ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

କଳାହାଣ୍ଡି ଜିଲ୍ଲା ମଦନ ପୁର ରାମପୁର ଶ୍ରୀପଲ୍ଲୀ ଛକ ନିକଟରେ ବାଘଛାଲ ବିକ୍ରି ଡିଲ ବେଳେ ମାଡିବସିଲା ଏସଟିଏଫ

 ୩ଟି ବାଘଛାଲ ଓ ୩ଟି ହରୀଣ ଛାଲ ଜବତ କରିଛି ଏସଟିଏଫ୍ । ଜଣେ ଜଙ୍ଗଲୀ ତସ୍କର ଗିରଫ

କଳାହାଣ୍ଡି ଜିଲ୍ଲା ଶ୍ରୀପଲ୍ଲୀ ଛକ ନିକଟରେ ଏସଟିଏଫର ଚଢାଉ କରିଥିବା ଜଣା ଯାଇଛି ବାଘ ଓ ହରିଣ ଛାଲ ଜବତ ସହ ଅଭିଯୁକ୍ତ ଖଗେଶ୍ୱର ପଟେଲ ଗିରଫ କରିଛି ଏସଟିଏଫ।

ଗତକାଲି ସନ୍ଧ୍ୟାରେ କଳାହାଣ୍ଡି ଏମ୍ ରାମପୁରର ଶ୍ରୀପଲ୍ଲୀ ଛକରେ ଏସଟିଏଫ୍ ଚଢାଉ କରି ବେପାରୀ ଖଗେଶ୍ୱର ପୁଟେଲଙ୍କୁ ଗିରଫ କରିଛି । ସମ୍ପୁକ୍ତ ବ୍ୟକ୍ତିଙ୍କ ପାଖରୁ ୩ ଟି କଲରାପତରିଆ ବାଘ ଛାଲ ଓ ୩ ହରିଣ ଛାଲ ଜବତ ହୋଇଛି । ଖବର ମାଡିବସିଥିଲା ଏସଟିଏଫ୍ ବ୍ୟକ୍ତିଙ୍କୁ ଗିରଫ କରିଛି ।ସେହିପରି ଏହି ଘଟଣାରେ ଏସଟିଏଫ୍ ଅଧିକ ଖୋଳତାଡ ଜାରି ରଖିଛି। କେଉଁ ବ୍ୟକ୍ତି ମାନଙ୍କୁ ବିକ୍ରି କରିବା ପାଇଁ ଅଭିଯୁକ୍ତ ନେଉଥିଲା ଓ କେଉଁ ଜଙ୍ଗଲରୁ ଉକ୍ତ ବନ୍ୟ ଜନ୍ତୁ ଙ୍କୁ କେବେ ମରାଯାଇଛି ତାହା ତଦନ୍ତ ଚାଲିଛି। ଡେରାଡୁନ ଫୋରେନ୍ସସିକ ଲେବ୍ କୁ ନମୁନା ପରୀକ୍ଷା ପାଇଁ ପଠାଯିବ ବୋଲି ଏସଟିଏଫ କହିଛି।

ସୂଚନାଯୋଗ୍ୟ ଯେ,କଳାହାଣ୍ଡି ଜିଲ୍ଲା ରାମପୁର ପୋଲିସ ଷ୍ଟେସନ ଅଞ୍ଚଳ ସିରିପାଲି ଛକରେ କୌଣସି ସୂତ୍ରରୁ ଖବର ପାଇ ସାଧା ପୋଷାକରେ ଏସଟିଏଫ ଚଢାଉ କରି ବାଘଛାଲ ବେପାରୀକୁ କାବୁ କରି ତା ପାଖରୁ ୩ଟି କଲରା ପତରିଆ ବାଘ ଛାଲ ଏବଂ ହରିଣ ଛାଲ ଜବତ କରାଯାଇଥିବା ଜଣା ଯାଇଛି।

ବାଘ ଓ ହରିଣ ଛାଲ ଜବତ କରିବା ସହ ବେପାରୀ ଖଗେଶ୍ୱର ପୁଟେଲକୁ ଗିରଫ କରିଛି ଓ ତାକୁ କୋର୍ଟ ଚାଲାଣ କରାଯାଇଛି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଅନାରକଲି ଢ଼ାବାରେ ଅବକାରୀ ଚଢାଉ, ବିପୁଳ ପରିମାଣରେ ବିଦେଶୀ ମଦ ଜବତ, ଦୁଇ ଜଣକୁ କୋର୍ଟ ଚାଲାଣ

masiha

ଭିଜିଲାନ୍ସ ଜାଲରେ ଜୟପୁର ବ୍ଲକ ଓ ପୌର ପାଳିକାର ସହକାରୀ ନିର୍ବାହୀ ଯନ୍ତ୍ରୀ  ବିଶ୍ୱନାଥ ପାତ୍ର

masiha

ମହିଳାଙ୍କୁ ବ୍ଲାକମେଲିଂ ଓ ଦୁଷ୍କର୍ମ ଅଭିଯୋଗରେ ଜେଲ ଗଲେ ଅଧ୍ୟାପକ

Sunil Chandra Nayak

Leave a Comment

error: Content is protected !!