ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

5T  ସ୍କୁଲ ରୁପାନ୍ତରିତ ପାଇଁ ପ୍ରସ୍ତୁତି ବୈଠକ

ବନ୍ଧୁଗାଁ:୧୮/୭।୨୩, କୋରାପୁଟ ଜିଲ୍ଲା ଅନ୍ତର୍ଗତ ବନ୍ଧୁଗାଁ ବ୍ଳକ୍ କାନାଗାଁ ନୂତନ ଉଚ୍ଚବିଦ୍ୟାଳୟ ଠାରେ ୫-ଟି ରେ ସ୍କୁଲ ରୂପାନ୍ତରିତ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବନ୍ଧୁଗାଁ ବିଡ଼ିଓ ଆକାଶ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବୈଠକ ଆରମ୍ଭ ରେ ବିଘ୍ନ ଗଣେଶଙ୍କ ଫୋଟରେ ଦୀପ ପ୍ରଜ୍ଜଳନ କରି ସାରିବା ପରେ ଏକ ସଭାର ଆୟୋଜନ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଥିଲା I ଉକ୍ତ ବୈଠକରେ ପୁରାତନ ଛାତ୍ର ଛାତ୍ରୀ ଓ ଅଭିଭାବକଙ୍କ ଯୋଗ ଦେଇଥିଲେ । ଏହି ବୈଠକରେ ପ୍ରାଥମିକତା ଭିତରେ ସ୍ମାର୍ଟ କ୍ଳାସ୍ ରୁମ୍,ଇ ଲାଇବ୍ରେରୀ, କମ୍ପ୍ୟୁଟର ଲେବ,ଟୟଲେଟ ରୂପାନ୍ତରିକରଣ ହେବା ନେଇ ଆଲୋଚନା ହୋଇଥିଲା । କାର୍ଯ୍ୟକ୍ରମରେ ବନ୍ଧୁଗାଁ ଶିକ୍ଷା ଅଧିକାରି ଶ୍ରୀ ପ୍ରଫୁଲ୍ଲ କୁମାର ମିଶ୍ର ମୁଖ୍ୟ ଅତିଥି ଭାବେ ଯୋଗଦାନ କରିଥିଲେ । ସମ୍ମାନୀତ ଅତିଥି ଭାବରେ କାନାଗାଁ ସରପଞ୍ଚ ଭାସ୍କର ୱାଟେକା ପ୍ରମୁଖ ଯୋଗଦାନ ସହିତ ସ୍କୁଲର ସଭାପତି ରାତୁନୁ ୱାଟେକା ଏବଂ ସ୍କୁଲର ସମସ୍ତ ଶିକ୍ଷକ ତଥା ତାରକା ରାମ ହୁଙ୍କା, ଗୌରୀ ନାଇଡ଼ୁ,ଶରତ ଚନ୍ଦ୍ର ରାଉତ, ସୁରଭି ସପ୍ନା ହିଆଲ, ସୁକାନ୍ତି କାଲପା,ଚେତନ ମିଶାଲ, ସସ୍ମିତା ସେନାପତି, ହୋଇ ରମେଶ ଚୌଧୁରୀ ସହଯୋଗ କରିଥିଲେ । ଶିକ୍ଷକ ଜୟନ୍ତ କୁମାର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ । କାନାଗାଁ ବିଦ୍ୟାଳୟକୁ 5T ଭାରେ ରୁପାନ୍ତରିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ଶ୍ରୀ ଯୁକ୍ତ ନବୀନ ପଟ୍ଟ ନାୟକ ଓ 5T ସଚିବ ଶ୍ରୀ ଭି.କେ. ପାଣ୍ଡିଆନଙ୍କୁ ସମସ୍ତେ ଧନ୍ୟବାଦ ଜଣାଇଥିବାର ଶୁଣିବାକୁ ମିଳିଥିଲା I

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ଜିଲ୍ଲାରେ ୧୩୦ ଗୋଟି ନୂତନ ଭୋଟ କେନ୍ଦ୍ର ଗଠନ ନିମନ୍ତେ ଭାରତୀୟ ନିର୍ବାଚନ କମିଶନଙ୍କ ଅନୁମୋଦନ

Sunil Chandra Nayak

ପ୍ରକାଶ ପାଇଲା ପ୍ରବନ୍ଧ ପ୍ରତିଯୋଗିତାର ଫଳାଫଳ, ଗଞ୍ଜାମ, ସୁନ୍ଦରଗଡ଼ ଓ ଖୋର୍ଦ୍ଧାକୁ ମିଳିଲା ସ୍ଥାନ

Sunil Chandra Nayak

ରାଜ୍ୟପାଳଙ୍କ ଦ୍ୱାରା “ଶ୍ରୀଜଗନ୍ନାଥ ବାଟିକା ତଥ୍ୟାବଳୀ’ ଉନ୍ମୋଚିତ

Sunil Chandra Nayak

Leave a Comment

error: Content is protected !!