସ କେତେଟା ରହିଲା ।ବିଜୁ ଜନତା ଦଳ ଷଷ୍ଠ ଥର ପାଇଁ ଗାଦି ହାସଲ ପାଇଁ ରଣନୀତି ସହ ସାଂଗଠନିକ ସୁଦୃଢ ପାଇଁ ତୃଣମୂଳ ସ୍ତରର ଭୂମିକାକୁ ଗୁରୁତ୍ଵ ଦେଉଛନ୍ତି । ଏଥିପାଇଁ ସମସ୍ତ ବ୍ଳକ ଓ ପଞ୍ଚାୟତ ସ୍ତରରେ ଛାମୁଆଁ କର୍ମି,ଯୁବ,ଛାତ୍ର,ମହିଳା,କୃଷକ,ଚାଷୀ,ଶ୍ରମିକ ମାନଙ୍କୁ ସଂଗଠନକୁ ସୁଦୃଢ କରିବା ଏବଂ ଲୋକଙ୍କ ପାଖକୁ ଯାଇ ସେମାନଙ୍କ ସୁଖଦୁଃଖ ରେ ସାମିଲ ହେବା ପାଇଁ ପରାମର୍ଶ ରାଜ୍ୟ ସଂଗଠନ ପକ୍ଷରୁ ଦିଆଯାଇଛି । ଏଥିପାଇଁ ଯାତ୍ରାରେ ବୁଧବାର ଦିନ ୫୦ ରୁ ଉର୍ଦ୍ଧ୍ବ ଛାମୁଁଆ କର୍ମିମାନଙ୍କୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୟୂରଭଞ୍ଜ ୨ ଜିଲ୍ଲା ଉପସଭାପତି ସୁବାଷ ମଣ୍ଡଳ ସଭାପତିତ୍ବ କରିଥିଲେ । ତାଙ୍କ ସହିତ ପୂର୍ବତନ ବିଧାୟକ ସାହିବା ସୁଶିଲ ହାଁସଦା, ଯାମଦା ବିଜେଡି ପ୍ରଭାରୀ ତଥା ବିଜୁ ସେତୁ ଉପଦେଷ୍ଟା ରତିକାନ୍ତ ପରୀକ୍ଷା,ବ୍ଳକ ଅଧ୍ୟକ୍ଷ ଡୁମୁକା ହେମ୍ବ୍ରମ, ଜିଲ୍ଲା ପରିଷଦ ସଦସ୍ୟ ପୂର୍ଣ୍ଣଚନ୍ଦ୍ର ମାର୍ଣ୍ଡୀ,ଜିଲ୍ଲାପରିଷଦ ସଦସ୍ଯ ବାବୁଲା ଟୁଡୁ, ବରିଷ୍ଠ ବିଜେଡି ନେତା ଦୁର୍ଗା ବାବୁ,ହୋ ସଂପ୍ରଦାୟ ବରିଷ୍ଠ ନେତା ମଟକା ବିରୁଆ,ବ୍ଳକ ନେତ୍ରୀ ପାର୍ବତୀ ବିରୁଆ ଏବଂ ବହୁ ଦଳୀୟ କର୍ମୀ ସାମିଲ ହୋଇ ସଂଗଠନ ସୁଦୃଢ ପାଇଁ ଆଲୋଚନା କରିଥିଲେ ।ଜିଲ୍ଲାପରିଷଦ ପୂର୍ଣ ମାରାଣ୍ଡି କୁ ତାଙ୍କ ଜୋନର ୪ ଜଣ ସଂଯୋଜକ ଏବଂ ବାବୁଲା ଟୁଡୁଙ୍କୁ ୬ ଜଣ ସଂଯୋଜକ ବାଛିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା ।ଦିର୍ଘ ଦିନପରେ ସାଙ୍ଗଠନିକ ବୈଠକ ବସିଥିବାରୁ ସମସ୍ତଙ୍କ ମନରେ ଖୁସିଥିଲା ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଜନ ସମ୍ପର୍କ ଯାତ୍ରାରେ ଯୋଗଦେଲେ କଳାହାଣ୍ଡି ସାଂସଦ ବସନ୍ତ ପଣ୍ଡା

Sunil Chandra Nayak

ବାନ୍ଧନପଳାରେ ବିଜେଡି ଦଳର ସଂକଳ୍ପ ସମାବେଶ

masiha

ରାଇରଙ୍ଗପୁରରେ ଓଡିଶା ବିଜେପି ବିନ୍ଧାଣି ଡ଼ଃ ଦେଵେନ୍ଦ୍ର ପ୍ରଧାନଙ୍କ ସ୍ମୃତିରେ ଗଭୀର ଶ୍ରଦ୍ଧାଞ୍ଜଳି 

masiha

Leave a Comment

error: Content is protected !!