ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସ୍କୁଲ ପାଚିକା ସହାୟିକାଙ୍କୁ କାର୍ଯ୍ୟରୁ ନିଲମ୍ବିତ କଲାପରେ ବଢୁଛି ଆକ୍ଷେପ ପ୍ରତ୍ୟାକ୍ଷେପ

ନର୍ଲା (ମନିସ)ନର୍ଲା ବ୍ଲକ ସର୍ଗିଗୁଡା ଗ୍ରାମ ପଞ୍ଚାୟତ ବେହେରାପାଟି ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ପୂର୍ବତନ ପାଚିକା ସହାୟିକା ଶ୍ରୀମତୀ ସୁଦେଷ୍ଣା ସେଠୀ ରୋଷେଇ କାର୍ଯ୍ୟରେ ବାରମ୍ବାର ଅବହେଳା କରିବା ସହ ରୋଷେଇ ସାମଗ୍ରୀ ପ୍ରଧାନ ଶିକ୍ଷୟତ୍ରୀଙ୍କ ବିନା ଅନୁମତିରେ ଘରକୁ ନେଇଯିବା ଓ ବିଭିନ୍ନ ସାମଗ୍ରୀର ଦୁରୁପଯୋଗ କରିବା ଏବଂ ପାଚିକା ନିୟମ ଅନୁପାଳନ ନ କରିବା, ପ୍ରଧାନ ଶିକ୍ଷୟତ୍ରୀଙ୍କୁ ଗାଳିଗୁଲଜ କରିବା ଆଦି ଅଭିଯୋଗ ଆଣି ଉକ୍ତ ପାଚିକାଙ୍କୁ ଶିକ୍ଷା ପରିଚାଳନା କମିଟି ସରକାରୀ ନିୟମ ଅନୁଯାୟୀ କାର୍ଯ୍ୟରୁ ନିବୃତ କରିଥିବା ଜଣାଇଛନ୍ତି। ଏଣୁ ଉଭୟ ପକ୍ଷରୁ ଆରୋପ, ପ୍ରତ୍ୟାକ୍ଷେପ ଆରମ୍ଭ ହୋଇଛି। ବିଦ୍ୟାଳୟ ପରିଚାଳନା କମିଟି ଓ ପ୍ରଧାନ ଶିକ୍ଷୟତ୍ରୀଙ୍କ ଲିଖିତ ଅଭିଯୋଗ ଅନୁସାରେ ପୂର୍ବତନ ପାଚିକା ସହାୟିକା ପ୍ରତିଶୋଧ ପରାୟଣ ହୋଇ ଗ୍ରାମର କିଛି ଖଳ ପ୍ରକୃତିର ବ୍ୟକ୍ତିଙ୍କ ପ୍ରରୋଚନାରେ ପଡ଼ି ପ୍ରଧାନ ଶିକ୍ଷୟତ୍ରୀ ଶ୍ରୀମତୀ ଚିତ୍ରରେଖା ମହାପାତ୍ରଙ୍କୁ ଆକ୍ରୋଶ ମୂଳକ ଭାବରେ ସମ୍ପୂର୍ଣ୍ଣ ଭିତ୍ତିହୀନ ମିଥ୍ୟା ଜାତିଆଣ ଆକ୍ଷେପ ଅଭିଯୋଗ ଆଣିଥିବା ଶିକ୍ଷା ପରିଚାଳନା କମିଟି ରେଜୁଲେଶନ କରି ଲିଖିତ ଭାବରେ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଜଣାଇଥିବା ସୂଚନା ଦେଇଛନ୍ତି ।ଏବଂ ବିଦ୍ୟାଳୟରେ ଜାତି,ଧର୍ମ,ବର୍ଣ୍ଣ ନର୍ବିଶେଷରେ କୌଣସି ଭେଦଭାବ ନ ରଖି ସମସ୍ତଙ୍କୁ ସମାନ ଅଧିକାର ମିଳିଥିବା ଶିକ୍ଷା ପରିଚାଳନା କମିଟି ମତ ପ୍ରକାଶ କରିଛନ୍ତି। କିନ୍ତୁ ପୂର୍ବତନ ପାଚିକା ଜଣକ ତାଙ୍କ ବିରୁଦ୍ଧରେ ଷଡ଼ଯନ୍ତ୍ର କରି ତାଙ୍କୁ କାମରୁ ବହିଷ୍କୃତ କରାଯାଇଛି ବୋଲି କହି ଆସୁଛନ୍ତି। ଏମାନଙ୍କ କଳିରେ ସାଧାରଣ ଅବୋଧ ଶିଶୁ ମାନେ ଦିନେ ନା ଦିନେ ମଧ୍ୟାହ୍ନ ଭୋଜନରୁ ବାଦ୍ ପଡିବା ସହ ଭୋକିଲା ରହିବା ପରିସ୍ଥିତି ସୃଷ୍ଟି ହେବ ତେଣୁ ତୁରନ୍ତ ବ୍ଲକ ଶିକ୍ଷା ଅଧିକାରୀ ଉଚିତ୍ ପଦକ୍ଷେପ ଗ୍ରହଣ କରି ଉପୁଜୁଥିବା କଳିର ସମାଧାନ ଦିଗରେ ପଦକ୍ଷେପ ଗ୍ରହଣ କରିବାକୁ ଅବିଭାବକମାନେ ଦାବି କରିଛନ୍ତି।

ଦୀପକ ଠାକୁର /ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି

Related posts

କଳପଡାରେ ସଚେତନତା ଶିବିର ଅନୁଷ୍ଠିତ

Sunil Chandra Nayak

ଉତ୍କଳ ସ୍ନେହୀ ମହିଳା ସମିତି ଏବଂ ମଡେଲ ସିନିଅର ସିଟିଜେନ ହେଲ୍ପ ସେଣ୍ଟରର ଦ୍ବାରା ଆନ୍ତର୍ଜାତିକ ଯୋଗ ଦିବସ।

masiha

ମାନବ ସେବାରେ ବଜରଙ୍ଗ କ୍ଲବ

Sunil Chandra Nayak

Leave a Comment

error: Content is protected !!