ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସେଁପୁର ଶିଶୁ ବିଦ୍ୟାମନ୍ଦିର ଠାରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ

ଭବାନୀପାଟଣା : ଏକ ସୁସ୍ଥ ପରିବେଶ ଗଠନ ନିମନ୍ତେ ସବୁଜ ବନାନୀର ଆବଶ୍ୟକତା ରହିଛି । ପ୍ରାଣୀ ଓ ଉଦ୍ଭିଦ ପରସ୍ପର ନିର୍ଭରଶୀଳ, ବୃକ୍ଷଲତା ବିନା ପ୍ରାଣୀଜଗତ ବଂଚିବା ଅସମ୍ଭବ । ତେଣୁ ଭବାନୀପାଟଣା ବ୍ଲକ ଅନ୍ତର୍ଗତ ସେଁପୁର ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଠାରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ସୂଚନା ଯୋଗ୍ୟ ଯେ, ଆଜି ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ପକ୍ଷରୁ ବିଦ୍ୟାଳୟ ଖେଳ ପଡିଆ ତଥା ସ୍କୁଲ ପ୍ରାଙ୍ଗଣରେ ୩୦୦ ଟି ଗଛ ଲଗାଯାଇଛି । ପ୍ରଧାନ ଆଚାର୍ଯ୍ୟ ଶ୍ରୀଯୁକ୍ତ ଟୀକଦେବ ସାହୁଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ପୂର୍ଣ୍ଣଚନ୍ଦ୍ର ନାଗ,ଜନାର୍ଦ୍ଧନ ବାଗ, ତୋଫାନ ବାଗ,ଖୁସିରାମ ସାହୁ, ଗୀତାଞ୍ଜଳି ବାଗ, ସୌଦାମିନୀ ସାହୁ,ରିତା ସାହୁ,ଯଶୋବନ୍ତ ଚିନ୍ଦା ଆଦି ପ୍ରମୁଖ ଗୁରୁଜୀ ଗୁରୁମା ଉପସ୍ଥିତ ଥିଲେ । ଶିଶୁ ବିଦ୍ୟାମନ୍ଦିର ର ଛାତ୍ରଛାତ୍ରୀ ମାନେ ଏହି କାର୍ଯ୍ୟକ୍ରମକୁ ସହଯୋଗ କରିବା ସହ ଅନେକ ଛାତ୍ରଛାତ୍ରୀ ବୃକ୍ଷରୋପଣ କରିଥିଲେ ।

ଖୁସି ରାମ ସାହୁ ଙ୍କ ରିପୋର୍ଟ୍ 

Related posts

ମିନାକ୍ଷୀ ଧର ଫାଉଣ୍ଡେସନ ପକ୍ଷରୁ ସାଧାରଣ ଜ୍ଞାନ ପ୍ରତିଯୋଗିତା ଅନୁଷ୍ଠିତ

ୟୁଏସ୍ଆଇ ସଂଗଠନର ନିଆରା କାର୍ଯ୍ୟକ୍ରମ , ଜନ୍ମ ଦିବସ ଉପଲକ୍ଷେ ପନିପରିବା ଚାରା ବଣ୍ଟନ ଓ ଚାରାରୋପଣ

Sunil Chandra Nayak

ଜଙ୍ଗଲକୁ ଶାଗ ତୋଳିବାକୁ ଯାଇ ଭାଲୁ ଆକ୍ରମଣରେ ଶିକାର 

masiha

Leave a Comment

error: Content is protected !!