ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୭୪ତମ ବନମହୋତ୍ସବ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ସହ ଗଛ ଲଗେଇବା ପାଇଁ ଶପଥ ପାଠ 

ରୁପ୍ରା, ୭/୭ (ମନିସ) : କଳାହାଣ୍ଡି ଉତ୍ତର ବନଖଣ୍ଡ କେସିଙ୍ଗା ବନାଞ୍ଚଳ ରୁପ୍ରାରୋଡ୍ ସେକ୍ସନ୍ ଅଧିନ ମୁସ୍କୁଟି ସ୍ଥିତ ମିଳିତ ପଞ୍ଚାୟତ ସରକାରୀ ଉଚ୍ଚ ବିଦ୍ୟାଳୟ ପରିସରରେ ୭୪ତମ ବନମହୋତ୍ସବ ଉପଲକ୍ଷେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତ ହୋଇଯାଇଛି । କେସିଙ୍ଗା ଡେପୁଟି ରେଞ୍ଜର ଯୁଧିଷ୍ଠିର ଜାଲ୍ ଓ ରୁପ୍ରାରୋଡ୍ ଫରେଷ୍ଟର୍ ବିଶ୍ୱଜିତ ଠାକୁରଙ୍କ ନେତୃତ୍ୱରେ ଅନୁଷ୍ଠିତ ବୃକ୍ଷରୋପଣ କାର୍ଯ୍ୟକ୍ରମକୁ ଆମ ଜଙ୍ଗଲ ଯୋଜନାର ଦଳପତି ହେମନ୍ତ ସାହୁ ପରିଚାଳନା କରିଥିଲେ। ଏହି କାର୍ଯ୍ୟକ୍ରମ ବିଦ୍ୟାଳୟର ପ୍ରଧାନଶିକ୍ଷକ ଅରୁଣ ନାଏକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିବା ବେଳେ ଅତିଥି ଭାବରେ ନର୍ଲା ବ୍ଲକ ଉପାଧ୍ୟକ୍ଷ ଦୁର୍ଗାପ୍ରସାଦ ମହାନ୍ତି ଓ ଯୋଡାବନ୍ଧ ବନ ସୁରକ୍ଷା ସମିତିର ସଭାପତି ଦୁଲ୍ଲଭ ମାହାର ଯୋଗଦାନ କରି ସହଯୋଗ କରିଥିଲେ। ପ୍ରାରମ୍ଭରେ ଶ୍ରେଣୀ କକ୍ଷରେ ବୃକ୍ଷ ରୋପଣ ବାବଦରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଏଥିରେ ଗଛର ଉପକାରିତା ସମ୍ପର୍କରେ ଅତିଥି ଗଣ ମତବ୍ୟକ୍ତ କରିଥିଲେ। ପରେ ବିଦ୍ୟାଳୟ ପରିସରରେ ବୃକ୍ଷ ରୋପଣ ଅନୁଷ୍ଠିତ ହୋଇଥିଲା। ଉକ୍ତ ବିଦ୍ୟାଳୟର ବରିଷ୍ଠ ଶିକ୍ଷକ ଗିରିଧାରୀ ନାଗ, ବିଷ୍ଣୁ ଚରଣ ସେନାପତି, କେ ଗଣେଶ ଆଚାରୀ, ଖେଳ ଶିକ୍ଷକ ସମୀର ରଞ୍ଜନ ନାଏକ, ଶିକ୍ଷକ ବିଦ୍ୟାଧର ଭୋଇ, ସୁଶାନ୍ତ ଦେବ, କେ ଜ୍ୟୋତିରଞ୍ଜନ ପାତ୍ର, କାର୍ତ୍ତିକେଶ୍ୱର ମିଶ୍ର, ଶିକ୍ଷୟତ୍ରୀ ସୁଗ୍ୟାନୀ କୁମାରୀ ଦଳାଇ, କର୍ମଚାରୀ ରୋହିତ ସା, ବଶିଷ୍ଠ ସାହୁ, ତୀର୍ଥ ସାହୁ ଓ ଦିଶେନ୍ଦ୍ର ପଟେଲ ଫରେଷ୍ଟର୍ ପାରିଜାତ ବାଗ, ଫରେଷ୍ଟ ଗାର୍ଡ ନିଗମ ସାହୁ, ଫକୀର ବିଶ୍ୱାଳ ଓ ସନ୍ତୋଷ ଶିଖା ପ୍ରମୁଖ ସହଯୋଗ କରିଥିଲେ। ଉକ୍ତ ବିଦ୍ୟାଳୟର ଛାତ୍ରଛାତ୍ରୀ ମଧ୍ୟ ବୃକ୍ଷ ରୋପଣ କରିବା ସହିତ ଜଙ୍ଗଲ ସୁରକ୍ଷା ଓ ଚାରା ଟିଏ ରୋପଣ କରିବା ପାଇଁ ସମସ୍ତେ ଶପଥ ପାଠ କରିଥିଲେ। କାର୍ଯ୍ୟକ୍ରମ ଶେଷରେ ରୁପ୍ରାରୋଡ୍ ଫରେଷ୍ଟର୍ ବିଶ୍ୱଜିତ ଠାକୁର ଧନ୍ୟବାଦ ଅର୍ପଣ କରିଥିଲେ।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

Swabhav Swachchta – Sanskaar Swachchta: Walkathon Organised by Waltair Division

Sunil Chandra Nayak

ଶ୍ରୀ ବ୍ରଜ ମୋହନ ଶ୍ରୀ ରାଧାକୃଷ୍ଣ ମନ୍ଦିରର ବର୍ଷୀୟାନ ପୁର୍ବତନ ପୂଜକ ରାମକୃଷ୍ଣ ମୁଣ୍ଡ ଙ୍କ ପରଲୋକ

Sunil Chandra Nayak

ସିୱ।ଇଏସଡ଼ି ତରଫରୁ ଦେଶୀ କୁକୁଡ଼ା ଫାର୍ମ ପାଇଁ ପ୍ରୟାସ

Sunil Chandra Nayak

Leave a Comment

error: Content is protected !!