ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ ଠାରେ ମିଶନ ଶକ୍ତି ସଚେତନତା କାର୍ଯ୍ୟକ୍ରମ

କଳାହାଣ୍ଡି ଜିଲ୍ଲା ଧର୍ମଗଡ଼ ସହର ବ୍ଲକ ସଭାଗୃହ ଠାରେ ବିପିଏମୟୁ ମିଶନ ଶକ୍ତି ଧର୍ମଗଡ ପକ୍ଷରୁ ସହରାଞ୍ଚଳ ଓ ଗ୍ରାମାଞ୍ଚଳ ମିଶନ ଶକ୍ତି ମା ମାନଙ୍କୁ ନେଇ ଏକ ସଚେତନତା ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା l ଏହି କାର୍ଯ୍ୟକ୍ରମରେ ଭବାନୀପାଟଣା ପୌରପାଳିକା ପୌରଧ୍ୟକ୍ଷା ଶ୍ରୀମତୀ ସଂଯୁକ୍ତା ବେହେରା ମିଶନ ଶକ୍ତି, କଳାହାଣ୍ଡି ର ସାଧନକର୍ମୀ ଭାବରେ ଯୋଗଦେଇ ଥିଲେ ଓ ତାଙ୍କର ଦୀର୍ଘ ୨୦ ବର୍ଷ ମିଶନ ଶକ୍ତି ମାଆ ରୁ ମୁନିସିପାଲିଟି ଚେୟାରମ୍ୟାନ ହେବା ପର୍ଯ୍ୟନ୍ତର ଅନୁଭୂତି ମା ମାନଙ୍କ ସହିତ ଆଲୋଚନା କରି ସେମାନଙ୍କୁ ପ୍ରୋତ୍ସାହିତ କରିଥିଲେ l ଏହି କାର୍ଯ୍ୟକ୍ରମ ରେ ଧର୍ମଗଡ଼ର ସ୍ୱୟଂ ସହାୟକ ଗୋଷ୍ଠିମାନଙ୍କ ନିମନ୍ତେ ବ୍ୟାଙ୍କ ଋଣ ଓ ସୁଧ ଫେରସ୍ତ ବ୍ୟବସ୍ଥା କେମିତି ସୁଦୃଢ ହୋଇପାରିବ ସେହି ବିଷୟରେ ଆଲୋଚନା ହୋଇଥିଲା l ଏହି କାର୍ଯ୍ୟକ୍ରମରେ ଧର୍ମଗଡ ବିଧାୟକ ମୌସଧି ବାଗ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଥିବା ବେଳେ, ବ୍ଲକ ଅଧ୍ୟକ୍ଷା ବବିତା ପଟ୍ଟଯୋଷି, ବିଡ଼ିଓ ଶରତ ଚନ୍ଦ୍ର ସେଠୀ, ସିଡ଼ିପିଓ ସୁଚରିତା ମହାପାତ୍ର, ପୁର୍ବତନ ଏନ ଏ ସି ଅଧ୍ୟକ୍ଷା ସୁଶ୍ରୀ ହୀରା ବାଗ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗ ଦେଇ ମହିଳା ସହାୟକ ଗୋଷ୍ଠି ମାନଙ୍କ ବ୍ୟାଙ୍କ ଋଣ ଓ ସୁଧ ଫେରସ୍ତ ବ୍ୟବସ୍ଥା ଉପରେ ବୁଝାଇ ସେମାନଙ୍କୁ ଉତ୍ସାହିତ କରିଥଲେ। କାର୍ଯ୍ୟକ୍ରମରେ ସ୍ୱୟଂ ସହାୟକ ଗୋଷ୍ଠି ମାନଙ୍କୁ ବିଭିନ୍ନ ବ୍ୟାଙ୍କ ରୁ ଋଣ ପ୍ରଦାନ କରଯାଇଥିଲା।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ରାୟଗଡା ଜିଲ୍ଲାରେ ପ୍ରଚେଷ୍ଟା ଅଭିଯାନ ମାଧ୍ୟମରେ “ଶିଶୁମାନଙ୍କ ପାଇଁ ଦିନଟିଏ “ କାର୍ଯ୍ୟକ୍ରମ ଅନୁଷ୍ଠିତ 

masiha

ତିରିଂ ବ୍ଳକ! ବଡାଳିମା ପଞ୍ଚାୟତ ! ସାଲଗାଢିପା ଅଙ୍ଗନବାଡି କେନ୍ଦ୍ର କୁ ରାସ୍ତା ନାହିଁ . ; କାଦୁଅ ପଚ୍ ପଚ୍ ଚଲି ରାସ୍ତାରେ ସ୍କୁଲ ଯିବାକୁ କୁନି କୁନି ପିଲାମାନେ ଅମଙ୍ଗ ;ସ୍କୁଲ କୁ କଂକ୍ରିଟ ରାସ୍ତା ନିର୍ମାଣ ପାଇଁ ଗ୍ରାମବାସୀଙ୍କ ଦାବି

Sunil Chandra Nayak

ଏଡିଜେ କୋର୍ଟ ସ୍ଥାପନ ଦାବିରେ ବୁଧୁବାର ଖଡ଼ିଆଳ ବନ୍ଦ

masiha

Leave a Comment

error: Content is protected !!