ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଦାନୀ ଗ୍ରୁପ ତରଫରୁ ମୌସୁମୀ ସୁରକ୍ଷା ସଚେତନ ଶିବିର ଅନୁଷ୍ଠିତ

ନବରଙ୍ଗପୁର -(ମସିହା) ଆଜି ଚେରଚେଟା ସରକାରୀ ଉଚ୍ଚ ବିଦ୍ୟାଳୟ ଠାରେ ଆଦାନୀ ଗ୍ରୁପ ତରଫରୁ ମୌସୁମୀ ସୁରକ୍ଷା ସଚେତନ ଶିବିର ଅନୁଷ୍ଠିତ ହୋଇଥିଲା | ଏହି ସଚେତନ ଶିବିରରେ ମୁଖ୍ୟ ଅତିଥିଭାବେ ଆଦାନୀ ଗ୍ରୁପର ଶ୍ରୀ ଜୟରାମ ଶର୍ମା (ପ୍ରୋଜେକ୍ଟ ହେଡ୍-ଆଦାନୀ-ବି.କେ.ଆର.ପି.ଏଲ୍) ଯୋଗ ଦେଇଥିଲେ | ଶ୍ରୀ ଶର୍ମା ଉପସ୍ଥିତ ଛାତ୍ର ଛାତ୍ରୀ ଙ୍କୁ ବର୍ଷା ଦିନେ ବଜ୍ରପାତ ରୁ କେମିତି ସୁରକ୍ଷା ପାଇବେ , ସାପ କାମୁଡ଼ିଲେ କେଉଁପନ୍ଥା ଅବଲମ୍ବନ କରି ନିଜେ ଓ ସାପ କାମୁଡିବା ଲୋକଙ୍କୁ କେମିତି ଜୀବନ ବଞ୍ଚାଇବେ , ନିର୍ମାଣାଧୀନ ସ୍ଥାନରେ କେମିତି ନିଜକୁ ସୁରକ୍ଷିତ ରଖିପାରିବେ ସେ ନେଇ ସଚେତନ କରାଇଥିଲେ | ଏହାପରେ ଉପସ୍ଥିତ ଛାତ୍ର ଛାତ୍ରୀଙ୍କୁ ନେଇ ଏକ କୁଇଜ କଂପିଟେସନ କରାଯାଇ ପ୍ରଥମ ,ଦ୍ୱତୀୟ ସ୍ଥାନ ପାଇଥିବା ଛାତ୍ର ଛାତ୍ରୀଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା | ଆଗାମୀ ଦିନରେ ଏହି କାର୍ଯ୍ୟକ୍ରମ କୁ ପ୍ରତ୍ୟେକ ଗ୍ରାମରେ କରାଇବାପାଇଁ ସ୍ଥିର କରାଯାଇଛି ବୋଲି ଶ୍ରୀ ଶର୍ମା ସୂଚନା ଦେଇଛନ୍ତି | ପ୍ରକାଶ ଥାଉକି ବିଗତ ଦିନ ମାନଙ୍କରେ ଆଦାନୀ ଗ୍ରୁପ ସଡ଼କ ସୁରକ୍ଷା ମାସ ପାଳନ କରି ଡାବୁଗାଁ ଥାନା ସମୁଖରେ ଲୋକଙ୍କୁ ହେଲମେଟ ପିନ୍ଧି ଗାଡି ଚଳାଇବାକୁ ସଚେତନ କରିଥିଲେ ଏବଂ କିଛି ଲୋକଙ୍କୁ ହେଲମେଟ ବାଣ୍ଟିଥିଲେ | ଅନ୍ୟ ମାନଙ୍କ ମଧ୍ୟରେ ଆଦାନୀ ଗ୍ରୁପର ସୁରକ୍ଷା ମୁଖ୍ୟ ଦେବେନ୍ଦ୍ର ମହାପାତ୍ର , ପ୍ରଜେକ୍ଟ ହେଡ଼ ଏମ ବି ପି ଏଲ ଗ୍ରୁପର ଓ ପି ସିଂ ଭଦରିଆ , ଏମ ବି ପି ଏଲ ଗ୍ରୁପର ସୁରକ୍ଷା ମୁଖ୍ୟ ବାମଦେବ ସାମଲ ଯୋଗ ଦେଇଥିଲେ | ଏହି ଶିବିରକୁ ରଞ୍ଜନ କୁମାର ଜେନା , ସୁନୀଲ କୁମାର , ଆକାଶ ରାଓ , ବିଭୁତି ଭୂଷଣ ପ୍ରଧାନ ପରିଚାଳନା କରିଥିଲେ |

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ନବରଙ୍ଗପୁରରେ ବିଶ୍ୱ ସିକଲ ସେଲ ଦିବସ–୨୦୨୬ ପାଳିତ 

Sunil Chandra Nayak

ଏସ୍‌ଏଲ୍‌ଏନ୍‌ ପବ୍ଲିକ ସ୍କୁଲରେ ବିଜ୍ଞାନ ମେଳା 

Sunil Chandra Nayak

ଜନ୍ମଗତ ହୃଦରୋଗରେ ଆକ୍ରାନ୍ତ ପିଲାମାନଙ୍କ ପାଇଁ ରାଷ୍ଟ୍ରୀୟ ବାଳ ସ୍ବାସ୍ଥ୍ୟ କାର୍ଯ୍ୟକ୍ରମ ଏକ ବରଦାନ

masiha

Leave a Comment

error: Content is protected !!