ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚର୍ଚ୍ଚାରେ ଲୋକପ୍ରତିନିଧି ,ଦୁଇଟି ପଦବୀରେ ସମିତିସଭ୍ୟ ଓ ଗାଁସାଥି 

ଗୋଲାମୁଣ୍ଡା,13/7/ନିର୍ଭୟ /ନିରପେକ୍ଷ ମସିହା /କଳାହାଣ୍ଡି ଜିଲ୍ଲା ଗୋଲାମୁଣ୍ଡା ବ୍ଲକ ଅଧିନ ଚିଚିଆ ପଞ୍ଚାୟତରେ ଜଣେ ଲୋକପ୍ରତିନିଧି ଦୁଇଟି ପଦବୀରେ ଦୀର୍ଘ ଦିନରୁ ରହିଥିବା ଅଞ୍ଚଳରେ ଚର୍ଚ୍ଚା ଜୋର ଧରିଛି। ସୂଚନାରୁ ପ୍ରକାଶ ପଞ୍ଚାୟତରେ ସମିତି ସଭ୍ୟ ରୂପେ ନିର୍ବାଚିତ ହୋଇଥିବା ସନ୍ତୋଷ ପୁଟେଲ ଏବେ ଦୀର୍ଘ ଦିନ ଧରି ଲାଖୁରଭଟା ଗ୍ରାମର ଗାଁସାଥିରେ ନିଯୁକ୍ତି ପାଇଁ କାର୍ଯ୍ୟ ସମ୍ପାଦନ କରିଆସୁଛନ୍ତି । ଏନେଇ ଲୋକଙ୍କ ମଧ୍ୟରେ ଦିନକୁ ଦିନ ଅସନ୍ତୋଷ ପ୍ରକାଶ ପାଇଛି । ଲୋକଲୋଚନରେ ଚର୍ଚ୍ଚାର ବିଷୟ ହେଲାପରେ ସନ୍ତୋଷ ପୁଟେଲଙ୍କୁ ଫୋନ ଯୋଗେ ଯୋଗାଯୋଗ କରିଥିବାରୁ ଦୁଇଟି ପଦବୀରେ ଜଣେ ଲୋକ ରହି ପାରିବେ ବୋଲି ଜିଲ୍ଲାର ପିଡ଼ି ତାଙ୍କୁ କହିଥିବା କଥା ପ୍ରକାଶ କରିଥିଲେ । ଦୀର୍ଘ ଏକ ବର୍ଷ ଧରି ସରକାରୀ ନିୟମ କୁ ଫୁ କରି କାହା ସାହସ ରେ କାର୍ଯ୍ୟ ସମ୍ପାଦନ ରହି ଆସୁଥିଲେ ଏବେ ଅଞ୍ଚଳରେ ବୁଦ୍ଧି ଯିବି ମହଳ ରେ ଆଲୋଚନାର କେନ୍ଦ୍ର ବିନ୍ଦୁ ପାଲଟିଛି । ଏସମ୍ପର୍କରେ ଚିଚିଆ ପଞ୍ଚାୟତ ସରପଞ୍ଚ ମଦନ ପଟେଲଙ୍କୁ ଯୋଗାଯୋଗ କରିଥିବାରୁ ତାଙ୍କ କହିବା ଅନୁଯାଇ ସେ ଗାଁସାଥି ଓ ସମିତି ସଭ୍ୟ ଉଭୟ କାମ ତୁଲାଉଛନ୍ତି ବୋଲି ମତ ପ୍ରକାଶ ପାଇଛି । ଏହି ବିଷୟରେ ଗୋଲାମୁଣ୍ଡା ବିଡିଓ ଶ୍ରୀଧର ପଣ୍ଡାଙ୍କୁ ଫୋନ ଯୋଗେ ପଚାରିବାରୁ ଜଣେ ସମିତି ସଭ୍ୟ ଦୁଇଟି ପଦବୀରେ ରହି ପାରିବେକି ବୋଲି ପ୍ରଶ୍ନ ପଚାରିବାରୁ ଯେକୌଣସି ଗୋଟିଏ ପଦବୀ ହରାଇବାକୁ ପଡିବ ମୁଁ ଏ ବିଷୟରେ ସଙ୍ଗେ ସଙ୍ଗେ ଚିଠି କରୁଛି ବୋଲି ପ୍ରକାଶ କରିଥିଲେ । ଆଗକୁ ଦେଖିବାକୁ ବାକି ରହିଲା ବ୍ଲକ ପ୍ରଶାସନ ଦୁଇଟି ପଦଧାରୀଙ୍କ ଉପରେ କି ପଦକ୍ଷେପ ନେଉଛନ୍ତି।

ଗୋଲାମୁଣ୍ଡା ବ୍ଲକରୁ ରାମକୁମାର ସେନାପତି ଙ୍କ ରିପୋର୍ଟ, ପ୍ରଗତିଶୀଳ ମସିହା

Related posts

କବିଭୂଷଣ ରାଜକିଶୋର ପଟ୍ଟନାୟକ ସ୍ମୃତି ସଂସଦ ପକ୍ଷରୁ ପାଠାଗାର ତଥା ଜାତୀୟ ଗ୍ରନ୍ଥାଗାରିକ ଦିବସ ଓ ବ୍ୟବହାରିକ ସଚେତନତା କାର୍ଯ୍ୟକ୍ରମ-୨୦୨୫ ପାଳିତ

Sunil Chandra Nayak

ଇନ୍ଦିରା ଆବାସ ପାଇଁ ଜିଲ୍ଲାପାଳଙ୍କ ଦ୍ଵାରସ୍ତ

masiha

ଅଟୋ ଚାଳକଙ୍କ ମହାନତା, ହଜିଯାଇଥିବା ସାମଗ୍ରୀକୁ ଫେରାଇଲେ ତାହାର ପ୍ରକୃତ ମାଲିକଙ୍କୁ

Sunil Chandra Nayak

Leave a Comment

error: Content is protected !!