ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାରସାମ୍ୟ ହରାଇ ଓଲଟିଲା ଟାଟା ମ୍ୟାଜିକ୍,୨୫ ଜ‌ଣଙ୍କ ଅବସ୍ଥା ଗୁରୁତର

ବାଲେଶ୍ଵର,୨୫/୭/୨୩- ମୟୁରଭଞ୍ଜ ଜିଲ୍ଲା ବେତନଟୀ ଥାନା ବାରମାଇଲ ଓ ଏହାର ଆଖପାଖ ଅଞ୍ଚଳରୁ ଏକ ଟାଟା ମେଜିକ ଗାଡ଼ିରେ ୪୫ ଜଣ କୃଷି ଶ୍ରମିକ ଜଳେଶ୍ଵର ଅଞ୍ଚଳକୁ ଆସୁଥିବାବେଳେ ରାସ୍ତାରେ ଗାଡିଟି ଦୁର୍ଘଟଣାଗ୍ରସ୍ତ ହେବାରୁ ୨୫ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ମାନଙ୍କୁ ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ଜିକେ ଭଟ୍ଟର ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଘଟଣାରୁ ପ୍ରକାଶ ଯେ ମୟୁରଭଞ୍ଜ ଜିଲ୍ଲା ବେତନଟୀ ଅଞ୍ଚଳର ୪୦ ଜଣ ମହିଳା ଓ ୫ ଜଣ ପୁରୁଷଙ୍କୁ ମିଶାଇ ମୋଟ ୪୫ ଜଣ କୃଷି ଶ୍ରମିକଙ୍କୁ ଓଡି୧୧ଆର୮୩୭୧ ନମ୍ବରର ଏକ ଟାଟା ମେଜିକ ଗାଡ଼ିରେ ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ଆମ୍ବିଳିଅଠା ଓ ଚୁଡାମଣିପୁରୁ ଗାଁକୁ ଆସୁଥିଲେ । ୧୬ ନମ୍ବର ଜାତୀୟ ରାଜପଥର ସାଇରାମ ହୋଟେଲ ନିକଟରେ ଗାଡିର ଚକ ଫାଟି ଯିବାରୁ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଦୁର୍ଘଟଣା ପରେ ସ୍ଥାନୀୟ ବ୍ୟବସାୟୀ, ହୋଟେଲର କର୍ମଚାରୀମାନେ ଗୁରୁତର ମାନଙ୍କୁ ଉଦ୍ଧାର କରି ଜଳେଶ୍ଵର ଜିକେ ଭଟ୍ଟର ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ପଠାଥିବା ବେଳେ ୨୫ ଜଣକଙ୍କ ଅବସ୍ଥା ଗୁରୁତର ଥିବାର ଜଣାଯାଇଛି । 

ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସମସ୍ତ କୃଷି ଶ୍ରମିକ ବେତନଟୀ ଥାନା ଅଞ୍ଚଳର ୫/୬ ଟି ଗ୍ରାମର ହୋଇଥିବା ବେଳେ ଗୁରୁତରମାନେ ବାରମାଇଲ ଓ ମୋହନପୁର ଗ୍ରାମର ବୋଲି ପୁଲିସ ସୂତ୍ରରୁ ଜଣାପଡିଛି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

 

 

Related posts

ସାମ୍ବାଦିକଙ୍କୁ ଟିପିଡ଼ବ୍ଲୁଓଡ଼ିଏଲ୍‌ ଅଧିକାରୀଙ୍କ ଆକ୍ରମଣ ଘଟଣା କୁ ନିନ୍ଦା କରି ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ 

masiha

ରାଜଧାନୀରେ ଆନ୍ଦୋଳନରେ ଯୋଗଦେଲେ ଏକ୍ସ କେଡର ଶିକ୍ଷକ

Sunil Chandra Nayak

ଭବାନୀପାଟଣା ଟାଉନ ହାଇସ୍କୁଲ ପରିସରରେ ୭୭ତମ ଜିଲାସ୍ତରୀୟ ବନ ମହୋତ୍ସବ ପାଳିତ

Sunil Chandra Nayak

Leave a Comment

error: Content is protected !!