ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଅନ୍ଧ ବିଶ୍ବାସର କରୁଣ ପରିଣତି! ବୃଦ୍ଧା ହତ୍ୟା ମାମଲାରେ ଅଭିଯୁକ୍ତକୁ ଆଜୀବନ କାରାଦଣ୍ଡ 

ମୟୂରଭଞ୍ଜ -୧/୮ ( ମସିହା)ମୟୂରଭଞ୍ଜ ଜିଲ୍ଲାର ଜାମଦା ଥାନା ଅନ୍ତର୍ଗତ ବଡାମତଳିଆ ଗ୍ରାମରେ ଜନୈକା ବୃଦ୍ଧାଙ୍କୁ ଡାହାଣୀ ଜନିତ ସନ୍ଦେହରେ ହତ୍ୟା କରାଯାଇଥିବା ମାମଲାରେ ରାଇରଙ୍ଗପୁର କୋର୍ଟରେ ଆଜି ଅଭିଯୁକ୍ତଙ୍କୁ ଆଜୀବନ ସଶ୍ରମ କାରାଦଣ୍ଡ ଶୁଣାଣି କରାଯାଇଛି । ସୂଚନାଯୋଗ୍ୟ ବଡାମତଳିଆ ଗ୍ରାମର ମଦନ ପିଙ୍ଗୁଆ (୬୫) ଙ୍କ ପତ୍ନୀ ସ୍ଵାସ୍ଥ୍ୟ ଜନିତ ରୋଗରେ ମରିଥିଲେ ।ସେହି ଦିନରୁ ମଦନ ପିଙ୍ଗୁଆ ଅନ୍ଧ ବିଶ୍ବାସର ବଶବର୍ତୀ ହୋଇ ସେହି ଗ୍ରାମର ବୃଦ୍ଧା ଗୁଙ୍ଗି ପିଙ୍ଗୁଆ(୭୦) ଗୁଣି ଗାରେଡି ଡାହାଣୀ କରି ତା’ର ପତ୍ନୀକୁ ମାରିଥିବା ସନ୍ଦେହ କରିଥିଲା ।କେମିତି ଗୁଣ୍ଡି ଜାମୁଦା ଉପରେ ପ୍ରତିଶୋଧ ନେବ ସବୁବେଳେ ସୁଯୋଗ ଉଣ୍ଡି ଥିଲା ।ଗତ ୧୬/୦୭/୨୦୧୭ରେ ଗୁଙ୍ଗି ଜାମୁଦା ଗାଁ ପାଖ ଅଙ୍ଗନବାଡ଼ି କେନ୍ଦ୍ର ପାଖ ନଳକୂପ ପାଖରେ ଦିନ ୧୦ ଟା ପାଖାପାଖି ସମୟରେ ଗାଧୋଉଥିବା ମଦନ ଦେଖିବାକୁ ପାଇଥିଲା ।ରାଗ ତା’ର ପଞ୍ଚମ ଉଠିଥିଲା । ଗୁଙ୍ଗିକୁ ଦେଖି ରକ୍ତ ଚାଉଳ ଚୋବାଇବା ଭଳି ହୋଇ ପ୍ରତିଶୋଧ ପରାୟଣ ହୋଇ ଦୌଡି ଯାଇ ଏକ କାଠ ଫାଳିଆ ଆଣିଥିଲା । ଦେଖିଲା ଗାଁରେ କେହି ଦେଖା ଯାଉ ନାହାଁନ୍ତି ସମସ୍ତେ ଚାଷ କରିବାକୁ ବାହାରକୁ ପଳାଇଛନ୍ତି । ଗୁଙ୍ଗି ପିଙ୍ଗୁଆକୁ ଏକୁଟିଆ ପାଇ ଅତର୍କିତ ମରଣାନ୍ତକ ଆକ୍ରମଣ କରି ଚେତାଶୂନ୍ଯ କରି ମରିଗଲା ଭାବି ଖସି ପଳାଇଥିଲା ।ପରେ ସେହି ବାଟେ ଗାଁ ଲୋକ ଏବଂ ସଂପର୍କୀୟ ଲୋକ ତାଙ୍କୁ ନଳକୂପ ପାଖରୁ ଉଦ୍ଧାର କରି ରାଇରଙ୍ଗପୁର ଡାକ୍ତରଖାନାକୁ ଆଣିଥିଲେ ।ଡାକ୍ତର ମୃତ ଘୋଷଣା କରିଥିଲେ ।ଗୁଙ୍ଗି ରାସ୍ତାରେ କହିଥିଲା ଯେ ମଦନ ତାକୁ ପିଟିକି ମାରି ଦେଇଛି ।ଏହାକୁ ନେଇ ଜାମଦା ଥାନାରେ ମଦନ ନାମରେ ପରିବାର ତରଫରୁ ଏକ ହତ୍ୟା ମାମଲା ୩୦୨ ଦଫା ଏବଂ ଡାହାଣୀ ଜନିତ ମାମଲା କେଶ ନମ୍ବର ସେକ୍ସନ ୪ କେଶ ରୁଜୁ ହୋଇଥିଲା ।ଆଜି ରାଇରଙ୍ଗପୁର କୋର୍ଟରେ ଅତିରିକ୍ତ ଜିଲ୍ଲା ଓ ଦୌରାଜଜ ଦୀପକ କୁମାର ପୋଲିସ ତଦନ୍ତ ରିପୋର୍ଟ,୧୪ ଜଣ ସାକ୍ଷୀଙ୍କ ବୟାନ, ପାରିପାର୍ଶ୍ବିକ ଅବସ୍ଥା ଦେଖି ବିଚାରକୁ ନେଇ ଅଭିଯୁକ୍ତ ମଦନ ପିଙ୍ଗୁଆକୁ ଆଜୀବନ ସଶ୍ରମ କାରାଦଣ୍ଡ ସହ ୫୦୦୦ ଟଙ୍କା ଜୋରିମାନା ଅନାଦେୟ ୧ ବର୍ଷ ସଶ୍ରମ କାରାଦଣ୍ଡ ଶୁଣାଣି କରିଛନ୍ତି ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳଙ୍କ ରିପୋର୍ଟ

Related posts

ବେକରେ ଦଉଡି ବାନ୍ଧି ଯୁବକଙ୍କ ଆତ୍ମହତ୍ୟା

Sunil Chandra Nayak

ଆନ୍ତଃରାଜ୍ୟ ଆପ୍ ଆଧାରିତ ସାଇବର ଠକେଇ ସିଣ୍ଡିକେଟ : ରାଉରକେଲା ପୋଲିସ୍ ଦ୍ବାରା ୪ ଅଭିଯୁକ୍ତ ଗିରଫ

Sunil Chandra Nayak

ତହସିଲଦାରଙ୍କୁ ଆକ୍ରମଣ ଘଟଣା,୮ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କଲା ପୋଲିସ

Leave a Comment

error: Content is protected !!