ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭାରସାମ୍ୟ ହରାଇ ଓଲଟିଲା ଟାଟା ମ୍ୟାଜିକ୍,୨୫ ଜ‌ଣଙ୍କ ଅବସ୍ଥା ଗୁରୁତର

ବାଲେଶ୍ଵର,୨୫/୭/୨୩- ମୟୁରଭଞ୍ଜ ଜିଲ୍ଲା ବେତନଟୀ ଥାନା ବାରମାଇଲ ଓ ଏହାର ଆଖପାଖ ଅଞ୍ଚଳରୁ ଏକ ଟାଟା ମେଜିକ ଗାଡ଼ିରେ ୪୫ ଜଣ କୃଷି ଶ୍ରମିକ ଜଳେଶ୍ଵର ଅଞ୍ଚଳକୁ ଆସୁଥିବାବେଳେ ରାସ୍ତାରେ ଗାଡିଟି ଦୁର୍ଘଟଣାଗ୍ରସ୍ତ ହେବାରୁ ୨୫ ଜଣ ଗୁରୁତର ହୋଇଛନ୍ତି । ଗୁରୁତର ମାନଙ୍କୁ ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ଜିକେ ଭଟ୍ଟର ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

ଘଟଣାରୁ ପ୍ରକାଶ ଯେ ମୟୁରଭଞ୍ଜ ଜିଲ୍ଲା ବେତନଟୀ ଅଞ୍ଚଳର ୪୦ ଜଣ ମହିଳା ଓ ୫ ଜଣ ପୁରୁଷଙ୍କୁ ମିଶାଇ ମୋଟ ୪୫ ଜଣ କୃଷି ଶ୍ରମିକଙ୍କୁ ଓଡି୧୧ଆର୮୩୭୧ ନମ୍ବରର ଏକ ଟାଟା ମେଜିକ ଗାଡ଼ିରେ ବାଲେଶ୍ଵର ଜିଲ୍ଲା ଜଳେଶ୍ଵର ଆମ୍ବିଳିଅଠା ଓ ଚୁଡାମଣିପୁରୁ ଗାଁକୁ ଆସୁଥିଲେ । ୧୬ ନମ୍ବର ଜାତୀୟ ରାଜପଥର ସାଇରାମ ହୋଟେଲ ନିକଟରେ ଗାଡିର ଚକ ଫାଟି ଯିବାରୁ ଭାରସାମ୍ୟ ହରାଇ ଓଲଟି ପଡିଥିଲା । ଦୁର୍ଘଟଣା ପରେ ସ୍ଥାନୀୟ ବ୍ୟବସାୟୀ, ହୋଟେଲର କର୍ମଚାରୀମାନେ ଗୁରୁତର ମାନଙ୍କୁ ଉଦ୍ଧାର କରି ଜଳେଶ୍ଵର ଜିକେ ଭଟ୍ଟର ହସ୍ପିଟାଲକୁ ଚିକିତ୍ସା ନିମନ୍ତେ ପଠାଥିବା ବେଳେ ୨୫ ଜଣକଙ୍କ ଅବସ୍ଥା ଗୁରୁତର ଥିବାର ଜଣାଯାଇଛି । 

ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ସମସ୍ତ କୃଷି ଶ୍ରମିକ ବେତନଟୀ ଥାନା ଅଞ୍ଚଳର ୫/୬ ଟି ଗ୍ରାମର ହୋଇଥିବା ବେଳେ ଗୁରୁତରମାନେ ବାରମାଇଲ ଓ ମୋହନପୁର ଗ୍ରାମର ବୋଲି ପୁଲିସ ସୂତ୍ରରୁ ଜଣାପଡିଛି ।।

ବାଲେଶ୍ଵରରୁ ନରେନ୍ଦ୍ର ପ୍ରସାଦ ବେହେରାଙ୍କ ରିପୋର୍ଟ

 

 

Related posts

ବିଦ୍ୟାଳୟ ର ଚକ୍ଷୁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ସମ୍ବନ୍ଧ ରେ ବୈଠକ

Sunil Chandra Nayak

ଶିମିଳିପାଳ କଲେଜ ଅଫ୍ ନର୍ସିଂରେ ସ୍ବାଗତ ଉତ୍ସବ

masiha

ବନ ବିଭାଗ ତରଫରୁ ପୃଥିବୀ ଦିବସ ପାଳନ 

Sunil Chandra Nayak

Leave a Comment

error: Content is protected !!