ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାତଦିନ ମଧ୍ୟରେ ହେବ ସମସ୍ୟାର ସମାଧାନ: ହିନ୍ଦୋଳଗସ୍ତରେ ଆସି ପ୍ରତିଶ୍ରୁତିଦେଲେ 5T ସଚିବ

ଢେଙ୍କାନାଳ (ମ ସୀ ହା)ହିନ୍ଦୋଳବ୍ଲକ ଗୋଇଲପଡିଆ ଠାରେ 5T ସଚିବ ଭିକେ ପାଣ୍ଡିଆନ ପହଂଚି ଲୋକମାନଙ୍କ ସହ ମିଶିବା ସହିତ ଅଭିଯୋଗ ଶୁଣିଛନ୍ତି । ଲୋକମାନେ ମୁଖ୍ୟମନ୍ତ୍ରୀଙ୍କୁ ଅଭିଯୋଗ କରିବା ପାଇଁ ଅନେକ ଖର୍ଚ୍ଚାନ୍ତ ହୋଇଛନ୍ତି। ସେଥିପାଇଁ ମୁଖ୍ୟମନ୍ତ୍ରୀ ମୋତେ ଆପଣଙ୍କ ପାଖକୁ ପଠାଇଛନ୍ତି ଏବଂ ୭ଦିନ ଭିତରେ ଆପଣମାନଙ୍କର ସମସ୍ୟା ସମାଧାନ ହେବ ବୋଲି ପ୍ରତିଶୃତି ଦେଇଥିଲେ । କମ୍ୟୁନିଷ୍ଟ ସେଣ୍ଟର,ମନ୍ଦିର ,ସ୍କୁଲ, କଲେଜର ସମସ୍ୟା ଖୁବଶୀଘ୍ର ସମାଧାନ ହେବ ବୋଲି ପ୍ରତିଶ୍ଵତି ଦେଇଥିଲା । ମିଶନଶକ୍ତି ମହିଳାମାନଙ୍କୁ ସଶକ୍ତି କରିବାପାଇଁ ମୁଖ୍ୟମନ୍ତ୍ରୀ ଙ୍କ ପ୍ରଚେଷ୍ଟାରେ ୧୧ହଜାର କୋଟିଟଙ୍କା ଋଣ ବିନାସୁଧରେ ଦିଆଯାଉଛି । ଢେ଼ଙ୍କାନାଳ ଜିଲ୍ଲାର ମହିଳାମାନେ ଏଯାବତ୍ ୩ ଲକ୍ଷଟଙ୍କାର ଋଣ ନେଇଛନ୍ତି ।ଆଉ ୨ଲକ୍ଷ ଋଣ ବିନାସୁଧରେ ଦିଆଯିବ ବୋଲି କହିଥିଲେ ।ଢେ଼ଙ୍କାନାଳ ଜିଲ୍ଲାର ସମସ୍ତ କଲେଜଗୁଡିକ 5T ଦ୍ୱାରା ରୂପାନ୍ତର କରାଯିବା ସହ ଛାତ୍ରଛାତ୍ରୀ କେମିତି ଭଲ ପାଠପଢିବେ ସମସ୍ତ ବ୍ୟବସ୍ଥା କରାଯିବ ବୋଲି କହିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ହିନ୍ଦୋଳ ଉପଖଣ୍ଡର ୩୦ହଜାର ମହିଳା ,ଚାଷୀ , କଳାକାର,ଛାତ୍ରଛାତ୍ରୀ ଓ ଜନ ସାଧାରଣଙ୍କ ସମାଗମ ହୋଇଥିବା ଦେଖିବାକୁ ମିଳିଥିଲା !

ଢେ଼ଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀଙ୍କ ରିପୋର୍ଟ୍

Related posts

ରାୟଗଡା ଜିଲ୍ଳା ଆଇନ ସେବା ପ୍ରାଧିକରଣ ଦ୍ୱାରା ଆଇନ ସଚେତନତା କାର୍ଯ୍ୟକ୍ରମ

masiha

ଜବାଗୁଡାରେ ଆମ ବ୍ୟାଙ୍କ ସେବା ଉଦଘାଟିତ

masiha

ପ୍ରଧ୍ୟାପିକା ଡ. ସୁଚେତା ମିଶ୍ରଙ୍କ ବିୟୋଗରେ ଶୋକ

Sunil Chandra Nayak

Leave a Comment

error: Content is protected !!