ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡୁର୍କାଡଙ୍ଗରିରେ ପଥର ଖସି ୨ ମୃତ

 କଳାହାଣ୍ଡି ଜିଲ୍ଲା ଜୟପାଟଣା ଥାନା ଅଂଚଳରେ ଏକ ଦୁଃଖଦ ଘଟଣା ଘଟି ଯାଇଛି । ଅଲାଭଟା ଗ୍ରାମରେ ଥିବା ଡୁର୍କାଡଙ୍ଗରିରେ ପଥର ଖସିଯାଇ ୨ ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ମାନେ ଅଲାଭଟା ଗ୍ରାମର ମୁକୁନ୍ଦ ପରାଭୋଇ(୫୫) ଓ ରାଜକୁମାରି ନାଏକ(୩୦) ବୋଲି ସୂଚନା ମିଳିଛି । ବର୍ଷା ଯୋଗୁଁ ଡଙ୍ଗରି ସାରା ଓଦାଳିଆ ହୋଇଥିବା ବେଳେ ପଥର ଫଟାଇ ମେଟାଲ ତିଆରି ପାଇଁ ଡଙ୍ଗରି ତଳେ ବସିଥିବା ମୁକୁନ୍ଦ ଓ ରାଜକୁମାରିଙ୍କ ଉପରେ ଏକ ବଡ଼ ପଥର ଖସିପଡିଥିଲା। ଫଳରେ ଘଟଣା ସ୍ଥଳରେ ସେମାନଙ୍କ ମୃତ୍ୟୁ ହୋଇଛି । ଖବର ପାଇ ଜୟପାଟଣା ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଂଚି ମୃତକଙ୍କୁ ଶବ ବ୍ୟବଚ୍ଛେଦ ପାଇଁ ଜୟପାଟଣା ଡ଼ାକ୍ତରଖାନାକୁ ପଠାଇଛି । ସେପଟେ ପୋଲିସ ପହଞ୍ଚି ଘଟଣାର ଛାନ ଭିନ୍ କରିଛି । 

ମସିହା ନିୟୁଜ ସର୍ଭିସ୍ 

Related posts

ରାଇରଙ୍ଗପୁର ମହାବିଦ୍ୟାଳୟରେ ବିଶ୍ବ ଏଡ୍ସ ଦିଵବସ-୨୦୨୩ ପାଳିତ

masiha

ଟାଟା ସାହେବଙ୍କ ଯୋଡ଼ା ମେଡିକାଲରେ ପଞ୍ଜିକରଣରେ ନାନାଦି ଆଳରେ ରୋଗୀ କଲବଲ-ସରପଞ୍ଚ’ କାଉସିଲୋର ହାତଲେଖା ମୂଲ୍ୟହୀନ

masiha

ତାଳୁକ ଆଇନ ସେବା ସମିତି ତରଫରୁ ଡ୍ରପ ଆଉଟ ଛାତ୍ର ଛାତ୍ରୀ ମାନଙ୍କ ପାଇଁ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

Leave a Comment

error: Content is protected !!