ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋରୁମହିଷାଣୀ ଥାନା ପକ୍ଷରୁ ମାଣିକପୁରରେ ଆମ ପୋଲିସ ସମିତି ବୈଠକ

ମୟୂରଭଞ୍ଜ – ୨୩/୭ ( ମସିହା)ମୟୂରଭଞ୍ଜ ଜିଲ୍ଲାର ସିମାନ୍ତ ଗୋରୁମହିଷାଣୀ ଥାନା ପକ୍ଷରୁ ଥାନା ଅନ୍ତର୍ଗତ ଵିଜାତଳା ବ୍ଳକର ମାଣିକପୁର ପଞ୍ଚାୟତର ମାଣିକପୁର ଗ୍ରାମରେ ଶୁକ୍ରବାର ଦିନ ଆମ ପୋଲିସ ବୈଠକ ଥାନାଧୀକାରୀ ଦେବାଶିଷ ଶତପଥୀଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ମାଣିକପୁର ସରପଞ୍ଚ ସୁଶାନ୍ତ ମୁଣ୍ଡା ଯୋଗ ଦେଇଥିଲେ । ପୋଲିସ ଏବଂ ଜନତାର ସଂପର୍କ ନିକଟତର ହେବା ଉଚିତ ।ସାଧାରଣ ଜନତା ଏବେକାର ପୋଲିସକୁ ଇଂରେଜ ଅମଳରେ ପୋଲିସ ନ ଭାବି ନିଜର ସମସ୍ୟାକୁ ବଂଧୁଭଳି ଭାବିବା ଉଚିତ ।ତେବେ ପୋଲିସ ସହାୟତାର ହାତ ବଢାଇବ ବୋଲି ଥାନାଧିକାରୀ ସୂଚାଇଥିଲେ ।ନିଜ ଅଂଚଳର ମୌଳିକ ସମସ୍ୟା ଆଲୋକ,ପାଣି,ଗମନାଗମନ, ଶିକ୍ଷା ସାମୁହିକ ସମସ୍ୟା ଯଦି ଥାଏ ପୋଲିସ ସେଥିପାଇଁ କିଛିଟା ପଦକ୍ଷେପ ନେବ । ତଦସହ ପୋଲିସ ଗ୍ରାମାଞ୍ଚଳର ବୟସ୍କ,ଶିଶୁ, ମହିଳା ନିର୍ଯାତନା, ଉପରେ ଆଲୋଚନା ଓ ଏହାର ନିରାକରଣ ଉପରେ ଆଲୋଚନା ହୋଇଥିଲା ।ଗ୍ରାମାଞ୍ଚଳରେ ଛେଳି,ଗୋରୁ ଚୋରୀ ବୃଦ୍ଧି ହେଉଥିବା ନେଇ ଆଲୋଚନା ହୋଇଥିଲା । ଏଥିରେ ଆମ ପୋଲିସ ସମାତିର ସଦସ୍ୟ ପୋଲିସ କର୍ମଚାରୀ ପ୍ରମୁଖ ସାମିଲ ହୋଇ ସୁଚିନ୍ତିତ ମତାମତ ଦେଇଥିଲେ ।ବୈଠକରେ ମାତୁରାମ ମୁଣ୍ଡା, ଜଗବନ୍ଧୁ ମାରାଣ୍ଡି,ଗାନେ ଟୁଡୁ,ଵାଜିନାଥ ଟୁଡୁ,ଜମା ନାଏକ,ବୁକାଇ ସୋରେନ, ବରଜୁ ମୁର୍ମୁ,ଵଳକାରାମ ମୁଣ୍ଡା ପ୍ରମୁଖ କଳାକାର ଉପସ୍ଥିତ ଥିଲେ ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ବସ୍ତା ଅଞ୍ଚଳ ର ସମାଚାର

masiha

କୋଶଲା ମାଳୀ ସମାଜର ଜିଲ୍ଲା କମିଟି ପୁନଃ ଗଠିତ, ସମାଜ ଭବନ ନିର୍ମାଣ ଅନୁଦାନ ପାଇଁ ମୁଖ୍ୟ ମନ୍ତ୍ରୀଙ୍କୁ କୃତଜ୍ଞତା

ଆଜି ବିଶ୍ବ ପରିବେଶ ଦିବସ, ସୁସ୍ଥ ସମାଜ ଗଠନ କରିବାକୁ ହେଲେ ଆମ ପରିବେଶକୁ ସ୍ବଚ୍ଛ ଏବଂ ନିର୍ମଳ ରଖିବାକୁ ପଡ଼ିବ

masiha

Leave a Comment

error: Content is protected !!