ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଦ୍ୟୁତ ତାର ସଂସ୍ପର୍ଶରେ ଆସି ଯୁବକ ମୃତ 

ରାଇଘର 24/7:-ନବରଙ୍ଗପୁର ଜିଲ୍ଲା ରାଇଘର ବ୍ଲକ ଅନ୍ତର୍ଗତ ଅଞ୍ଚଳା ଗ୍ରାମରେ ଜଣେ ଯୁବକ ଗତକାଲି ରାତିରେ ଏକ ବିଦ୍ୟୁତ ଖୁଣ୍ଟରେ ଚଢି ତାର ସଂସ୍ପର୍ଶରେ ଆସି ମୃତ୍ୟୁ ବରଣ କରିଥିବା ଜଣାପଡିଛି | ପ୍ରକାଶ ଥାଉକି ,ଗତ କାଲି ରାତି ପ୍ରାୟ ସାଢେ ୮ଟା ସମୟରେ ଅଞ୍ଚଳା ଗ୍ରାମର ଗଣେଶ ଗଣ୍ଡ (30)ଘରେ ବିଦ୍ୟୁତ ନଥିବା ଦେଖି ମରାମତି କରିବାକୁ ଘର ନିକଟରେ ଥିବା ଖୁଣ୍ଟ ଉପରେ ଚଢି ଯାଇଥିଲେ l ଅପରପକ୍ଷରେ ତାରରେ ବିଦ୍ୟୁତ ସରବରାହ ରହିଥିବାରୁ ଏହାର ସଂସ୍ପର୍ଶ ରେ ଆସି ଖୁଣ୍ଟ ଉପରେ ହିଁ ଲାଖି ରହି ମୃତ୍ୟୁ ବରଣ କରିଥିଲେ | ରାତି ସାରା ପରିବାର ଲୋକେ ଉକ୍ତ ବିଦ୍ୟୁତ ଖୁଣ୍ଟ ତଳେ ତମ୍ବୁ ଟାଣି ଗଣେଶଙ୍କ ମରଶରୀରକୁ ଜଗିଥିଲେ l ପରେ ଏ ନେଇ ସକାଳୁ ପରିବାର ଲୋକେ ସ୍ଥାନୀୟ ଥାନା ଓ ବିଦ୍ୟୁତ କାର୍ଯ୍ୟାଳୟକୁ ଖବର ଦେବା ପରେ ବିଦ୍ୟୁତ ବିଭାଗ ପକ୍ଷରୁ ଏ ନେଇ ଥାନାରେ ଏତଲା ଦିଆଯାଇଥିଲା | ଅନ୍ୟପଟେ ସ୍ଥାନୀୟ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ଖୁଣ୍ଟ ଉପରୁ ଗଣେଶଙ୍କ ମର ଶରୀରକୁ ତଳକୁ ଅଣାଯାଇ ବ୍ୟବଚ୍ଛେଦ ପାଇଁ ପଠାଇଥିଲା l ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯିବ ବୋଲି ରାଇଘର ପୋଲିସ ପ୍ରକାଶ କରିଥିବା ବେଳେ ବିଦ୍ୟୁତ ବିଭାଗ ଯନ୍ତ୍ରିଙ୍କୁ ପଚାରିବାରୁ ଗଣେଶ ଘର ପାଇଁ ହୁକ ଲଗାଇବାକୁ ଯାଇ ଦୁର୍ଘଟଣାର ଶିକାର ହୋଇଥିବା ପ୍ରକାଶ କରିଛନ୍ତି |ଏହାକୁ ନେଇ ରାଇଘର ଥାନାରେ ଏକ କେଶ ରୁଜୁ କରି ପୋଲିସ ଘଟଣାର ତଦନ୍ତ କରୁଥିବା ଜଣା ପଡିଛି |

ରାଇଘର ରୁ କିରଣ କୁମାର ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଏଲିମେଣ୍ଟାରୀ ଟିଚର ଏଜୁକେସନ ଇନଷ୍ଟିଚ୍ୟୁଟରେ ଆଲୋଚନା ଚକ୍ର ଅନୁଷ୍ଠିତ 

Sunil Chandra Nayak

ରୋଟାରୀ କ୍ଲବ ଅଫ୍ ରାଉରକେଲା ଭାଇବ୍ରାଣ୍ଟର ସଚେତନତା କାର୍ଯ୍ୟକ୍ରମ

Sunil Chandra Nayak

ବିଶ୍ୱନାଥ ଆଜ୍ଞା ଙ୍କ ୧୧୦ ତମ ଜୟନ୍ତୀ ଉତ୍ସବ ପାଳନ ଉପଲକ୍ଷେ ସ୍ଵେଛାକୃତ ରକ୍ତଦାନ ଶିବିର 

Sunil Chandra Nayak

Leave a Comment

error: Content is protected !!