ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯୁଗ ଯାତ୍ରୀ ସାହିତ୍ୟ ସଂସଦ ର ପୂର୍ବତନ ସମ୍ପାଦକ ଜୟନ୍ତ ପ୍ରହରାଜ ଙ୍କ ବିୟୋଗରେ ଶୋକ ସଭା

ମ,ରାମପୁର,୨୩/୭( ମସୀହା):- କଳାହାଣ୍ଡି ର ଅଗ୍ରଣୀ ସାହିତ୍ୟ ଅନୁଷ୍ଠାନ ଯୁଗ ଯାତ୍ରୀ ସାହିତ୍ୟ ସଂସଦ ର ପୂର୍ବତନ ସମ୍ପାଦକ ଜୟନ୍ତ ପ୍ରହରାଜ ଙ୍କ ବିୟୋଗରେ ଅନୁଷ୍ଠାନ ଗୃହ ଠାରେ ଏକ ଶୋକ ସଭା ଅନୁଷ୍ଠିତ ହେଇ ଯାଇଛି। ସଭାପତି ପଦ୍ମ ଲୋଚନ ମିଶ୍ର ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଏହି ଶୋକ ସଭା ରେ ସମ୍ପାଦକ ହେମନ୍ତ ସାହୁ ପ୍ରାରମ୍ଭିକ ସୂଚନା ଦେଇଥିଲେ । ପ୍ରାରମ୍ଭ ରେ ସ୍ବର୍ଗତ ପ୍ରହରାଜଙ୍କ ଅମର ଆତ୍ମାର ସଦଗତି ପାଇଁ ଦୁଇ ମିନିଟ ନୀରବ ପ୍ରାର୍ଥନା କରାଯାଇଥିଲା l ପରେ ଉପ ସଭାପତି ସୁରେନ୍ଦ୍ର ମହାଖୁଡ଼ , ବରିଷ୍ଠ ସଦସ୍ୟ ପରମାନନ୍ଦ ବିଶି,ନାରାୟଣ ମହାଳିକ, ମାନସ ରଞ୍ଜନ ପ୍ରହରାଜ, ବିଭୂତି ଭୂଷଣ ମହାଖୁଡ଼, ଉଦ୍ଧବ ପଣ୍ଡା ପ୍ରମୁଖ ସ୍ବର୍ଗତ ପ୍ରହରାଜ ଙ୍କ ସ୍ମୃତି ଚାରଣ କରିଥିଲେ ।

ମ. ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ଜଗନ୍ନାଥ ସେବା ସମିତି ପକ୍ଷରୁ ମାଗଣା ସ୍ଵାସ୍ଥ୍ୟ ଶିବିର

Sunil Chandra Nayak

ପରିକ୍ରମାର ୧୪ ତମ ସ୍ଵନକ୍ଷତ୍ର ମହାସମାରୋହରେ ଅନୁଷ୍ଠିତ ଉତ୍ସବ ଅନୁଷ୍ଠିତ :୧୬ ଜଣ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା               

masiha

ୟୁପି ଓ ଗଞ୍ଜାମ ଘଟଣାକୁ ନେଇ କଳାହାଣ୍ଡିରେ ତୀବ୍ର ପ୍ରତିକ୍ରିୟା ପ୍ରଧାନମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କଲା ମୂଳନିବାସୀ ବହୁଜନ ମିଳିତ ମହାସଂଘ

masiha

Leave a Comment

error: Content is protected !!