ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହାଇସ୍କୁଲ କର୍ମଚାରୀ ସିମାଞ୍ଚଳ ଦାସଙ୍କ ପରଲୋକ

ନର୍ଲା (ମନିସ)-ପଂଚାୟତ ସମିତି ହାଇସ୍କୁଲରେ କାର୍ଯ୍ୟରତ କର୍ମଚାରୀ ସିମାଞ୍ଚଳ ଦାସଙ୍କ ଗତରାତିରେ ପରଲୋକ ହୋଇଯାଇଛି।ଶ୍ରୀ ଦାସ ଉକ୍ତ ହାଇସ୍କୁଲରେ ପିଅନ ଭାବେ କାର୍ଯ୍ୟରତ ଥିଲେ।ସେ ଜଣେ ମେଳାପୀ ଓ କର୍ତ୍ତବ୍ୟ ପରାୟଣ ବ୍ୟକ୍ତି ଥିଲେ।ତାଙ୍କ ମୃତ୍ୟୁରେ ଅଂଚଳରେ ଶୋକର ଛାୟା ଖେଳି ଯାଇଛି । ରାଜ୍ୟ ପୂର୍ବତନ ମନ୍ତ୍ରୀ ବଳଭଦ୍ର ମାଝୀ, ପୂର୍ବତନ ପ୍ରଧାନ ଶିକ୍ଷକ ସୁବାସ ଚନ୍ଦ୍ର ଚାନ୍ଦ, ନର୍ଲା ପୂର୍ବତନ ଅଧ୍ୟକ୍ଷ ଅଶୋକ ଚାନ୍ଦ ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଅର୍ଚ୍ଚନା ଦାଶ, ତେଜରାଜ ସାହୁ, ହିତେଶ ମେହେର,ପ୍ରଶାନ୍ତ ସାହୁ,ତପନ ଦାସ, ଧୀରେନ୍ଦ୍ର ନାଏକ,ତରଣୀ ଧଙ୍ଗଡା ମାଝୀ ପ୍ରମୁଖ ଶ୍ରୀ ଦାସଙ୍କ ମୃତ୍ୟୁରେ ଗଭୀର ଶୋକ ବ୍ୟକ୍ତ କରିଛନ୍ତି। ପରିବାର ଲୋକେ ତାଙ୍କ ଶବକୁ ଦାହ କରିବା ପାଇଁ ପୁରୀ ସ୍ୱର୍ଗ ଦ୍ୱାର ନେଇଛନ୍ତି।

ନର୍ଲା ରୁ ଦୀପକ ଠାକୁର / ପ୍ରଦୀପ କୁମାର ଗଉଡ ଙ୍କ ରିପୋର୍ଟ 

Related posts

ପାଖଣାପାଟ ପିଠିରେ ସେପ୍ଟେମ୍ବର ୨୨/୨୩/୨୪ ରେ ପ୍ରସିଦ୍ଧ ଯାନ୍ତାଳ ପର୍ବ ନେଇ ନୂତନ କମିଟି ଗଠିତ 

Sunil Chandra Nayak

*BELKONA ASHRAM BIDYALAYA HOSTS SUCCESSFUL PARENT-TEACHER MEET*

masiha

ରାୟଗଡ ସମବାୟ ବିଭାଜନ ତରଫରୁ ୭୧ ତମ ନିଖିଳ ଭାରତ ସମବାୟ ସପ୍ତାହ

masiha

Leave a Comment

error: Content is protected !!