ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମୋ ଲେଖା ମୋ ଦୁନିଆ ସାହିତ୍ୟ ସଂସଦ ପକ୍ଷରୁ ମାସିକ କବିତା ଆସର

ଭବାନୀପାଟଣା: ତା-୩୧.୭.୨୩ ରିଖ ସୋମବାର ମୋ ଲେଖା ମୋ ଦୁନିଆ ସାହିତ୍ୟ ସଂସଦ ତରଫରୁ ମାସିକ ଅନଲାଇନ କବିତା ଆସର ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଅବସରରେ ମୁଖ୍ୟ ଅତିଥି ଭାବେ କବି ତଥା ଯୋଗ ପ୍ରଶିକ୍ଷକ ଶ୍ରୀଯୁକ୍ତ ସନାତନ ମହାକୁଡ଼ ଯୋଗଦେଇ ଥିଲେ । ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ମୁଖ୍ୟ ଉପଦେଷ୍ଟା ଆନ୍ତର୍ଜାତୀୟ ଖ୍ୟାତନାମା କବି ଡ଼.ଭବାନୀ ଶଙ୍କର ନିଆଲ,ମାର୍ଗଦର୍ଶକ ଚନ୍ଦ୍ରକାନ୍ତ ବିଶ୍ୱାଳ, ଉପଦେଷ୍ଟା ଭାରତୀ ରଥ,ରାଜକିଶୋର ମୁଣ୍ଡି, ନଗେନ୍ଦ୍ର କୁମାର ରାଉତ,ମନ୍ମଥ ସ୍ବାଇଁ,ସଂଗ୍ରାମ କେଶରୀ ରାଉତ ରାୟ, ଭରତ ବେହେରା, ଡାକ୍ତର ରବି ନାରାୟଣ ପଣ୍ଡା, ମଞ୍ଜୁଶ୍ରୀ ବରାଳ, ସୁପ୍ରିୟା ସାହୁ ସମେତ ଯୁବକବି ଖୁସିରାମ ସାହୁ ଉପସ୍ଥିତ ଥିଲେ । ଏଥିରେ ରୀତା ଅପରାଜିତା ମହାନ୍ତି, ତ୍ରିନାଥ ପଟ୍ଟନାୟକ,ଅଶୋକ କୁମାର ନାୟକ, ବିଦ୍ୟାଧର ମନ୍ତ୍ରୀ, ଗୋବିନ୍ଦ ବେହେରା, କୈଳାଶ ବେହେରା, ବିନୟ ନାଏକ, ବେଣୁଧର ବେହେରା, ମନ୍ଦାକିନୀ ପାଢ଼ୀ, ଟିକେମଣି ବୁଦ୍ଧିଆ,ଜ୍ଞାନେନ୍ଦ୍ରୀୟ ଦାଶ, ପ୍ରତାପ ଚନ୍ଦ୍ର ମିଶ୍ର, କଳ୍ପନା ବାରିକ,ମାଧବ ମାଝୀ,ଗଗନ କୁମାର ଦାଶ, ଅମୂଲ୍ୟ କୁମାର ଦାଶ ଆଦି ପ୍ରମୁଖ କବି ଓ କବୟିତ୍ରୀ ‘ଆସିଛି ଶ୍ରାବଣ’ ଶୀର୍ଷକକୁ ନେଇ ନିଜ ନିଜ କବିତା ପାଠ କରିଥିଲେ । ଶେଷରେ ପ୍ରତିଷ୍ଠାତା ଖୁସିରାମ ସାହୁ ସମସ୍ତଙ୍କୁ କୃତଜ୍ଞତା ଜ୍ଞାପନ କରିଥିଲେ ।

ଖୁସି ରାମ ସାହୁ ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ମହାବିଦ୍ଯାଳୟର ୟୂଜିସି ହଷ୍ଟେଲରେ ହେବାକୁ ଥିବା ଦକ୍ଷତା ବିକାଶ କେନ୍ଦ୍ରକୁ ସ୍ଥାନାନ୍ତର ‘ମାସା’ ତରଫରୁ ଉପଜିଲ୍ଲାପାଳଙ୍କ ଦ୍ଵାରସ୍ଥ

Sunil Chandra Nayak

ଡାବୁଗାଁରେ ମିଶନ ଶକ୍ତି କର୍ମୀମାନଙ୍କୁ ସ୍କୁଟର ବଣ୍ଟନ

masiha

ଭୀମ ଭୋଇ ସାମର୍ଥ୍ୟ ଶିବିର ରେ ୨୮୨ ଭିନ୍ନକ୍ଷମ ପଞ୍ଜୀକୃତ 

Sunil Chandra Nayak

Leave a Comment

error: Content is protected !!