ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଦିଗି ସରପଞ୍ଚ ଙ୍କ ଦ୍ଵାରା ଧାନ ମଣ୍ଡି ପଞ୍ଜିକରଣ ଉଦଘାଟିତ

ତେନ୍ତୁଳିଖୁଣ୍ଟି ୧୫/୦୭/୨୩-ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ଦିଗି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ଚରାମୁଳା ଗ୍ରାମ ରେ ଦିଗି ସରପଞ୍ଚ କିଶୋର ନାୟକ ଙ୍କ ଦ୍ଵାରା ଧାନ ମଣ୍ଡି ପଞ୍ଜିକରଣ ଉଦଘାଟିତ ହୋଇଛି । ସୂଚନାଯୋଗ୍ୟ ଗତ ଦୁଇବର୍ଷ ଧରି ମାଁ ଅଗ୍ନିଗଙ୍ଗାମା ସ୍ଵୟଂ ସହାୟକ ଗୋଷ୍ଠୀ ଚାଷୀ ପଞ୍ଜିକରଣ କରି ମଣ୍ଡି ରେ ଧାନ କ୍ରୟ କରି ଆସୁଛି। ଚଳିତ ବର୍ଷ ମଧ୍ୟ ଖାଦ୍ୟ ଯୋଗାଣ ଖାଉଟି କଲ୍ୟାଣ ବିଭାଗ ନବରଙ୍ଗପୁର ଙ୍କ ନିର୍ଦ୍ଦେଶ କ୍ରମେ ଉକ୍ତ ସ୍ଵୟଂ ସହାୟକ ଗୋଷ୍ଠୀ ର ସଦସ୍ୟା ମାନେ ପଞ୍ଜିକରଣ କରାଇ ଧାନ କ୍ରୟ କରିବା ଉଦ୍ଦେଶ୍ୟ ରେ ଆଜିଠାରୁ ପଞ୍ଜିକରଣ ଆରମ୍ଭ କରିଛନ୍ତି।

      ଏହି କାର୍ଯ୍ୟକ୍ରମର ପ୍ରଥମ ପର୍ଯ୍ୟାୟ ରେ ପ୍ରାୟ ପଚାଶ ରୁ ଉର୍ଦ୍ଧ୍ଵ ଚାଷୀ ଉପସ୍ଥିତ ରହି ପଞ୍ଜିକରଣ ପାଇଁ ଫର୍ମ ନେଇଥିବା ସଭାପତି କୁନି ଦୋରା ଓ ସମ୍ପାଦକ ଆର୍ ପାର୍ବତୀ ଅମ୍ମା ଜଣାଇଥିଲେ। ଏହି ପଞ୍ଜିକରଣ ପ୍ରକ୍ରିୟା ଦିଗି, ପୂଜାରିଗୁଡ଼ା, ଲମତାଗୁଡା, ମଞ୍ଚାଗାଁ, ବାରଙ୍ଗ ପଦର ଚାଷୀ ମାନଙ୍କ ପାଇଁ ଚରାମୂଳା ସ୍ତିତ ମା ଅଗ୍ନିଗଙ୍ଗାମା ସ୍ଵୟଂସହାୟକ ଗୋଷ୍ଠୀ କାର୍ଯ୍ୟାଳୟ ଠାରେ ୧୬ ଅଗଷ୍ଟ .୨୦୨୩ ପର୍ଯ୍ୟନ୍ତ ଚାଲୁ ରହିବା ନେଇ ଡାକବାଜି ଯନ୍ତ୍ର ଦ୍ବାରା ପ୍ରଚାର କରାଯାଇଛି।

ଗୋବର୍ଦ୍ଧନ ସାହୁ ,ତେନ୍ତୁଳିଖୁଣ୍ଟି

Related posts

ରାତି ଅଧରେ ବିଧାନସଭା ଅଧିବେଶନ ବାତିଲ ନିଷ୍ପତ୍ତିର ପ୍ରତିବାଦ ବିଜୁ ବାବୁଙ୍କୁ ଅପମାନସୂଚକ ମନ୍ତବ୍ୟର ନିନ୍ଦା ପ୍ରସ୍ତାବ ଉପରେ ଆଲୋଚନା କରିବାକୁ ଚାହୁଁ ନାହାନ୍ତି ରାଜ୍ୟ ସରକାର: ବିଜେଡି

Sunil Chandra Nayak

ତେନ୍ତୁଳିଖୁଣ୍ଟି ତହସିଲ ରେ ବିଭିନ୍ନ କାର୍ଯ୍ୟ ବିଳମ୍ବିତ ହେଉଥିବାରୁ ତ୍ୱରାନ୍ୱିତ କରିବା ନେଇ ଜିଲ୍ଲା ଆଇନ ଜୀବୀ ସଂଘ ର ଆଲୋଚନା

Sunil Chandra Nayak

ଆଇନ ମହାବିଦ୍ୟାଳୟରେ ଜାତୀୟ ସମ୍ବିଧାନ ଦିବସ ପାଳିତ 

masiha

Leave a Comment

error: Content is protected !!