ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ଜିଲ୍ଲାର ସାହାଜଖୋଲ ରେ ଦନ୍ତାହାତୀ ପଶିଥିବା ସନ୍ଦେହ, ବନ ବିଭାଗ ପକ୍ଷରୁ ଗତିବିଧି ଅନୁଧ୍ୟାନ

 କଳାହାଣ୍ଡି ଜିଲ୍ଲା ଦକ୍ଷିଣ ବନଖଣ୍ଡ ସାହାଜ ଖୋଲ ସଂରକ୍ଷିତ ଜଙ୍ଗଲ ଭିତରେ ପଡୋଶୀ ନବରଙ୍ଗପୁର ଜିଲ୍ଲା ପଟୁ ଏକ ଗୋଠଛଡ଼ା ଦନ୍ତା ହାତୀ ପଶି ଆସିଥିବା ନେଇ ଧର୍ମଗଡ ବନ ବିଭାଗ କୁ ସୂଚନା ମିଳିବା ପରେ ଧର୍ମଗଡ ବନ ବିଭାଗ ରେଞ୍ଜର ଭବାନୀ ଶଙ୍କର କାଉର ଙ୍କ ନେତୃତ୍ବରେ ଅଧିକାରୀ ମାନେ ଜଙ୍ଗଲ ର ବିଭିନ୍ନ ଅଞ୍ଚଳ ରେ ହାତୀ ର ଗତିବିଧି ଉପରେ ନଜର ରଖିଛନ୍ତି। ହେଲେ ହାତୀ ର ସନ୍ଧାନ ମିଳିନାହିଁ। ସୂଚନା ମତେ ନବରଙ୍ଗପୁର କଳାହାଣ୍ଡି ସୀମାନ୍ତ ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ଭିତରେ ମୈଦାଲପୁର ଥାନା ଗାଦବା କାତରା ପଞ୍ଚାୟତ ଖୁଡ଼ିଗୁଡା ଜଙ୍ଗଲ ପଟୁ ଏକ ହାତୀ ପ୍ରବେଶ କରିଥିବା ନେଇ ବନ ବିଭାଗ କୁ ସୂଚନା ମିଳିଛି। କଳାହାଣ୍ଡି କରଳାପାଟ ଅଭାୟାରଣ୍ୟ ହାତୀପଲ ନବରଙ୍ଗପୁର ଜିଲ୍ଲା ସୀମା କୁ ଚାଲି ଆସିଥିଲେ।ନବରଙ୍ଗପୁର ବନ ବିଭାଗ ପକ୍ଷରୁ ହାତୀପଲ କୁ କରଳାପାଟ ଅଭାୟାରଣ୍ୟ କୁ ଘଉଡ଼ାଇ ଦିଆ ଯାଇଥିବା ବେଳେ ସେହି ଦଳ ର ଗୋଟେ ଦନ୍ତା ବାଟ ଭୁଲି ରହି ଯାଇଥିବା ଜଣାପଡିଛି।ସେମଧ୍ୟରୁ ରୁ ବୁଧବାର ଠାରୁ ଆମପାଣି ଫରେଷ୍ଟ ସେକ୍ସନ ଅଧୀନରେ ଥିବା ଲେଖାଆମ ପାଖାପାଖି ହାତୀ ଥିବା ଅନୁମାନ କରୁଛି ବନ ବିଭାଗ | ଏନେଇ ଗୁରୁବାର ମଧ୍ୟ ଆମପାଣି ବନପାଳ ମନୀଷା ପଟନାୟକ ଏକ ଟିମ କୁ ନେଇ ସାହାଜଖୋଲ ସଂରକ୍ଷିତ ଜଙ୍ଗଲ ଭିତରୁ ଯାଇ ନିକଟ ବର୍ତ୍ତୀ ଗାଁ ଲେଖାଆମ, ସର୍ଗୀପାଣି, ଝୁଲେନବର, କନ୍ଦାଗଡ଼,ଟିର୍ଲିଆମ, ଗାଇବନ୍ଧା, କୂଟରୁ ଗାଁ କୁ ଯାଇ ସ୍ଥାନୀୟ ଗ୍ରାମବାସୀ ମାନଙ୍କୁ ଘରୁ ନ ବାହାରିବା ପାଇଁ ସତର୍କ ସୂଚନା ଦେଇଛନ୍ତି ଓ ହାତୀ ଙ୍କୁ ଦେଖିଲେ ତୁରନ୍ତ ବନ ବିଭାଗ କୁ ଖବର ଦେବାକୁ ଗ୍ରାମବାସୀଙ୍କୁ କହିଛନ୍ତି |

ସୂଚନାଯୋଗ୍ୟ ଯେ, କିଛି ଦିନ ତଳେ ଏକ ଜଂଗଲୀ ଦନ୍ତା ହାତୀ ଜିଲ୍ଳାର ଜୁନାଗଡ଼ ଓ ଧର୍ମଗଡ ର ଜନବସତି ଅଞ୍ଚଳକୁ ପଶି ଆସି ଉତ୍ପାତ ମଚାଇ ଥିଲା। ହାତୀର ଆକ୍ରମଣରେ କିଛି ଲୋକ ଆହତ ହୋଇଥିବା ବେଳେ ଜଣଙ୍କର ମୃତ୍ୟୁ ଘଟିଥିଲା। ଆଉ ଏବେ ସାହାଜଖୋଲ ରେ ଦନ୍ତାହାତୀ ପଶିଥିବା ସନ୍ଦେହ ଅଞ୍ଚଳ ବାସୀଙ୍କୁ ଆତଙ୍କିତ କରିଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ……

Related posts

ଗୋଷ୍ଠୀ ଉନ୍ନୟନ ଅଧିକାରୀ ଙ୍କ ବିଦ୍ୟାଳୟର ଗସ୍ତ ସହ ଖେଳ ପଡ଼ିଆ ପାଇଁ ଜମି ଚିହ୍ନଟ

Sunil Chandra Nayak

ଶହୀଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଏବଂ ହସ୍ପିଟାଲ ଠାରେ ୨୮୦ କୋଟି ଟଙ୍କା ବ୍ୟୟରେ ୬୫୦ ଶଯ୍ୟା ବିଶିଷ୍ଟ ଚିକିତ୍ସାଳୟର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ

Sunil Chandra Nayak

କଲମପୁର ଥାନା ପକ୍ଷରୁ ଜୁଭେଣ୍ଟିକା କାର୍ଯ୍ୟକ୍ରମ

Leave a Comment

error: Content is protected !!