ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିକ୍ଷକ ସଂଘ ର ଆନ୍ଦୋଳନ ପାଇଁ ପ୍ରସ୍ତୁତି ବୈଠକ

ରାଜ୍ୟ ସରକାର ଶିକ୍ଷକ ମାନଙ୍କ ବିଭିନ୍ନ ଦାବୀ ସବୁ କୁ ପୂରଣ କରିବାରେ ଟାଳଟୁଳ ନୀତି ଅବଲମ୍ବନ କରୁଛନ୍ତି । ଦାବୀ ହାସଲ ନିମନ୍ତେ ସରକାର ଙ୍କ ଉପରେ ଚାପ ସୃଷ୍ଟି କରିବା ପାଇଁ ନିଖିଳ ଉତ୍କଳ ଶିକ୍ଷକ ଫେଡରେସନ୍ ପକ୍ଷ ରୁ ଆନ୍ଦୋଳନ ପାଇଁ କାର୍ଯ୍ୟକ୍ରମ ସୂଚୀ ଜାରି କରା ଯାଇଛି । ତଦ୍ ଅନୁଯାୟୀ ଆସନ୍ତା ୫ତାରିଖ ରେ ପ୍ରତ୍ୟେକ ବ୍ଲକ ରେ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟଳୟ ଘେରାଉ ସହ ଦାବୀ ପତ୍ର ପ୍ରଦାନ କରାଯିବ । ଏହା କୁ ସଫଳ କରିବା ପାଇଁ ଆଜି ଏକ ପ୍ରସ୍ତୁତି ବୈଠକ ସ୍ଥାନୀୟ କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ ପରିସର ଅନୁଷ୍ଠିତ ହୋଇ ଥିଲା । ବ୍ଲକ ପ୍ରାଥମିକ ଶିକ୍ଷକ ସଂଘ ର ସଭାପିତିତ୍ବ ରେ ଆୟୋଜିତ ଏହି ବୈଠକ ରେ ଜିଲ୍ଲା ସଂଗଠନ ସମ୍ପାଦକ ପଦ୍ମ ଲୋଚନ ନାଏକ,ସମ୍ପାଦକ ଆଶିଷ ପ୍ରଧାନୀ, ଏଓପିଟିଏ ରାଜ୍ୟ ମହା ସଚିବ ବଙ୍କିମ ଚନ୍ଦ୍ର ସାଗର, ଏନପିଏସ ସଂଘ ସଭାପତି ମାର୍କଣ୍ଡ ନାଏକ, ସମ୍ପାଦକ ଗିରି ଧାରୀ ସାହୁ, ଜେଟିଏ ସଂଘ ସଭାପତି ବିକ୍ରମ ପ୍ରଧାନ,ସମ୍ପାଦକ ନୟନ ରଂଜନ ସାହୁ ପ୍ରମୁଖ ଯୋଗ ଦେଇଥିଲେ ।

ମୁଖ୍ୟମନ୍ତ୍ରୀ ରାଜ୍ୟରେ ଠିକା ପ୍ରଥା ଉଚ୍ଛେଦ କରିଥିବା ରୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗରେ କାର୍ଯ୍ୟରତ କନିଷ୍ଠ ଶିକ୍ଷକମାନଙ୍କୁ ନିୟମିତ କରା ଯିବା, ଶିକ୍ଷା କର୍ମୀ ଓ ଶିକ୍ଷା ସହାୟକ ଙ୍କ ଠିକା କାର୍ଯ୍ୟକାଳକୁ ନେସନାଲ ଇନ୍‌କ୍ରିମେଣ୍ଟ ଦେଇ ମୂଳ ଚାକିରି ରେ ଗଣନା କରାଯିବା, ବିଦ୍ୟାଳୟ ରେ ଥିବା ଗଣଶିକ୍ଷକ, କଳା ଓ କ୍ରୀଡା ଶିକ୍ଷକ ମାନଙ୍କୁ ନିୟମିତ ଶିକ୍ଷକର ମାନ୍ୟତା ପ୍ରଦାନ କରାଯିବା ।

ରାଜ୍ୟରେ କେନ୍ଦ୍ର ସରକାର ନୂତନ ଶିକ୍ଷାନୀତିକୁ ପ୍ରଣୟନ କରି ତଦନୁଯାୟୀ କାର୍ଯ୍ୟ କରାଉଥିବାରୁ ତଥା ମୂଳ ପଦବୀର ଯୋଗ୍ୟତାରେ ପରିବର୍ତ୍ତନ ହୋଇଥିବାରୁ ରାଜ୍ୟରେ ସମସ୍ତ ବର୍ଗର ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କର ମୂଳ ବେତନ ଲେବୁଲ-୯ କେନ୍ଦ୍ରୀୟ ହାରରେ ଗ୍ରେଡ୍‌ ପେ ୪୨୦୦/- କରାଯିବା,ନୂତନ ପେନସନ ବ୍ୟବସ୍ଥାକୁ ଉଚ୍ଛେଦ କରି ପୁରୁଣା ପେନସନ ବ୍ୟବସ୍ଥା କୁ ପୁନଃ ପ୍ରଚଳନ କରାଯିବା ଆଦି ଦାବୀ ଉପରେ ଆଲୋଚନା କରାଯାଇ ଥିଲା । ଏହି ବୈଠକ ରେ ଅନ୍ୟ ମାନଙ୍କ ମଧ୍ୟରେ ଶିକ୍ଷକ ବିଶ୍ୱଜିତ ବେହେରା, ଦୁଲଭ ପଟେଲ, ପରମାନନ୍ଦ ନାଏକ, ପ୍ରେମଲାଲ ଜଗତ, ରାଜେନ୍ଦ୍ର ଦୂରିଆ, ସଂଜିତ ପଣ୍ଡା, ରାଜକୁମାରୀ ନାଏକ, ଚକ୍ରଧର ପଣ୍ଡା, ବିଶ୍ଵ ରଂଜନ ବେହେରା, ମଳୟ କୁମାର ବେହେରା ପ୍ରମୁଖ ଉପସ୍ଥିତ ଥିଲେ ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ଧର୍ମଗଡ ଓକିଲ ସଙ୍ଘର ନିର୍ବାଚନ – ତୁଷାର ରଞ୍ଜନ ପଟ୍ଟଯୋଷୀ ସଭାପତି ଓ ଥବିର ପ୍ରସାଦ ସାହୁ ସଂପାଦକ ନିର୍ବାଚିତ

masiha

କଳାହାଣ୍ଡି ଜିଲ୍ଲା ଇନ୍ଦ୍ରାବତୀରୁ ରବି ଜଳସେଚନର ଆରମ୍ଭ। ଦୁଇବର୍ଷ ପରେ ଦକ୍ଷିଣ କେନାଲକୁ ପାଣି

masiha

ପ୍ରକାଶ ପାଇଲା ପ୍ରବନ୍ଧ ପ୍ରତିଯୋଗିତା ଫଳାଫଳ, ପ୍ରଥମ ସ୍ଥାନରେ ସ୍ବର୍ଣ୍ଣପ୍ରଭା

masiha

Leave a Comment

error: Content is protected !!