ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
Uncategorized

ଦୁଇ ଟ୍ରକ ମଧ୍ୟରେ ଧକ୍କା, ଜଣେ ଗୁରୁତର

ନୂଆପଡା ଜିଲ୍ଲା ଖଡ଼ିଆଳ ୩୫୩ ନମ୍ବର ଜାତୀୟ ରାଜପଥ ହିରୋ ହୋଣ୍ଡା ଶୋ ରୁମ ସାମନାରେ ଦୁଇଟି ମାଲ ବୋଝେଇ ଟ୍ରକ ମୁହାଁମୁହିଁ ଧକ୍କା ଜଣେ ଡ୍ରାଇଭର ଗୁରୁତର । ଗୁରୁବାର ରାତ୍ର ୮ ଘଣ୍ଟା ସମୟରେ ଏପି ୩୯ ଇଉ ଵି ୩୨୫୩ ଖଡ଼ିଆଳ ରୁ ନୂଆପଡା ଯାଉଥିବା ବେଳେ ନୂଆପଡା ରୁ ଖଡ଼ିଆଳ ଆସୁଥିବା ସି ଜି ୦୪ ଏମ ଡି ୦୫୧୭ ଟ୍ରକ ମୁହାଁମୁହିଁ ଧକ୍କା ହୋଇଥିଲା । ଫଳରେ ଜଣେ ଡ୍ରାଇଭର ଟ୍ରକ ଭିତରେ ଚାପି ହୋଇ ରହିଯାଇଥିଲେ । ତୁରନ୍ତ ଖଡ଼ିଆଳ ପୁଲିସ ଘଟଣା ସ୍ଥଳରେ ପହଞ୍ଚି କଟର ମେସିନ ସାହାଯ୍ୟରେ ଦୁର୍ଘଟଣା ଗ୍ରସ୍ତ ଟ୍ରକକୁ କାଟି ଡ୍ରାଇଭରକୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଖଡ଼ିଆଳ ଉପଖଣ୍ଡ ଚିକିତ୍ସାଲୟରେ ଭର୍ତି କରିଥିବା ଜଣାପଡ଼ିଛି । ଖବର ଲେଖା ହେବା ପର୍ଯ୍ୟନ୍ତ ଟ୍ରକ ଦୁଇଟି କେଉଠିକୁ ଯାଉଥିଲା ଜଣା ପଡ଼ିନାହିଁ । ଘଟଣା ସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ କରୁଛି ।ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ପବିତ୍ର ମହମ୍ମଦ ଜୟନ୍ତୀ ପାଳନ                 

Sunil Chandra Nayak

ଜୟ କୁମାର ମିଶ୍ର ଙ୍କ କବିତା ବିଳାସର ସାଥି, ବିନାଶକୁ ଗତି

Sunil Chandra Nayak

ବିଦ୍ୟାଧର ମହାନ୍ତ ଙ୍କ କବିତା – ସୁମନ

Sunil Chandra Nayak

Leave a Comment

error: Content is protected !!