ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପରଜଙ୍ଗବ୍ଲକ୍ ଠାରୁ ମାତ୍ର ପାଞ୍ଚ କିଲୋମିଟର ଦୃଷ୍ଟି ଦେବେ କି ସରକାର 

ଢେ଼ଙ୍କାନାଳ(ମ ସୀ ହା)୨୧/୦୭_ପରଜଙ୍ଗ ବ୍ଲକ୍ ଅନ୍ତର୍ଗତ ବାରିହାପୁର ଗ୍ରାମ ପଞ୍ଚାୟତର ଚକ୍ରଧରପୁର ଓ ଜଗନ୍ନାଥପୁର ଏହି ଦୁଇ ଗୋଟି ଗ୍ରାମ ପରଜଙ୍ଗ ବ୍ଲକ ଅଫିସ କାର୍ଯ୍ୟାଳୟ ଠାରୁ ମାତ୍ର ୫ କିଲୋମିଟର ଦେଶ ସ୍ୱାଧୀନତା ହେବାର ୭୬ ବର୍ଷ ବିତିଯାଇଥିଲେ ମଧ୍ୟ ଏଠିକାର ଗ୍ରାମବାସୀମାନେ ସ୍ଵାଧୀନତା ପାଇଥିଲା ପରେ ମନେ ହୁଏନାହିଁ, ନା ରହିଛି ଗମନାଗମନର ସୁବିଧା, ନା ରହିଛି ବସୁଧା ବିଶୁଦ୍ଧ ପାନୀୟ ଜଳର ସୁବିଧା, ନା ରହିଛି ଶିକ୍ଷା, ଏଠି ସରକାରଙ୍କର ଯୋଜନା ପହଁଚିବା ସାତସପନ ହୋଇ ଯାଇ ଅଛି, ଏହି ଦୁଇଗୋଟି ଗ୍ରାମ ହାତୀ ଉପଦ୍ରବ ଅଞ୍ଚଳ ଘଞ୍ଚଜଙ୍ଗଲ ଘେରା ୪ କିଲୋମିଟର ମାଟି ରାସ୍ତାରେ କୁନିକୁନି ଛାତ୍ରଛାତ୍ରୀମାନେ ପ୍ରତିଦିନ ବାରିହାପୁର ଉପ୍ରା ବିଦ୍ୟାଳୟ କୁ ପାଠପଢିବା ପାଇଁ ଆସୁଅଛନ୍ତି, ମାଟି ରାସ୍ତା ଦ୍ୱାରା ଟିକିଏ ବର୍ଷା ହେଲେ ଆଣ୍ଠୁଏ ଆଣ୍ଠୁଏ କାଦୁଅରେ ପଡି ଉଠି ସ୍କୁଲ ଆସିବା ପାଇଁ ପଡିଥାଏ, ସରକାରଙ୍କର ବସୁଧା ଯୋଜନା ଥିଲେ ମଧ୍ୟ ଏଠି ବସୁଧା ଯୋଜନାର ବିଶୁଦ୍ଧ ପାନୀୟଜଳ ଲୋକମାନଙ୍କ ପାଖକୁ ଘରକୁ ଘର ପହଁଚି ପାରିନାହିଁ l ଯାହା ଫଳରେ ନଳକୂପ ର ଆଇରନଯୁକ୍ତ ପାଣିପିଇ ଲୋକମାନେ ଅଜଣା ରୋଗରେ ଆକ୍ରାନ୍ତ ହେଉ ଅଛନ୍ତି l ପରଜଙ୍ଗ ବ୍ଲକ କାର୍ଯ୍ୟାଳୟ ଠାରୁ ମାତ୍ର ୫ କିଲୋମିଟର ଏହି ଦୁଇ ଗୋଟି ଗ୍ରାମରେ ଆଦିମ ଅମଳର ମାଟି ରାସ୍ତାରେ ଲୋକମାନେ ଯାତାୟାତ କରୁଛନ୍ତି ହାତୀ ଉପଦ୍ରବ ଅଞ୍ଚଳ ହେତୁ ହାତୀ ଆକ୍ରମଣରେ ଲୋକମାନଙ୍କର ଅକାରଣରେ ମଧ୍ୟ ଧନଜୀବନ ଚାଲି ଯାଉଛି, ସାଧାରଣରେ ଚର୍ଚ୍ଚା ହୁଏ ଅଞ୍ଚଳର ନିର୍ବାଚିତ ଜନ ପ୍ରତିନିଧି ଓ ସ୍ଥାନୀୟ ବ୍ଲକ ପ୍ରଶାସନ ର ଅପାରଗତା ପାଇଁ ଦୁଇଗୋଟି ଗ୍ରାମକୁ ଆଜି ପର୍ଯ୍ୟନ୍ତ ରାସ୍ତା ଟିଏ ହୋଇ ପାରିଲା ନାହିଁ, ସ୍କୁଲ ଟିଏ ଥିଲେ ମଧ୍ୟ ତାହା ସରକାର ବନ୍ଦ କରି ଦେଇ ଅଛନ୍ତି, ଏଣୁ ତୁରନ୍ତ ଏହି ଦୁଇ ଗୋଟି ଗ୍ରାମକୁ ପ୍ରଧାନମନ୍ତ୍ରୀ ସଡକ ଯୋଜନା କିମ୍ବା PWD ଯୋଜନା ରେ ଅନ୍ତର୍ଭୁକ୍ତ କରି ପକା କିମ୍ବା ପିଚୁ ରାସ୍ତା ନିର୍ମାଣ, ବସୁଧା ଯୋଜନା ରେ ପାଣି ଟାଙ୍କି ନିର୍ମାଣ କରି ପାଇପ ଲାଇନ ଯୋଗେ ଲୋକଙ୍କ ପାଖକୁ ବିଶୁଦ୍ଧ ପାନୀୟ ଜଳ, ବନ୍ଦ ଥିବା ସ୍କୁଲ ଟି ପୁନ ଉଦ୍ଧାର କରି ସ୍କୁଲ ଟି କୁନି କୁନି ଛାତ୍ରଛାତ୍ରୀଙ୍କ ନିମନ୍ତେ ଖୋଲାଯିବା ପାଇଁ ଢେଙ୍କାନାଳ ଜିଲ୍ଲା ଓ ପରଜଙ୍ଗ ବ୍ଲକ ପ୍ରଶାସନ ନିକଟ ରେ ସ୍ଥାନୀୟ ଜନସାଧାରଣ ଓ ବୁଦ୍ଧିଜୀବୀ ନିବେଦନ କରିଛନ୍ତି l

ଢେ଼ଙ୍କାନାଳରୁ ନାୟକ ଅକ୍ଷୟ ରାଜହସ୍ତୀ ରିପୋର୍ଟ୍

Related posts

ପାଣି ଟ୍ୟାଙ୍କରକୁ ଧକ୍କା ଦେଲା ବାଇକ୍‌, ଜଣେ ମୃତ, ଜଣେ ଗୁରୁତର 

masiha

ତେରେସିଂହାରେ ଆର୍ଥିକ ସାକ୍ଷରତା ଶିବିର ଅନୁଷ୍ଠିତ 

Sunil Chandra Nayak

ସ୍ୱାମୀ ବିବେକାନନ୍ଦ ଶିକ୍ଷାକେନ୍ଦ୍ର, ସିଂଲାର ୨୧ ତମ ବାର୍ଷିକ ଉତ୍ସବ ପାଳିତ

masiha

Leave a Comment

error: Content is protected !!