ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି ଜିଲ୍ଲା ରେ ଶିଶୁଙ୍କ ପାଇଁ ଶୁଭାରମ୍ଭ ହେଲା ‘କୁଶାଲ ବଚ୍‌ପନ୍’ ଅଭିଯାନ

ଭବାନୀପାଟଣା:-କଳାହାଣ୍ଡି ଜିଲ୍ଲା ସମାଜ କଲ୍ୟାଣ ବିଭାଗ ଏବଂ ପିରାମଲ ଫାଉଂଡେସନର ଆନୁକୂଲ୍ୟରେ ୧୪ ତାରିଖ ଶୁକ୍ରବାର ଦିନ ଜିଲ୍ଲାପାଳଙ୍କ କନଫରେନ୍ସ ହଲରେ ଜିଲାସ୍ତରୀୟ ‘କୁଶାଲ ବଚ୍‌ପନ୍’ଅଭିଯାନର ଶୁଭାରମ୍ଭ ହୋଇଯାଇଛି | ଏହି କାର୍ଯ୍ୟକ୍ରମରେ ଜିଲା ସମାଜ କଲ୍ୟାଣ ମୁଖ୍ୟ-ଶ୍ରୀମତୀ ପ୍ରଭାତୀ ତ୍ରିପାଠୀ ,ଉପମୁଖ୍ୟ -ଶ୍ରୀ ଦୁଲାଲ ସେନାପତି, ମିଶନ ଶକ୍ତି ର ପି. ଡି. ସି- ଶ୍ରୀ ଅମୃତ ପାଢ଼ୀ, ବି. ପି.ଏମ .- ବିଶ୍ୱନାଥ ଦାସ, ସମସ୍ତ ବ୍ଲକ ର ସମନ୍ବିତ ଶିଶୁ ବିକାଶ ଅଧିକାରିଣୀ , ଜୁନାଗଡ, ମ. ରାମପୁର , ଥୁଆମୁଳ ରାମପୁର ଏବଂ ଭବାନୀପାଟଣା ବ୍ଲକ ର ଲେଡି ସୁପରଭାଇଜର, ପିରାମଲ ଫାଉଂଡେସନ ର ପ୍ରବନ୍ଧକ ବିକ୍ରମ କିଶୋର ରଣା, ସହଯୋଗୀ ହରିଶଙ୍କର, ଗାନ୍ଧୀ ଫେଲୋ ଓମ ପ୍ରକାଶ ପ୍ରମୁଖ ଯୋଗଦାନ କରିଥିଲେ | ‘କୁଶାଲ ବଚ୍‌ପନ୍ ଅଭିଯାନ’ ପିରାମଲ ଫାଉଂଡେସନ ତରଫରୁ ଆକାଂକ୍ଷୀ ଜିଲା ନିମନ୍ତେ ଏକ କାର୍ଯ୍ୟକ୍ରମ ଯେଉଁ ଥିରେ ୦-୬ ବର୍ଷ ର ପିଲା ମାନଙ୍କର ବୌଦ୍ଧିକ ଜ୍ଞାନ ବିକାଶ ଏବଂ ସ୍ୱାସ୍ଥ୍ୟ ତଥା ଶିକ୍ଷା ର ଉନ୍ନତି ଲାଗି ଉଦ୍ଧିଷ୍ଟ | କଳାହାଣ୍ଡି ଜିଲା ର ୪ଟି ବ୍ଲକ ରୁ ୧୦୦ ଟି ଅଙ୍ଗନବାଡି କେନ୍ଦ୍ର ରେ ଏହି କାର୍ଯ୍ୟକ୍ରମ ଆରମ୍ଭ କରାଯିବ ଓ ଏହି ଅଙ୍ଗନବାଡି ଗୁଡିକୁ ଡେମୋ ଅଙ୍ଗନବାଡି ରୂପେ ଗଢିବାର ପ୍ରୟାସ କରାଯିବ ବୋଲି ଜଣାପଡିଛି | ଏହି କାର୍ଯ୍ୟକ୍ରମ ମାଧ୍ୟ୍ୟମରେ ଶିଶୁ ଓ ମା ମାନଙ୍କର ଟୀକାକରଣ, ପାଠ ପଢ଼ିବା ଲାଗି ରୁଚିକର ପରିବେଶ, ଶିଶୁ ର ବୌଦ୍ଧିକ ବିକାଶ ଲାଗି ଖେଳ କୁଦର ବ୍ୟବସ୍ଥା ଆଦି ର ବିକାଶ କରାଯିବ | ଆଜିର ଆୟୋଜିତ ଉଦ୍ଘାଟନ ସମାରୋହରେ ଚୟନିତ ଅଙ୍ଗନବାଡି ଦିଦି ମାନେ କିପରି ନିଜ ଅଙ୍ଗନବାଡି କେନ୍ଦ୍ରରେ ଏହି କାର୍ଯ୍ୟକ୍ରମ କୁ ସୁଚାରୁ ରୂପେ ପରିଚାଳନା କରିବେ ବିସ୍ତୃତ ଭାବେ ଆଲୋଚନା କରାଯାଇଥିଲା | ଅଙ୍ଗନବାଡି କେନ୍ଦ୍ରକୁ କିପରି ଆହୁରି ସୁନ୍ଦର ଓ ଶିଶୁ ଙ୍କ ଲାଗି ରୁଚିକର କରାଯାଇପାରିବ ସେଥିପ୍ରତି ଧ୍ୟାନ ଦେବା ଲାଗି ଚେଷ୍ଟା କରାଯିବ ବୋଲି ଜଣା ପଡିଛି |

ମସିହା ନିୟୁଜ ସର୍ଭିସ୍ 

Related posts

କୋକସରା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ନୂଆ ଓ ଓଡ଼ିଆ ସାହିତ୍ୟ ଉଦଯାପନି ସମାରୋହ ଅନୁଷ୍ଠିତ

masiha

ଉମରକୋଟ ଅନ୍ତର୍ଗତ ବେହେଡା ରେ ଅଲେଖ ମହିମା ଧର୍ମାବଲମ୍ବୀ ମାନଙ୍କ ନୁଆଁଖାଇ ଭେଟଘାଟ ପାଳିତ

Sunil Chandra Nayak

ଇନ୍ଦ୍ରାବତୀ ପ୍ରକଳ୍ପ କର୍ତ୍ତୃପକ୍ଷ ଙ୍କ ସ୍ଥାଣୁତା :ପୋଡ଼ାଗଡ଼ ଡ୍ୟାମ ପାଚେରୀ ଭିତରେ ଚାଷ 

Sunil Chandra Nayak

Leave a Comment

error: Content is protected !!