ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବନ୍ଧୁଗାଁ ବ୍ଲକରେ ବଡ ସମସ୍ୟା ପାଲଟିଛି କାଦୁଅ ରାସ୍ତା

ବନ୍ଧୁଗାଁ ତା,୨୪।୦୭,ଲଗାଣ ବର୍ଷା ବନ୍ଧୁଗାଁ ବ୍ଲକରେ ବଡ ସମସ୍ୟା ଆଣି ଦେଇଛି । ବ୍ଲକର ଅଧିକାଂସ ସ୍ଥାନକୁ ରାସ୍ତା ଖଣ୍ଡିଏ ନଥିବା ବେଳେ କାଦୁଅ ପଚପଚ ରାସ୍ତାରେ ଲୋକେ ଯାତାୟତ କରି ନାହିଁ ନଥିବା ହଇରାଣ ହରକତର ସମୁଖିନ ହେଉଛନ୍ତି । ସ୍ଥାନିୟ ବ୍ଲକର କାନାଗାଁ ପଞ୍ଚାୟତର ସାବଡାମ୍ ଗ୍ରାମବାସି ଏହି ଭଳି ସମସ୍ୟାରେ ବର୍ଷ ବର୍ଷ ଧରି ଘାଣ୍ଟି ହେଉଥିଲେ ମଧ୍ୟ ପ୍ରସାସନ ନିରବ ଦ୍ରଷ୍ଟା ସାଜିଛି । ଭତ୍ତା ଟଙ୍କାଠୁ ଆରମ୍ଭ କରି ଗ୍ରାମବାସି ଟଙ୍କିକିଆ ଚାଉଳ ଓ ସୌଦା ପତ୍ର କିଣିବା ପାଇଁ କାନାଗାଁ ପଞ୍ଚାୟତ ସଦର ଉପରେ ନିର୍ଭର କରନ୍ତି ।ସାପଡାମ୍ ଗ୍ରାମ ଠାରୁ କାନାଗାଁର ଦୁରତା ୪ କିଲୋମିଟର । ଏହା ମଧ୍ୟରେ ୨ କିଲୋମିଟର କାଦୁଅ ରାସ୍ତାରେ ଚାଲି ଚାଲି ରାମଜିପୁଟ ଛକ ପାଖରେ ପହଁଚି ସେଠାରୁ କୌଣସି ଗାଡିରେ ନଚେତ ଚାଲି ଚାଲି କାନାଗାଁକୁ ଜାଆନ୍ତି ।ଯରୁରତ ମନ୍ଦ କାମ ସାରି ପୁଣି ସେଇ ସମାନ ଭାବେ ଫେରନ୍ତି ।ଦୈନିକ କଷ୍ଟମୟ ଜୀବନ ମଧ୍ୟରେ ରାସ୍ତାଘାଟ ସମସ୍ୟାକୁ ନେଇ ସାଧାରଣ ଜନତା ପେସି ହେଉଥିବା ବେଳେ ପ୍ରସାସନ କିନ୍ତୁ ନିଘୋଡ ନିଦରେ ସୋଇ ରହୁଛି ।ଥରୁଟିଏ ଜାଣିବାକୁ ଚେଷ୍ଟା ମଧ୍ୟ କରୁ ନାହାନ୍ତି ସରକାରି ବାବୁ ମାନେ । ଗ୍ରାମାଞ୍ଚଳର ବିକାଶ ପ୍ରତି କାହାର ନଜର ନାହିଁ । କେବଳ ସହରାଞ୍ଚଳ ଉପରେ ସବୁରି ନଜର । ସେହିପରି ବନ୍ଧୁଗାଁ ରେଲି ସାହି ବାସିନ୍ଦା ମଧ୍ୟ କାଦୁଅ ରାସ୍ତାକୁ ନେଇ ଚିନ୍ତାରେ ପଡିଛନ୍ତି ।ସାହିରେ ରହୁଛନ୍ତି ୫୦ ଘର ପରିବାର । ସାହି ରାସ୍ତା ବର୍ଷା ପାଣିରେ କାଦୁଅ ପଚପଚ ହୋଇ ପଡିଥିବା ବେଳେ ଦୁର୍ଗନ୍ଧମୟ ପରିବେଶ ଶୃଷ୍ଟି ହୋଇ ମଶା ଡାଆଁଶଙ୍କ ବଂସ ବୃଦ୍ଧିରେ ସହାୟକ ହେଉଚି । ଲୋକେ ନାହିଁ ନଥିବା ରୋଗରେ ପଡି ଘାଣ୍ଟି ହେବା ପୁର୍ବରୁ ଏଥି ପ୍ରତି ଜିଲ୍ଲା ପ୍ରସାସନର ନଜର ପଡିବା ନିହାତି ଦରକାର ହୋଇ ପଡିଛି ।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ମୂଳନିବାସୀ ଅନୁସୂଚିତ ଜାତି ସଙ୍ଘ ର ବିଶାଳ ଶୋଭଯାତ୍ରା, ଦାବୀ ପୂରଣ ନକଲେ ଭୋଟ ବର୍ଜନ 

masiha

ନର୍ଲାବ୍ଲକ୍ ଡ୍ରାଇଭର୍ ସଂଘର ପ୍ରସ୍ତୁତି ବୈଠକ, ଆଗାମୀ ମାର୍ଚ୍ଚମାସ ୧୫ ତାରିଖରୁ ଷ୍ଟିଅରିଂ ଛାଡ ନିଷ୍ପତି

Sunil Chandra Nayak

ବିରେନ୍ଦ୍ର ବାଗ ଜିଲ୍ଲା ପ୍ରାଥମିକ ଶିକ୍ଷକ ସଂଘ ସଭାପତି ମନୋନୀତ

masiha

Leave a Comment

error: Content is protected !!