ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଧାମୋହନ ଗଡ଼ନାୟକଙ୍କ କବିତାର ଅନ୍ତଃସ୍ବର ଜାତି ଓ ଦେଶମାତୃକା ପାଇଁ ଅଭିପ୍ରେତ ଥିଲା

ଇସ୍ପାତ ସାହିତ୍ୟ ସଂସଦର ଆଲୋଚନା ସଭା ଓ ଗୀତି କବିତା ପାଠ ଉତ୍ସବରେ ମତପ୍ରକାଶ

ରାଉରକେଲା। ତା.୧୦/୭/୨୩ // ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଇସ୍ପାତ ସାହିତ୍ୟ ସଂସଦ ଆନୁକୂଲ୍ୟରେ କବି ପଦ୍ମଶ୍ରୀ ରାଧାମୋହନ ଗଡ଼ନାୟକଙ୍କ ସାହିତ୍ୟ କୃତି ଉପରେ ଆଲୋଚନା ସଭା ଏବଂ ଗୀତି କବିତା ପାଠ କାର୍ଯ୍ୟକ୍ରମ ସଂସଦର ସଭାପତି ବ୍ରଜେନ୍ଦ୍ର ଦାଶଙ୍କ ପୈ।ରୋହିତ୍ୟରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ଇସ୍ପାତ ଜେନେରାଲ ହସପିଟାଲର ଅସ୍ଥି ଶଲ୍ୟ ବିଭାଗର ମୁଖ୍ୟ ଡାକ୍ତର ଲକ୍ଷ୍ମୀକାନ୍ତ ବିଶ୍ବାଳ ଯୋଗ ଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ କବି ହରମୋହନ ମିଶ୍ର ଯୋଗଦେଇ ଥିଲେ। କବି ରଶ୍ମି ସାହୁଙ୍କ ମଞ୍ଚ ପରିଚାଳନାରେ ଅନୁଷ୍ଠିତ ଉକ୍ତ ସଭାରେ କାର୍ଯ୍ୟକାରୀ ସଭାପତି ମନୋଜ କୁମାର ନନ୍ଦ ସ୍ବାଗତ ଅଭିଭାଷଣ ସହ ଅତିଥି ପରିଚୟ ପ୍ରଦାନ କରିଥିବାବେଳେ ସାଧାରଣ ସମ୍ପାଦକ ନୃସିଂହ ଚରଣ ବିଶ୍ବାଳ ସଂସଦର ବିଭିନ୍ନ କାର୍ଯ୍ୟକ୍ରମ ଗୁଡ଼ିକର ରୂପରେଖ ଉପରେ ଆଲୋକପାତ କରି ରାଧାମୋହନ ଗଡ଼ନାୟକଙ୍କ ସାହିତ୍ୟ କୃତି ଉପରେ ତର୍ଜମା କରିଥିଲେ। କବି ଗଡ଼ନାୟକଙ୍କ କାବ୍ୟ କବିତାରେ ଶବ୍ଦ ବିନ୍ୟାସ ଓ ପଦାବଳୀ ଗୁଡ଼ିକର ପଟାନ୍ତର ନାହିଁ ଏବଂ ତାଙ୍କ କାବ୍ୟ କବିତାର ଅନ୍ତଃସ୍ବର ଜାତି ଓ ଦେଶମାତୃକା ନିମନ୍ତେ ଉତ୍ସର୍ଗୀକୃତ ଥିଲା ବୋଲି ବକ୍ତା ମାନେ ମତପ୍ରକାଶ କରିଥିଲେ। ପ୍ରାରମ୍ଭରେ ଅତିଥି ମାନଙ୍କ ଦ୍ଵାରା ଶ୍ରୀଜଗନ୍ନାଥଙ୍କ ତୈଳ ଚିତ୍ରରେ ମାଲ୍ୟାର୍ପଣ କରିବା ପରେ ମୁଖ୍ୟ ଅତିଥି ରାଜଧାନୀ ପୁସ୍ତକ ମେଳା ପୁରସ୍କାର ପାଇଥିବା କବି ବ୍ରଜବିହାରୀ ଦାସ, ଇସ୍ପାତ କାରଖାନା ତରଫରୁ ପଦୋନ୍ନତି ପାଇଥିବା ସଂସଦର ସଦସ୍ୟ ଇଂ. ରଙ୍କନିଧି ସେଠୀ, ଇଂ.ବିଜୟ କୁମାର ସେନାପତି, କବି ଶିବପ୍ରସାଦ ବେହେରା ଏବଂ ଇସ୍ପାତ କାରଖାନା ଅବସରପ୍ରାପ୍ତ କର୍ମଚାରୀ ସଂଘର ସଦ୍ୟ ଅନୁଷ୍ଠିତ ନିର୍ବାଚନରେ ବିଜୟୀ ହୋଇଥିବା ସଂସଦର ଉପଦେଷ୍ଟା କବି ତ୍ରିଲୋଚନ ମଥାନଙ୍କୁ ସମ୍ବର୍ଦ୍ଧିତ କରିବା ସଙ୍ଗେ ସଙ୍ଗେ ନୂତନ ସଦସ୍ୟ ସାଗର ମଥାନଙ୍କୁ ପୁଷ୍ପ ଗୁଚ୍ଛ ଦେଇ ସ୍ବାଗତ କରାଯାଇଥିଲା। ପ୍ରଥମ ପର୍ଯ୍ୟାୟ କାର୍ଯ୍ୟକ୍ରମ ଶେଷରେ କବି ଉପେନ୍ଦ୍ର କୁମାର ବସ୍ତିଆ ଧନ୍ୟବାଦ ଅର୍ପଣ କରିଥିଲେ। କବି ହରିହର ବେହେରାଙ୍କ ସଭାପତିତ୍ବରେ ଅନୁଷ୍ଠିତ ଦ୍ବିତୀୟ ପର୍ଯ୍ୟାୟ କବିତା ପାଠ ଉତ୍ସବରେ କବି ବବିତା ମହାଳିକ ଏବଂ ରଙ୍କନିଧି ସେଠୀଙ୍କ ସଂଯୋଜନାରେ କବି ତ୍ରିଲୋଚନ ମଥାନ, ଉପେନ୍ଦ୍ର ବସ୍ତିଆ, ଅଜୟ କୁମାର ମହାନ୍ତି, ହରିହର ବେହେରା, ରଶ୍ମି ବାଳା ରାଉତରାୟ, ଅନନ୍ତ କିଶୋର ଦାସ, ପ୍ରତାପ କୁମାର ପଣ୍ଡା, ବ୍ରଜ ବିହାରୀ ଦାସ, ସତ୍ୟବ୍ରତ ଦାସ, ଗୌତମ ଦାସ, ସୁଶାନ୍ତ କୁମାର ନାୟକ, ହରମୋହନ ମିଶ୍ର, ଅର୍ଚ୍ଚନା ପାତ୍ର, ନୃସିଂହ ଚରଣ ବିଶ୍ବାଳ, ଶ୍ରେୟସୀ ସାହୁ, ସାଗର ମହାନ୍ତି ଏବଂ ରଙ୍କନିଧି ସେଠୀ ପ୍ରମୁଖ ସ୍ବରଚିତ କବିତା ପାଠ କରିଥିଲେ। ଏହି ସମସ୍ତ କାର୍ଯ୍ୟକ୍ରମରେ କବି ତାରିଣୀ ଚରଣ ସାହୁ, ଡ. ସୁମନ ଦତ୍ତ, ଡ. ନଗେନ ଦାସ, ଅକ୍ଷୟ କୁମାର ସାମଲ, କୁଞ୍ଜବିହାରୀ ରାଉତ, ସସ୍ମିତା ପ୍ରଧାନ, ମୀନକେତନ ପଶାୟତ, କାଶୀନାଥ ନନ୍ଦୀ, ପୀତବାସ ପ୍ରଧାନ, ଗୀତାଞ୍ଜଳି ପାତ୍ର, ଶର୍ମିଳା ଦତ୍ତ, ରାମକୃଷ୍ଣ ତ୍ରିପାଠୀ, ଗଙ୍ଗାଧର ପୁହାଣ, ବିଜୟିନୀ ଜେନା ପ୍ରମୁଖ ବହୁ କବି ଓ ଲେଖକ ଯୋଗଦାନ କରିଥିଲେ। ଶେଷରେ କବି ସୁଶାନ୍ତ କୁମାର ନାୟକ ଧନ୍ୟବାଦ ଅର୍ପଣ କରିଥିଲେ।

ମସିହା ନିୟୁଜ ସର୍ଭିସ୍ 

Related posts

୨୫ ଏକର ଜମିର ସଦୁପଯୋଗ ପାଇଁ ବେଦବ୍ୟାସ ବିକାଶ ମଞ୍ଚର ଦାବି 

Sunil Chandra Nayak

ରିଲ୍ସ କୁଇନ୍ ରୁକ୍‌ସାନା ବାନୋ ମୃତ୍ୟୁ ଘଟଣା କବର ଖୋଳିବାକୁ ବିରୋଧ କଲେ ମା’ ଓ ଭଉଣୀ। ହୋଇ ପାରିଲାନି ଶବ ବ୍ୟବଚ୍ଛେଦ,ମାଜିଷ୍ଟ୍ରେଟ୍, ପୁଲିସ ଅଧିକାରୀ ଫେରିଲେ….

masiha

କିଶୋରୀ ବାଳିକାଙ୍କ ଅଣ୍ଡା ଛତୁଆ ହଡପ ଅଭିଯୋଗ ଆଣିଲେ ହିତାଧିକାରୀଙ୍କ ପରିବାର ଲୋକେ

Sunil Chandra Nayak

Leave a Comment

error: Content is protected !!