ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବାଇକ୍ ଦୁର୍ଘଟଣାରେ ଯୁବକ ମୃତ

ନବରଙ୍ଗପୁର –(ମସିହା)ନବରଙ୍ଗପୁର ଜିଲ୍ଲା ଡାବୁଗାଁ ଥାନା ସଦର ମହକୁମା ଅଙ୍ଗୀ ନଦୀ ବ୍ରିଜ ଶେଷ ଭାଗରେ ପୂର୍ତ୍ତ ବିଭାଗ ପକ୍ଷରୁ ନିର୍ମାଣ ପାଇଁ ବାଲି ଓ ଚିପସ ଆଣି ଦିନ ବେଳେ କାମ ଚାଲୁ ଥିଲା l ସେ ସବୁ ସମାଗ୍ରୀ ରାସ୍ତା ଉପରେ ଛାଡ଼ି ଦେଇ ସନ୍ଧ୍ୟା ହେବାରୁ ପଳାଇ ଯାଇଥିଲେ l ବୋରିପଦର ଦେଶୀ ମଦ ଭାଟିରେ କାର୍ଯ୍ୟ କରୁଥିବା ବିହାର ରାଜ୍ୟ ଆରା ଜିଲ୍ଲାର ବାଲବାତ୍ରା ଗ୍ରାମର ରାକେଶ ଯାଦବ ( ୩୫)ସେହି ରାସ୍ତାଦେଇ କେରଣ୍ଡି ଗ୍ରାମ କୁ ଯାଇଥିଲେ l ଡାବୁଗାଁ କୁ ରାତ୍ର ୮ ଘଣ୍ଟା ଫେରିବା ସମୟରେ ବ୍ରିଜ ପାର ହେବା ପରେ ଗଦା ହୋଇ ଥିବା ବାଲି ଚିପସ ଉପରେ ଧକ୍କା ହୋଇ ଦୁର୍ଘଟଣାର ଶିକାର ହୋଇଥିବାରୁ ବାଇକ୍ ରୁ ଛିଟିକି ପଡି ଗୁରୁତର ହୋଇଥିଲେ l 

ସ୍ଥାନୀୟ ଲୋକେ ରାକେଶ କୁ ଉଦ୍ଧାର କରି ଡାବୁଗାଁ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ରେ ଭର୍ତ୍ତି କରିଥିଲେ l ସେଠାରେ ରାକେଶଙ୍କର ମୃତ୍ୟୁ ଘଟିଥିଲା l ଏ ନେଇ ଡାବୁଗାଁ ରେ ଏକ ପ୍ରକାର ଶୋକର ଛାୟା ଖେଳିଯାଇଛି l ପୂର୍ତ୍ତ ବିଭାଗର ଏପରି ଦାୟିତ୍ଵ ହୀନତା ଯୋଗୁଁ ଅକାଳ ରେ ଯୁବକ ମୃତ୍ୟୁ ବରଣ କରିଥିବା ଜନସାଧାରଣରେ ଚର୍ଚ୍ଚା ଜୋର୍ ଧରିଛି l ବିଳମ୍ବିତ ରାତ୍ରି ଯୋଗୁ ଆଜି ଶବ ବ୍ୟବଚ୍ଛେଦ ହେବା ପରେ ମଦ ଭାଟି କର୍ମଚାରୀଙ୍କୁ ହସ୍ତାନ୍ତର କରାଯିବ l

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନ୍ୟୁଜ

Related posts

ଧର୍ମପରାୟଣ ବ୍ୟକ୍ତି ସ୍ବର୍ଗତଃ କୀର୍ତ୍ତନ ସ୍ବାଇଁଙ୍କ ପରଲୋକରେ ଗଭୀର ଶୋକ ପ୍ରକାଶ

masiha

ବିକାଶ ର ଧାରା: ଓଡିଶା ସାରା ଦୁଇ ବର୍ଷ ପୂର୍ତ୍ତି କାର୍ଯ୍ୟକ୍ରମ

Sunil Chandra Nayak

ଲୁହା ଶିଳା ପଞ୍ଚାୟତର ପ୍ରାକ୍ତନ ପଞ୍ଚାୟତ ନିର୍ବାହୀ ଅଧିକାରିଣୀ ପୁଷ୍ପିତା ମହାକୁଡ଼ ଵାଦ୍ଧକ୍ଯ ଭତ୍ତା ପ୍ରଦାନ ଅନିୟମିତତା ନେଇ ଭିଜିଲାନ୍ସ ଯନ୍ତାରେ 

Sunil Chandra Nayak

Leave a Comment

error: Content is protected !!