ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସରସ୍ୱତୀ ଶିଶୁ ମନ୍ଦିରରେ ସଂକୁଳ ସ୍ତରୀୟ ବୈଦିକ ଗଣିତ ପ୍ରଶିକ୍ଷଣ କର୍ମଶାଳା ଅନୁଷ୍ଠିତ

କୋକସରା,୨୨/୭ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକ କୋକସରା ସଦର ମହକୁମାର ସରସ୍ୱତୀ ଶିଶୁ ମନ୍ଦିର ଠାରେ ଶିକ୍ଷା ବିକାଶ ସମିତି ଓଡିଶା ଆନୁକୂଲ୍ୟରେ ଶନିବାର ସଂକୁଳ ସ୍ତରୀୟ ମାନସାଙ୍କ ପ୍ରସୂନ ଗଣିତ କର୍ମଶାଳା ପ୍ରଧାନ ଆଚାର୍ଯ୍ୟ ଦେବାନନ୍ଦ ରାଉତଙ୍କ ପରିଚାଳନା ରେ ଅନୁଷ୍ଠିତ ହୋଇଯାଇଛି। ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କୋକସରା ଶିଶୁ ମନ୍ଦିର ସଭାପତି ବରିଷ୍ଠ ଶିକ୍ଷାବିତ ମିନିକେତନ ପ୍ରଧାନୀ, ସମ୍ମାନିତ ଅତିଥି ଭାବେ ପ୍ରଧାନ ଆଚାର୍ଯ୍ୟ ଜୟପାଟଣା ସରସ୍ୱତୀ ଶିଶୁ ମନ୍ଦିର ବିଶ୍ୱଜୀବନ ପାଢ଼ୀ, ପ୍ରଧାନ ଆଚାର୍ଯ୍ୟ ବିଜମରା ସରସ୍ୱତୀ ଶିଶୁ ମନ୍ଦିର  ରଘୁନାଥ ଶବର ଉପସ୍ଥିତ ରହିଥିବା ବେଳେ ବୈଦିକ ଗଣିତ ପ୍ରଶିକ୍ଷକ ଭାବେ ଆଚାର୍ଯ୍ୟ ଧର୍ମଗଡ ସରସ୍ୱତୀ ଶିଶୁ ମନ୍ଦିର ବଟକୃଷ୍ଣ ପଣ୍ଡା, ଆଚାର୍ଯ୍ୟ ଜୟପାଟଣା ସରସ୍ୱତୀ ଶିଶୁ ମନ୍ଦିର ଅଜୟ କୁମାର ପଣ୍ଡା, ଆଚାର୍ଯ୍ୟ ମୁଖୀଗୁଡା ସରସ୍ୱତୀ ଶିଶୁ ମନ୍ଦିର ଶ୍ରୀମତୀ ସୁଜାତା ଶତପଥୀ ଯୋଗଦାନ କରି ବୈଦିକ ଗଣିତ ବିଷୟରେ ପ୍ରଶିକ୍ଷଣ ଦେଇଥିଲେ।କାର୍ଯ୍ୟକ୍ରମକୁ କୋକସରା ସରସ୍ୱତୀ ଶିଶୁ ମନ୍ଦିରର ଗୁରୁଜୀ, ଗୁରୁମା ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ।

ମସିହା ନିୟୁଜ ସର୍ଭିସ୍ 

Related posts

ବିଧାୟକ ଶ୍ରୀ ତନ୍ତୀ ଡେଙ୍ଗୁ ସଂକ୍ରମିତ ଜୋନ ବୁଲିବା ସହ ଇସ୍ପାତ ଜେନେରାଲ ହସ୍ପିଟାଲରେ ସଂକ୍ରମିତଙ୍କୁ ଭେଟିଲେ 

masiha

ଆସନ୍ତା ମାର୍ଚ୍ଚ ୯ତାରିଖରେ ରାୟଗଡ ଜିଲ୍ଲାରେ ଅନୁଷ୍ଠିତ ହେବ ରାଷ୍ଟ୍ରୀୟ ଲୋକ ଅଦାଲତ

masiha

ଜୁନାଗଡ଼ରେ ଡ଼.ଆମ୍ବେଦକରଙ୍କ ପରିନିର୍ବାଣ ଦିବସ ପାଳିତ

masiha

Leave a Comment

error: Content is protected !!