ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆନନ୍ଦପୁର ବୈତରଣୀ ନଦୀ ଉପରେ ତିଆରି ହେବ ଝୁଲାପୋଲ

କେନ୍ଦୁଝର ଜିଲ୍ଲାର ଆନନ୍ଦପୁର ଠାରେ ବୈତରଣୀ ନଦୀ ଉପରେ ରହିଛି ବ୍ରିଜ କିନ୍ତୁ ତାହା ଚାଳିଶ ବର୍ଷ ପରେ ଦୁର୍ବଳ ହୋଇ ପଡ଼ିଥିବାରୁ ନିକଟରେ କେନ୍ଦୁଝର ଜିଲ୍ଲା ପରିଦର୍ଶନରେ ଆସିଥିବା ରାଜ୍ୟ ଶାସନ ସଚିବ ଭି କେ ପାଣ୍ଡିଆନ ଆନନ୍ଦପୁର ଠାରେ ବୈତରଣୀ ନଦୀ ଉପରେ ଦ୍ଵିତୀୟ ବ୍ରିଜର ନିର୍ମାଣ ଘୋଷଣା କରିଛନ୍ତି । ଦୁଇଟି ନିର୍ବାଚନ ମଣ୍ଡଳୀ ଘଷିପୁରା ଏବଂ ଆନନ୍ଦପୁରକୁ ସଂଯୋଗ କରୁଥିବା ଏହି ବ୍ରିଜ ଏକକ ରାସ୍ତା ହୋଇ ଥିବାରୁ ବହୁତ ଦିନ ପୂର୍ବରୁ ଅନନ୍ଦପୁର ବସଷ୍ଟାଣ୍ଡ ଏବଂ ଘଷିପୁରା ବସଷ୍ଟାଣ୍ଡକୁ ଏକ ଡ଼ଙ୍ଗାଘାଟର ସୁବିଧା ଥିଲା ଏବେ ସେହି ସ୍ଥାନରେ ଏକ ଝୁଲା ପୋଲ ନିର୍ମାଣ ନିମନ୍ତେ ଆନନ୍ଦପୁର ବାସୀ ଦାବୀକରି ଆସୁଥିଲେ ,ରାଜ୍ୟ ସରକାରଙ୍କ ନେତୃବୃନ୍ଦ ଆଜି ଝୁଲାପୋଲ ନିର୍ମାଣର କ୍ଷେତ୍ର ପରିଦର୍ଶନରେ ଆସିଥିଲେ । କ୍ଷେତ୍ର ପରିଦର୍ଶନ ସମୟରେ ଅନନ୍ଦପୁର ପୌରାଧକ୍ଷl ରଜନୀ ରାଣୀ ଖଟୁଆ ,ଉପାଧ୍ୟକ୍ଷ ଦୁର୍ଗା ଚରଣ ଦଳେଇ ,କାଉନସିଲର କୃଷ୍ଣ ଚନ୍ଦ୍ର ରଣା, ପୂର୍ବତନ କାଉନସିଲର ମମତା ଯେନା ଏବଂ ସମାଜସେବୀ ସିଲୁ ପଟ୍ଟନାୟକ ପ୍ରମୁଖ ସହଯୋଗ କରିଥିଲେ ।

ଆନନ୍ଦପୁର ରୁ ସତ୍ୟ ଦାସ ଙ୍କ ରିପୋର୍ଟ 

Related posts

ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆରଏମସି ତରଫରୁ ମହିଳା ସଫେଇ କର୍ମଚାରୀଙ୍କ ସମ୍ମାନାର୍ଥେ ଆୟୋଜିତ ହେଲା ବଡ଼ାଖାନା

masiha

ନ୍ୟାସନାଲ କ୍ଲବ ଆନୁକୂଲ୍ୟରେ ପ୍ରତିଭା ଅନ୍ୱେଷଣ ଉତ୍ସବ-2023

Sunil Chandra Nayak

ଶିକ୍ଷକ ଙ୍କ ଅନ୍ୟତ୍ର ବଦଳି ପରେ ଝୁରିଲେ କନ୍ଦା ବୁଟୁରା ସ୍କୁଲର ଛାତ୍ରଛାତ୍ରୀ ଓ ଗ୍ରାମବାସୀ

Sunil Chandra Nayak

Leave a Comment

error: Content is protected !!