ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଭେଜିପଦର ଉ. ପ୍ରା. ବିଦ୍ୟାଳୟରେ ସଡ଼କ ସୁରକ୍ଷା କାର୍ଯ୍ୟକ୍ରମ

ଭେଜିପଦର -28/07-(ରୁପ୍ରା ପ୍ରତିନିଧି ପ୍ରଦିପ କୁମାର ସେନାପତିଙ୍କ ରିପୋର୍ଟ )ଭବାନୀପାଟଣା ବ୍ଲକ ଅନ୍ତର୍ଗତ ଭେଜିପଦର ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ଠାରେ ଶୁକ୍ରବାର ସଡ଼କ ସୁରକ୍ଷା ନିୟମ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ଏଥିରେ ବିଦ୍ୟାଳୟ ର ସମସ୍ତ ଛାତ୍ରଛାତ୍ରୀ, ଶିକ୍ଷକ ଶିକ୍ଷୟତ୍ରୀ ଓ ଅଭିଭାବକ ସାମିଲ ହୋଇଥିଲେ l ପ୍ରଥମେ ପ୍ରଧାନଶିକ୍ଷୟତ୍ରୀ ସ୍ଵର୍ଣ୍ଣଲତା ମହାନ୍ତି ସମସ୍ତଙ୍କୁ ସ୍ୱାଗତ ଜଣାଇ କାର୍ଯ୍ୟକ୍ରମ ର ଆଭିମୁଖ୍ୟ ସମ୍ପର୍କରେ କହିଥିଲେ l ବରିଷ୍ଠ ଶିକ୍ଷକ ପ୍ରଶାନ୍ତ ଖମାରୀ ସୁରକ୍ଷା ପାଇଁ ଥିବା ଟ୍ରାଫିକ ନିୟମ ସମ୍ପର୍କରେ ଉପସ୍ଥିତ ସମସ୍ତଙ୍କୁ ପ୍ରାଞ୍ଜଳ ଭାବରେ ବୁଝାଇଥିଲେ l ଶିକ୍ଷକ ଚିନ୍ମୟ ମହାନ୍ତି ଟ୍ରାଫିକ ନିୟମ ନ ମାନିଲେ କିପରି ଦୁର୍ଘଟଣା ଘଟେ, ତାର ଲାଇଭ ଡେମୋ ଦେଖାଇଥିଲେ l କାର୍ଯ୍ୟକ୍ରମଟିକୁ ସଫଳ କରିବାରେ ସହକାରୀ ଶିକ୍ଷୟତ୍ରୀ ମିନତୀ ସାହୁ ଓ ସ୍ଵାଗତିକା ନେଗୀ ସହଯୋଗ କରିଥିଲେ l ଶେଷରେ ବିଦ୍ୟାଳୟ କ୍ୟାବିନେଟ ର ପ୍ରଧାନମନ୍ତ୍ରୀ ମାନସ ତାଣ୍ଡି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ l

Related posts

ବହୁବୁଧ ସେବାରେ ସାମାଜିକ ସଂଗଠନ ବିପଦର ବନ୍ଧୁ ସଙ୍ଗଠନ 

masiha

ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଙ୍କ ସୁକନ୍ୟା ଇତିଶ୍ରୀ ଙ୍କ ରାଇରଙ୍ଗପୁର ଉଚ୍ଚ ବାଳକ ବିଦ୍ଯାଳୟ ପରିସରରେ ” ପିଡି ହିନ୍ଦୁଜା ସଭାଗୃହ ସହିତ ସାଂସ୍କୃତିକ କେନ୍ଦ୍ର” ର ଭିତ୍ତି ପ୍ରସ୍ତର ସ୍ଥାପନ

Sunil Chandra Nayak

ରାୟଗଡ ସମବାୟ ବିଭାଜନ ତରଫରୁ ୭୧ ତମ ନିଖିଳ ଭାରତ ସମବାୟ ସପ୍ତାହ

masiha

Leave a Comment

error: Content is protected !!