ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ନାବାଳିକାକୁ ପ୍ରେମ ପ୍ରତାରଣା ପରେ ଅପହରଣ ଘଟଣାରେ ଜେଲ ଗଲା ଅଭିଯୁକ୍ତ ଯୁବକ

କୋକସରା,୨୧୦/୭ // ନାବାଳିକାକୁ ନିଜ ପ୍ରେମ ଜାଲରେ ଫସାଇ ମିଛ ବିବାହର ପ୍ରତିଶ୍ରୁତି ଦେଇ କୋକସରା ଥାନା ଅଞ୍ଚଳର ଜନୈକା ନାବଳିକାକୁ ଅପହରଣ କରିଥିବା ଅଭିଯୋଗ ହୋଇଛି । ନାବାଳିକାଙ୍କ ବାପା କୋକସରା ଥାନା ରେ ଗତ ଜୁନ ମାସ ୨୨ତାରିଖରେ ଝିଅ ନିଖୋଜ ଥିବାନେଇ ଅଭିଯୋଗ କରିଥିଲେ। ଯୁବକ ହେଉଛି ଧନସରା ଗ୍ରାମର ଗୋବିନ୍ଦ ନିଆଲ(୨୧) ପୋଲିସ ଘଟଣାର ତଦନ୍ତ ଜାରି ରଖିଥିବା ବେଳେ ଗତକିଛି ତଳେ ଯୁବକ ନାବାଳିକାକୁ ନେଇ ନିଜ ଗାଁକୁ ଫେରିଥିବା ବେଳେ ପୋଲିସ ସୂଚନା ପାଇ ଯୁବକକୁ ଗିରଫ କରିଥିଲେ । ନାବଳିକାର ବୟାନ ନେବା ପରେ ବୁଧବାର ନାବଳିକା ଅପହରଣ ମାମଲାରେ ପୋସ୍କୋ ଧାରାରେ କେଶ ନମ୍ବର ୧୬୯/୨୩ ରେ ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଥବା ନେଇ କୋକସରା ପୋଲିସ ପକ୍ଷରୁ ସୂଚନା ମିଳିଛି।

ମସିହା ନିୟୁଜ ସର୍ଭିସ୍ 

Related posts

ଅଜଣା ଗାଡି ଧକ୍କାରେ ନାବାଳକ ମୃତ 

masiha

ଜାମଦା ଥାନା ! ଭିନ୍ନକ୍ଷମ ଯୁବତୀ ଦୁଷ୍କର୍ମ ମାମଲାରେ ୨ କୋର୍ଟ ଚାଲାଣ 

masiha

ବିବାହର ପ୍ରଲୋଭନ ଦେଖାଇ ନାବାଳିକାକୁ ଧର୍ଷଣ ନେଇ ଥାନାରେ ଏତଲା 

masiha

Leave a Comment

error: Content is protected !!