ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସତ୍ୟାନନ୍ଦ ସରସ୍ୱତୀଙ୍କର ଧରାବତରଣ ଦିବସ ପାଳିତ

ଜୟପାଟଣା:୧୬:୦୭:୨୩ଗୁରୁ ବିନା ଜୀବନ ଅସଫଳ ହୋଇଥାଏ । କୁହାଯାଏ ଅନ୍ଧକାର ରୂପି ସାଗରକୁ ଅତିକ୍ରମ କରିବାକୁ ହେଲେ ଗୁରୁଙ୍କ ପରି ଏକ ନୌକାର ଆବଶ୍ୟକତା ରହିଛି । ଗୁରୁ କେବଳ ଆମକୁ ମାର୍ଗଦର୍ଶନ କରନ୍ତି ନାହିଁ, ବରଂ ସବୁବେଳେ ମେରୁଦଣ୍ଡ ପରି ଆମ ପଛରେ ଛିଡା ହୁଅନ୍ତି । ଆଜି ସେଇଭଳି ଜଣେ ମହାନ ସାଧକ ସ୍ୱାମୀ ସତ୍ୟାନନ୍ଦ ସରସ୍ବତୀ ମହାରାଜଙ୍କର ୮୧ତମ ଧରାବତରଣ ଦିବସ । ଏହି ପରିପ୍ରେକ୍ଷୀରେ ଜିଲ୍ଲା ତଥା ଜିଲ୍ଲା ବାହାରୁ ଅନେକ କାଳୀକୃଷ୍ଣ ସଙ୍ଘ ପ୍ରତିଷ୍ଠାନର ସହସ୍ରାଧିକ ଶ୍ରଦ୍ଧାଳୁ ଜୟପାଟଣା ଠାରେ ଏକତ୍ରୀତ ହୋଇ ନଗର ପରିକ୍ରମା କରିଥିଲେ । ସୁସଜ୍ଜିତ ପଟୁଆରରେ ନିଜ ଗୁରୁ ଏବଂ ଭଗବାନ ଶ୍ରୀକୃଷ୍ଣ ,ଭଗବାନ ଜଗନ୍ନାଥଙ୍କର ରଥ ସ୍ଥାନୀୟ ଦୁର୍ଗା ମଣ୍ଡପରୁ ବିଶାଳ ସଭାଯାତ୍ରାରେ ବାହାରି ଗିତାଭବନ ପର୍ଯ୍ୟନ୍ତ ଅଣାଯାଇଥିଲା । ଆଗାମୀ ଦିନରେ ସଙ୍ଘ ପାଖରୁ ଅନେକ ଧର୍ମାନୁଷ୍ଠାନ ଉତ୍ସବର ଆୟୋଜନ ହେବାକୁ ନେଇ ସୂଚନା ଦିଆଯାଇଛି ।

ଜଗମୋହନ ପଟ୍ଟନାୟକ, ବରିଷ୍ଠ ସାମ୍ବାଦିକ

Related posts

ଯୁବ ହଷ୍ଟେଲ ର ରଜ ମିଳନ କାର୍ଯ୍ୟକ୍ରମ 

masiha

ଟ୍ରେନରୁ ଖସିପଡ଼ି ଅଜଣା ଯୁବକଙ୍କ ମୃତ୍ୟୁ 

masiha

ବ୍ରହ୍ମପୁର ବାଣିଜ୍ୟ ମେଳା ଅନୁଷ୍ଠିତ 

Sunil Chandra Nayak

Leave a Comment

error: Content is protected !!