ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡ଼ା ଜିଲ୍ଲା ଭାରତୀୟ ମଜଦୂର ସଂଘର ପ୍ରତିଷ୍ଠା ଦିବସ ପାଳନ

ରାୟଗଡ଼ା : ତା : ୨୩/୦୭/୨୪ // ରାୟଗଡ଼ା ସ୍ଥିତ ଅଶୋକ କଲ୍ୟାଣ ମଣ୍ଡପ ଠାରେ ମହାନ କ୍ରାନ୍ତି କାରି ଜନନାୟକ ବାଲ ଗଙ୍ଗାଧର ତିଳକଙ୍କ ଜନ୍ମ ଦିବସ ଏବଂ ଭାରତୀୟ ମଜଦୂର ସଂଘର ୬୯ ତମ ପ୍ରତିଷ୍ଠା ଦିବସ ମହା ଆଡମ୍ବର ସହକାରେ ପାଳନ କରାଯାଇଛି । ପ୍ରାରମ୍ଭରେ ଭଗବାନ ବିଶ୍ଵକର୍ମା , ଭାରତ ମାତା ଏବଂ ଭାରତୀୟ ମଜଦୁର ସଂଘର ପ୍ରତିଷ୍ଠାତା ଦତ୍ତୋପନ୍ତ ଠେଙ୍ଗଡୀ ଜିଙ୍କ ଫଟୋ ଚିତ୍ର ରେ ପୂଷ୍ପ ଦ୍ଵିପ ପ୍ରଜ୍ବଳନ କରି ଶ୍ରମିକ ଭାଇ ଭଉଣୀ ମାନଙ୍କ ଦ୍ୱାରା ଶ୍ରମିକ ଗୀତ ଗାନ କରା଼ଯାଇ ମୃତ୍ୟୁ ବରଣ କରିଥିବା ସମସ୍ତ ଶ୍ରମିକ ଭାଇ ଭଉଣୀ ମାନଙ୍କ ପାଇଁ ୧ ମିନିଟ ନିରବ ପ୍ରାର୍ଥନା ପରେ କାର୍ଯ୍ୟକ୍ରମ ଆରମ୍ଭ ହେଇଥିଲା।

ଉକ୍ତ କାର୍ଯ୍ୟକ୍ରମ ମୂଖ୍ୟ ଅତିଥି ଏବଂ ମୂଖ୍ୟ ବକ୍ତା ଭାବେ ସକ୍ଷମ ର ରାଜ୍ୟ ସଂରକ୍ଷକ , ସମାଜସେବୀ ତଥା କର୍ମଜୀବି ସାମ୍ବାଦିକ ସଂଘ ର ରାଜ୍ୟ ସଭାପତି ଶ୍ରୀ ବାଦଲ କୁମାର ତା ଏବଂ ଶ୍ରମିକ ନେତା ତଥା ଭାରତୀୟ ଭାରତୀୟ ମଜଦୁର ସଂଘ ର ରାଜ୍ୟ ସମ୍ପାଦକ ଶ୍ରୀ ଯୋଗେଶ୍ଵର ଦାସ ଯୋଗ ଦେଇ ନିଜ ନିଜ ବକ୍ତବ୍ୟରେ ସ୍ଵାଧୀନତା ପ୍ରାପ୍ତି ପରେ ଶ୍ରମିକ ମାନଙ୍କ ସ୍ବାର୍ଥ ରକ୍ଷା ପାଇଁ ଭିନ୍ନ ଭିନ୍ନ ରାଜନୈତିକ ବିଚାର ଧାରା ରଖୁଥିବା ଅନେକ ଗୁଡ଼ିଏ ଶ୍ରମିକ ସଂଘଠନ ସୃଷ୍ଟି ହୋଇଥିଲା । କିନ୍ତୁ ରାଜନୈତିକ ବିଚାରା ଧାରା ଠାରୁ ଦୂରେଇ ରହି ଶ୍ରମିକ ମାନଙ୍କ ହିତ ପାଇଁଁ ଭାରତୀୟ ବିଚାର କୁ ଦୃଷ୍ଟିରେ ରଖି ଏକ ଅଣ ରାଜନୈତିକ ଶ୍ରମିକ ସଂଗଠନ ଏବଂ ଭାରତୀୟ ବିଚାର ରେ ଶ୍ରମିକ ମାନଙ୍କ ସମସ୍ତ ସମସ୍ୟାର ସମାଧାନ କରିବା ନେଇ ଦେଶ ଗଠନରେ ଆଗରେ ରହି ଶ୍ରମିକ ମାନଙ୍କ ସମସ୍ତ ସମସ୍ୟାକୁ ସମାଧାନ କରିବା ସହ ତାଙ୍କ ସହ ରହି ଆଜି ସାରା ଦେଶରେ ପ୍ରଥମ ସ୍ଥାନ ଅଧିକାର କରିଆସୁଛି ଭାରତୀୟ ମଜଦୂର ସଂଘ ବୋଲି ପ୍ରକାଶ କରିଥିଲେ । 

 ଅନୁଷ୍ଠିତ କାର୍ଯ୍ୟ କ୍ରମରେ ଭାରତୀୟ ମଜଦୂର ସଂଘ ଦ୍ୱାରା ପରିଚାଳିତ ଅଲ୍ ଓଡିଶା ଅଙ୍ଗନବାଡ଼ି ଲେଡିଜ ୱାରକର୍ସ ଆସୋସିଏସନ୍, ଓଡିଶା ରାଜ୍ୟ ଆଶାକର୍ମୀ ସଂଘ , ଜେ କେ ପେପର ମଜଦୂର ସଂଘ , ଉତ୍କଳ ଆଲୁମିନା ମଜଦୂର ସଂଘ , ରାୟଗଡ଼ା ଜିଲ୍ଲା ବ୍ୟବସାୟ ମଜଦୂର ସଂଘ , ବିଶ୍ଵକର୍ମା ମଜଦୁର ସଂଘ , ଇମ୍ଫା ଠିକା ମଜଦୁର ସଂଘ , ଇମ୍ଫା ଶ୍ରମିକ ସଂଘ , ପାଚିକା ସଂଘ , ରାୟଗଡ଼ା ଜିଲ୍ଲା ହୋଟେଲ କର୍ମଚାରୀ ସଂଘ , ରାୟଗଡ଼ା ଜିଲ୍ଲା ସଫେଇ ମଜଦୁର ସଂଘ , ରାୟଗଡ଼ା ଜିଲ୍ଲା ମେସ୍ତୀରି ସଂଘ , ରାୟଗଡ଼ା ଜିଲ୍ଲା ଅଟୋ ଚାଳକ ସଂଘ ଏବଂ ୧୧ ଟି ବ୍ଲକ ର ସମସ୍ତ ବ୍ଳକ ପ୍ରତିନିଧି ମାନେ ଯୋଗ ଦେଇଥିଲେ । ଭାରତୀୟ ମଜଦୂର ସଂଘର ଜିଲ୍ଲା ସଭାପତି ଶ୍ରୀ ମହନ ରାଓ ମାଝୀଙ୍କ ସଭାପତିତ୍ବରେ ଆୟୋଜିତ କାର୍ଯ୍ୟକ୍ରମରେ , ଉପସଭାପତି ଶ୍ରୀମତୀ ଜୟନ୍ତୀ ପଦ୍ମାଳୟା ସାହୁ , ଉପସଭାପତି ଶ୍ରୀ ଦୂର୍ଗା ମାଧବ ଘୋଷ , କୋଷାଧ୍ୟକ୍ଷ ଶ୍ରୀମତୀ ଉଷାରାଣୀ ଦାସ , ଶ୍ରୀମତୀ ନେହା ସିଂ , ଶ୍ରୀ ଧର୍ମ ସିଂ ନାଗ , ନେହା ସିଂ , ମମତା ବୀଶ୍ଵାଳ , ପରମା ନନ୍ଦ ପ୍ରଧାନ , ଏ ତିରୁପତି ରାଓ , କେ ରାମ ବାବୁ , ନୀରଞନ ସେନାପତି ପରିଚାଳନା କରିଥିଲେ ।  ସେସରେ ସଂଘ ର ଜିଲ୍ଲା ସମ୍ପାଦକ ଶ୍ରୀ ଗଣେଶ କୁମାର ସାହୁ ଉପସ୍ଥିତ ସମସ୍ତ କାର୍ଯ୍ୟକର୍ତ୍ତା ମାନଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଧରାକୋଟ ରେ ଅତିରିକ୍ତ ଜିଲ୍ଲା ଶିକ୍ଷଧିକାରୀ ଙ୍କ “ଆସ ସ୍କୁଲ୍ ଯିବା” କାର୍ଯ୍ୟକ୍ରମ ସମୀକ୍ଷା 

Sunil Chandra Nayak

NSS ଦିବସ ୨୦୨୪ ପାଳନ

masiha

ଗିଗିନା ଧାନମଣ୍ଡିରୁ ଧାନ ଲୋଡ୍ ଧରି ମିଲକୁ ଯାଉଥିବା ଟ୍ରକ୍ ଦୁର୍ଘଟଣା, ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର୍ ଓ ହେଲପର୍

Sunil Chandra Nayak

Leave a Comment

error: Content is protected !!