ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପିପଲଝାପର ଠାରୁ ବିଜୁ ଏକ୍ସପ୍ରେସ ୱେ ରାସ୍ତା ଅବସ୍ଥା ଶୋଚନୀୟ, ମରାମତି ଦାବି କଲେ ଗ୍ରାମବାସୀ

କୋକସରା,୨୭/୦୭ // କଳାହାଣ୍ଡି ଜିଲ୍ଲା କୋକସରା ବ୍ଲକର ଗୋତୋମୁଣ୍ଡା ପଞ୍ଚାୟତ ପିପାଲଝାପର ଗାଁ ଖଜୁରିବନ୍ଧ ରୁ ବିଜୁ ଏକ୍ସପ୍ରେସ ୱେ କୁ ସଂଯୋଗ କରୁଥିବା ରାସ୍ତାର ଅବସ୍ଥା ଶୋଚନୀୟ ହୋଇ ପଡିଛି। ପଞ୍ଚାୟତ ଅଧୀନରେ ଥିବା ଏହି ରାସ୍ତା ଅଲ୍ପ ବର୍ଷା ହେଲେ ପାଣି କାଦୁଅରେ ଭର୍ତ୍ତି ହେଉଥିବାରୁ ଗ୍ରାମବାସୀ ମାନେ ଗାଁ ରୁ ବ୍ଲକ ମୁଖ୍ୟାଳୟକୁ ପ୍ରତିଦିନ ବିଭିନ୍ନ ଦୈନନ୍ଦିନ କାର୍ଯ୍ୟ ପାଇଁ ଏହି ରାସ୍ତା ଦେଇ ଯାତାୟାତ କରୁଥିବା ବେଳେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଥିବା କହିଛନ୍ତି। ରାସ୍ତା ଦେଇ ବର୍ଷା ହେଲେ ଗାଁ କୁ ଚାରିଚାକିଆ ଯାନବାହନ ଚଳାଚଳରେ ସମସ୍ୟା ଉପୁଜୁଥିବା ବେଳେ ଆମ୍ବୁଲାନ୍ସ ଯିବାରେ ମଧ୍ୟ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ନେଇ ଅଭିଯୋଗ କରିଛନ୍ତି ପିପଲଝାପର ଗ୍ରାମବାସୀ। ସ୍ଥାନୀୟ ପଞ୍ଚାୟତ ପକ୍ଷରୁ ପଞ୍ଚଦଶ ଅର୍ଥ ଅନୁଦାନରୁ ପ୍ରତିବର୍ଷ ନାମକୁ ମାତ୍ର ମରାମତି କରି ଠିକାଦାର ପୋଷା ନିତିରେ ରାସ୍ତା ମରାମତି କରି ସରକାରୀ ଅନୁଦାନକୁ ବାଟମାରଣା କରୁଥିବା ଅଭିଯୋଗ କରିଛନ୍ତି।ଏନେଇ କୋକସରା ବିଡ଼ିଓ ଉତ୍ତମ କୁମାର ବାଗଙ୍କ ପ୍ରତିକ୍ରିୟା ନେବାରୁ ଲୋକଙ୍କ ଯାତାୟାତ ପାଇଁ ଶୀଘ୍ର ରାସ୍ତା ମରାମତି କରିବା ପାଇଁ କହିଛନ୍ତି।

ମସିହା ନିୟୁଜ ସର୍ଭିସ୍ 

Related posts

ବ୍ରହ୍ମପୁରରେ ନାରୀ ଶକ୍ତି ବନ୍ଦନ, ସାମ୍ବାଦିକ ସମ୍ମିଳନୀରେ ଯୋଗ ଦେଲେ ଗଞ୍ଜାମ ଜିଲ୍ଲା ବିଜେପି ସଭାପତିଙ୍କ ସମେତ ଜିଲ୍ଲାର ମାନ୍ୟବର ମନ୍ତ୍ରୀ, ସାଂସଦ, ବିଧାୟକ ଓ ବରିଷ୍ଠ ନେତୃବୃନ୍ଦ 

Sunil Chandra Nayak

ବେଦାନ୍ତ କମ୍ପାନୀ ଓ ଓ.ଏମ୍.ସି ବିରୁଦ୍ଧରେ ରାଲି କରି ଗର୍ଜିଲେ ଅଞ୍ଚଳ ବାସୀ

Sunil Chandra Nayak

ପବିତ୍ର ଅକ୍ଷୟ ତୃତୀୟା ଅବସରରେ ଜିଲ୍ଲାସ୍ତରୀୟ କୃଷକ ଦିବସ ପାଳିତ  

masiha

Leave a Comment

error: Content is protected !!