ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଲରେ ବଜ୍ରପାତରେ ମହିଳା ଚାଷୀ ଟଳି ପଡିଲେ 

ମୟୂରଭଞ୍ଜ -୨୧/୭ ( ମସିହା)ବିଜ୍ଞାନ ଯେତେ ଆଗେଇଲେବି ପ୍ରକୃତି ପାଖରେ ହାର ମାନୁଛି । ବଜ୍ରପାତରେ ଅକାଳରେ ନିରିହ ଲୋକଙ୍କ ଜୀବନ ଯାଉଛି । ମୟୂରଭଞ୍ଜ ଜିଲ୍ଲାର ଗୋରୁମହିଷାଣୀ ଥାନା ଅନ୍ତର୍ଗତ ବିଜାତଳା ବ୍ଳକର‌ ସରଗଡା ପଞ୍ଚାୟତର ଵଡବାଣ୍ଠା ଗ୍ରାମରେ ବିଲରେ ଚାଷ କରୁଥିବା ସମୟରେ ବିଜୁଳି ଚଡକରେ ପାଖାପାଖି ୧୧ ଟା ସମୟରେ ଜଣେ ମହିଳା ଚାଷୀଙ୍କ ଜୀବନ ଚାଲିଯାଇଛି । ସୂଚନାଯୋଗ୍ୟ ସରଗଡା ପଞ୍ଚାୟତର ବଡବାଣ୍ଠା ଗ୍ରାମର ମହେନ୍ଦ୍ର ହାଁସଦାଙ୍କ ପତ୍ନୀ ବିଜୟଲକ୍ଷ୍ମୀ ହାଁସଦା (୩୮) ଆଜି ପୂର୍ବାହ୍ନ ୧୧ ଟା ସମୟରେ ବିଲରେ ଝିପିଝିପି ବର୍ଷାରେ କାମ କରୁଥିବା ସମୟରେ ହଠାତ୍ ବିଜୁଳି ଚଡକରେ ତଳେ ପଡି ଯାଇଥିଲେ ।ବିଲ ପାଖରେ ଅନ୍ୟ ଚାଷୀମାନେ ତାଙ୍କ ସ୍ବାମୀଙ୍କୁ ଘରେ ଖବର ଦେବା ସହ ରାଇରଙ୍ଗପୁର ହସ୍ପିଟାଲ କୁ ୧୦୮ ଆମ୍ବୁଲାନ୍ସରେ ଆଣିଥିଲେ । ଡାକ୍ତର ମୃତ ଘୋଷଣା କରିଥିଲେ ।ଖବର ପାଇ ଗୋରୁମହିଷାଣୀ ପୋଲିସ ରାଇରଙ୍ଗପୁର ହସ୍ପିଟାଲ ପହଞ୍ଚି ତଦନ୍ତ କରି ଏକ ଅପମୃତ୍ୟୁ ମାମଲା କେଶ ନମ୍ବର ୧୨/୨୩ ରୁଜୁ କରିବା ସହ ଶବ ବ୍ୟବଚ୍ଛେଦ କରାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି ।ସରଗଡା ସରପଞ୍ଚ ଶକୁନ୍ତଳା ମୁର୍ମୁ ଖବର ପାଇ ରାଇରଙ୍ଗପୁର ହସ୍ପିଟାଲ ପହଞ୍ଚିବା ସହ ଶୋକ ସନ୍ତପ୍ତ ପରିବାରଙ୍କୁ ସାନ୍ତ୍ଵନା ଦେଇଥିଲେ । ହରିଶ୍ଚନ୍ଦ୍ର ଯୋଜନାର ୩୦୦୦ ଟଙ୍କା ଖୁବ ଶିଘ୍ର ଯୋଗାଇଦେବେ ବୋଲି କହିବା ସହ ଆବଶ୍ୟକୀୟ ସହାୟତା ପ୍ରଦାନ କରିବେ ବୋଲି କହିଥିଲେ । ବିଜୟଲକ୍ଷ୍ମୀ ଜଣେ ସମାଜସେବୀ, ପରୋପକାରୀ, ମିଷ୍ଟଭାଷୀ ଦରଦୀ ମହିଳା ଥିଲେ । ତାଙ୍କ ମୃତ୍ୟୁରେ ବିଜାତଳା ବ୍ଳକ ଅଧ୍ୟକ୍ଷା ରାନୀ ମୁର୍ମୁ, ପୂର୍ବତନ ବ୍ଳକ ଅଧ୍ୟକ୍ଷ ନିମାଇଁ ମୁର୍ମୁ, ପୂର୍ବତନ ବ୍ଳକ ଅଧ୍ୟକ୍ଷ ମାଝିଆରାମ ମାଝୀ,ସରୋଜ ମହାନ୍ତ, ସାମ୍ବାଦିକ ଯୁଧିଷ୍ଠିର ପରିଡ଼ା, ସୁରେନ୍ଦ୍ର ମୁଣ୍ଡା,ସୁନିଲ ମାଝୀ ପ୍ରମୁଖ ଶୋକ ପ୍ରକାଶ କରିଛନ୍ତି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଜିଲ୍ଲାପାଳଙ୍କ ଗୁଡାରି ବ୍ଲକରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଶିବିର ଅନୁଷ୍ଠିତ

Sunil Chandra Nayak

ସାନ ପୋଡ଼ାଗୁଡା ଠାରେ ଖୋଲିଲା ନୂତନ ପ୍ରାଥମିକ କୃଷି ସମବାୟ ସମିତି, ଉଦଘାଟନୀ ଉତ୍ସଵରେ ଯୋଗଦେଲେ ଧର୍ମଗଡ଼ ବିଧାୟକ

ତେରେସିଂହାରେ ସଡ଼କ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!