ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଥାନା ନିକଟରେ ଜୁଆ ଖେଳାଳୀଙ୍କ ଆଡ୍ଡାସ୍ଥଳୀ

ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ଆଦିବାସୀ ଅଧ୍ୟୁଷିତ ଅଞ୍ଚଳ ହୋଇଥିବାରୁ ନିଜର ଜୀବନ ଜୀବିକା ପାଇଁ ଚାଷ କାର୍ଯ୍ୟ , ମୂଲମଜୁରୀ ,ଅନ୍ୟତ୍ର ଯାଇ ଦାଦନ ଶ୍ରମିକ ଭାବେ ଖଟିବା ପ୍ରଭୃତି ଦୃଶ୍ୟ ଦେଖିବାକୁ ମିଳିଥାଏ ।ଏପରି ସ୍ଥଳେ ଏହି ଅଞ୍ଚଳର କିଛି ନିରୀହ ଲୋକ ଅନ୍ୟବାଟକୁ ଚାଲିଯାଇ ନିଶା ସେବନକରି ବିଭିନ୍ନ ସମସ୍ୟା ସୃଷ୍ଟି କରିଥାଏ । ଏହା ସତ୍ତ୍ୱେ ଏହି ଅଞ୍ଚଳରେ କିଛି ଅସାମାଜିକ ଯୁବକକୁ ନିଶା ଠାରୁ ଆଉ ଏକ ନିଶା ଘାରିଛି ଏହି ନିଶା ଆଉ କେହି ନୁହେଁ ଏହା ହେଉଛି ଜୁଆ ଖେଳ ନିଶା ।ଏହି ଜାଲରେ ଯିଏ ପଡିବ ଏଥିରୁ ବାହାରିବା ମୁସ୍କିଲ ହୋଇଥାଏ । ଆଉ ଏଥିରେ ହାର ଜିତ୍ ରହିଛି ।ଏଥିରେ ଯିଏ ହାରେ ସବୁବେଳେ ଚିନ୍ତାଶୀଳ ହେବା ସହ ଟଙ୍କା ଲାଗି ସବୁ କିଛି ବାଟ ଦିଶିଥାଏ ତାକୁ , ଶେଷରେ ନିଜ ଘରେ ଟଙ୍କା ପାଇଁ ଝଗଡା କରିବା ,ଘରର ଜିନିଷ ପତ୍ର ବିକିବା , ଚୋରି କରିବା ଦିଗକୁ ଯିବା ପାଇଁ ପଛଗୁଞ୍ଚା ଦେଇନଥାଏ ।ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି କଙ୍କଡ଼ାହାଡ଼ ଥାନା ନିକଟରେ ।ଥାନା ଠାରୁ ମାତ୍ର ଦୁଇ ଶହ ମିଟର ମଧ୍ୟରେ ହେଉଥିବା ସାପ୍ତାହିକ ଶୁକ୍ରବାର ହାଟ ମଧ୍ୟରେ କେତେକ ଜୁଆ ଖେଳାଳିଙ୍କ ଆଡ୍ଡାସ୍ଥଳୀ ପାଲଟିଛି ।ଏମାନେ ଆଜି ଆଇନକୁ ଖୋଲମଖୁଲା ଉଲଂଘନ କରି ଖେଳ ଚଳାଇଛନ୍ତି ।ଫଳରେ ଏଥିରେ କେତେକ ନିରୀହ ଜୀବନ ପ୍ରତି ଅନେକ ସମସ୍ୟା ସୃଷ୍ଟି କରୁଛି ।ସବୁ ଜାଣି ନଜାଣିବା ପରି କିପରି ନୀରବ ରହିଛି ପୋଲିସ ପ୍ରଶାସନ ଏହାକୁ ନେଇ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି ।ତୁରନ୍ତ ଏହି ଆଡ୍ଡାସ୍ଥଳୀ ଉପରେ ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେବାକୁ ଦାବି ହେଉଛି ।

କାମାକ୍ଷନଗରରୁ ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ୍

Related posts

ରାଇରଙ୍ଗପୁର ଅବକାରୀ ବିଭାଗର ଚଢ଼ାଉ !ତେଣ୍ଟପୋଷୀ ଗ୍ରାମରେବିପୁଳ ପରିମାଣର ଦେଶୀ ମଦ ଓ ମହୁଲ ପୋଚ ଆନୁମାନିକ .୩ ଲକ୍ଷ ୫୦ ହଜାର ଟଙ୍କାର ସାମଗ୍ରୀ ଜବତ

masiha

ଦିନ ଦିପହର ରେ ଡକାୟତି

Sunil Chandra Nayak

ରାଇରଙ୍ଗପୁର ଅବକାରୀ ବିଭାଗ ତରଫରୁ ବିଭିନ୍ନ ସ୍ଥାନରେ ଚଢାଉ;୪୯ ଲି ଦେଶୀ ମଦ ଜବତ ସହ ୩ ଜଣଙ୍କ ନାମରେ ମାମଲା ରୁଜୁ

Leave a Comment

error: Content is protected !!