ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆନନ୍ଦପୁର ବୈତରଣୀ ନଦୀ ଉପରେ ତିଆରି ହେବ ଝୁଲାପୋଲ

କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଠାରେ ବୈତରଣୀ ନଦୀ ଉପରେ ରହିଛି ବ୍ରିଜ କିନ୍ତୁ ତାହା ଚାଳିଶ ବର୍ଷ ପରେ ଦୁର୍ବଳ ହୋଇ ପଡ଼ିଥିବାରୁ ନିକଟରେ କେନ୍ଦୁଝର ଜିଲ୍ଲା ପରିଦର୍ଶନରେ ଆସିଥିବା ରାଜ୍ୟ ଶାସନ ସଚିବ ଭି କେ ପାଣ୍ଡିଆନ ଆନନ୍ଦପୁର ଠାରେ ବୈତରଣୀ ନଦୀ ଉପରେ ଦ୍ଵିତୀୟ ବ୍ରିଜର ନିର୍ମାଣ ଘୋଷଣା କରିଛନ୍ତି । ଦୁଇଟି ନିର୍ବାଚନ ମଣ୍ଡଳୀ ଘଷିପୁରା ଏବଂ ଆନନ୍ଦପୁରକୁ ସଂଯୋଗ କରୁଥିବା ଏହି ବ୍ରିଜ ଏକକ ରାସ୍ତା ହୋଇ ଥିବାରୁ ବହୁତ ଦିନ ପୂର୍ବରୁ ଅନନ୍ଦପୁର ବସଷ୍ଟାଣ୍ଡ ଏବଂ ଘଷିପୁରା ବସଷ୍ଟାଣ୍ଡକୁ ଏକ ଡ଼ଙ୍ଗାଘାଟର ସୁବିଧା ଥିଲା ଏବେ ସେହି ସ୍ଥାନରେ ଏକ ଝୁଲା ପୋଲ ନିର୍ମାଣ ନିମନ୍ତେ ଆନନ୍ଦପୁର ବାସୀ ଦାବୀକରି ଆସୁଥିଲେ ,ରାଜ୍ୟ ସରକାରଙ୍କ ନେତୃବୃନ୍ଦ ଆଜି ଝୁଲାପୋଲ ନିର୍ମାଣର କ୍ଷେତ୍ର ପରିଦର୍ଶନରେ ଆସିଥିଲେ । କ୍ଷେତ୍ର ପରିଦର୍ଶନ ସମୟରେ ଅନନ୍ଦପୁର ପୌରାଧକ୍ଷl ରଜନୀ ରାଣୀ ଖଟୁଆ ,ଉପାଧ୍ୟକ୍ଷ ଦୁର୍ଗା ଚରଣ ଦଳେଇ ,କାଉନସିଲର କୃଷ୍ଣ ଚନ୍ଦ୍ର ରଣା, ପୂର୍ବତନ କାଉନସିଲର ମମତା ଯେନା ଏବଂ ସମାଜସେବୀ ସିଲୁ ପଟ୍ଟନାୟକ ପ୍ରମୁଖ ସହଯୋଗ କରିଥିଲେ ।

ଆନନ୍ଦପୁର ରୁ ସତ୍ୟ ଦାସ ଙ୍କ ରିପୋର୍ଟ 

Related posts

ଦହିଗାଁରେ ଷଣ୍ଢ,ମାଙ୍କଡ ଓ ଗାଈ ଗୋରୁଙ୍କ ପାଇଁ ଚାଷକାର୍ଯ୍ୟ ବାଧାପ୍ରାପ୍ତ 

masiha

ଭୋଟର ତାଲିକା ସ୍ବତନ୍ତ୍ର ସଂକ୍ଷିପ୍ତ ସଂଶୋଧନ-୨୦୨୪ ଅନ୍ତର୍ଗତ  ନବରଂଗପୁର ଜିଲ୍ଲାରେ ଚିଠା ଭୋଟର ତାଲିକା ପ୍ରକାଶନ 

masiha

ଗୋତୋମୁଣ୍ଡା ଓ ମୋଟେର ପଞ୍ଚାୟତରେ ନବୀନ ଓଡ଼ିଶା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

masiha

Leave a Comment

error: Content is protected !!