ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରେଳବାଇ ବୋର୍ଡ଼ର ସଦସ୍ୟ ଡ଼ଃ ସୁବାସ ଲେଙ୍କା ଙ୍କ ଝାରସୁଗୁଡ଼ା ରେଳ ଷ୍ଟେସନ ନୀରିକ୍ଷଣ

ରାଉରକେଲା / ରେଳ ବାଇ ବୋର୍ଡ଼ ର ସଦସ୍ୟ ଡଃ ସୁବାସ ଚନ୍ଦ୍ର ଲେଙ୍କା ଅଚାନକ ଝାରସୁଗୁଡା  ରେଳଷ୍ଟେସନ ନୀରିକ୍ଷଣ କରିଥିଲେ । ଷ୍ଟେସନ ର ସମସ୍ତ ପ୍ଲାଟଫର୍ମ ର ରକ୍ଷଣାଵେକ୍ଷଣ,ପରିଷ୍କାର ପରିଛ୍ଛନତା,ଫୁଟ ଓଭର ବ୍ରିଜ , ଟିକେଟବୁକିଙ୍ଗ ବ୍ୟବସ୍ଥା,ପ୍ଲାଟ ଫର୍ମ୍ ୪ ଓ ୫ ସହିତ ଅନ୍ୟ ସମସ୍ତ ପ୍ଲାଟଫର୍ମ ଗୁଡିକରେ ଥିବା କେଟେରିଙ୍ଗ ବ୍ୟବସ୍ଥା,ବୁକଷ୍ଟଲ,ଟି ଷ୍ଟଲ,ବିଶ୍ରାମ ଗୃହ,ଶୌଚାଳୟ,ଗାଧୁଆଘର ,ଇତ୍ୟାଦି ଗୁଡିକ ବୁଲି ନୀରିକ୍ଷଣ କରିଥିଲେ । ଷ୍ଟେସନ ର ସି ସି ଆଇ ଡିପି କିଶାନ, ଷ୍ଟେସନମାଷ୍ଟର ଏମ କେ ବେହୁରା ଏବଂ ଅନ୍ୟମାନଙ୍କ ମଧ୍ୟରେ ସାମିଲ ଉମେଶ ପାଶୱାନ, ଏନକେ ବିଦ୍ୟାର୍ଥୀ, ବିବେକ କୁମାର ଏବଂ ଝାରସୁଗୁଡା ରେଳ ଷ୍ଟେସନ ତରଫରୁ ପୋଲିସ ସୁରକ୍ଷା ଦେଇ ନୀରିକ୍ଷଣ କାର୍ଯ୍ୟକ୍ରମ ରେ ସହାୟତା କରିଥିଲେ । ପ୍ଲାଟଫର୍ମ୍ – ୨ ଓ ୩ ରେ ଥିବା ଷ୍ଟଲରୁ ସମୟ ଅତିକ୍ରାନ୍ତ ହୋଇ ଯାଇଥିବା ଅନେକ ବିସ୍କୁଟ ପକେଟ ବାହାରିବାରୁ ସମସ୍ତ ଜିନିଷ ସିଜ କରାଯାଇ ପାଞ୍ଚହ଼ଜାର ଟଙ୍କା ଫାଇନ କରାଯାଇ ଥିଲା । ଏହାଛଡା ସମସ୍ତ ଷ୍ଟଲ ଗୁଡିକରୁ ଲାଇସେନ୍ସ ମଧ୍ୟ ଯାଞ୍ଚ କରା ଯାଇଥିଲା । ଯାଞ୍ଚ କାର୍ଯ୍ୟକ୍ରମ ପୂର୍ବରୁ ସିସିଆଇଡିପି କିଷାନ ଓ ଷ୍ଟେସନ ମାଷ୍ଟର ଙ୍କୁ ନେଇ ଡଃ ଲେଙ୍କା ବୈଠକ ରେ ବିଭିନ୍ନ ପ୍ରସଙ୍ଗ କୁ ନେଇ ଆଲୋଚନା କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ 

Related posts

ମ୍ୟୁନିସିପାଲ କଲେଜରେ ଉଦ୍ୟୋଗୀ ଦକ୍ଷତା ବିକାଶ ଓ କ୍ୟାମ୍ପସ ଜାଇକା ୨୦୨୫ ଅନୁଷ୍ଠିତ 

Sunil Chandra Nayak

ଆରମ୍ଭ ଦିନରୁ ଜେଏସଡ଼ବ୍ଲୁ’ର ସାହାଯ୍ୟ ନାହିଁ,ଦାମସାହି/ଜାମୀତ୍ରାର ସୁଖଦୁଃଖରେ ଯୁବଗୋଷ୍ଠୀ

masiha

ଜୁନାଗଡ଼ ରେ ରାଜ୍ୟ ସ୍ତରୀୟ ବାର୍ଷିକ ପ୍ରତିଯୋଗିତା ଅନୁଷ୍ଠିତ

masiha

Leave a Comment

error: Content is protected !!