ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଲଭେଟ ସେଣ୍ଟିଙ୍ଗ ଭୁଶୁଡି ମୃତକଙ୍କ ପରିବାରକୁ ସହାୟତ ୪ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କଲେ ଜିଲାପାଳ ଓ ଆଇନ ମନ୍ତ୍ରୀ

କଲ୍ୟାଣସିଂହପୁର- ରାୟଗଡା ଜିଲ୍ଲା, କଲ୍ୟାଣସିଂହପୁର ବ୍ଲକ ଶିକରପାଇ ପଞ୍ଚାୟତ ଅଧିନସ୍ଥ ଉପରସାଜାରେ କଲଭେଟର ସେଣ୍ଟିଙ୍ଗ ଭୁଶୁଡିବା ଘଟଣାରେ ମୃତକଙ୍କ ପରିବାରକୁ ସହାୟତ ୪ ଲକ୍ଷ ଟଙ୍କା ଲେଖାଏଁ ପ୍ରଦାନ କଲେ ଜିଲାପାଳ ସ୍ବଧା ଦେବ ସିଂ ଓ ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ପଛୁଆବର୍ଗ କଲ୍ୟାଣ ଓ ଆଇନ ମନ୍ତ୍ରୀ ଜଗନ୍ନାଥ ସାରାକା,ରାଜ୍ୟ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବର୍ଡର ଉପଦେଷ୍ଟା ସୁଧୀର ଦାସ ,ବ୍ଲକ ସହକାରୀ ଯନ୍ତ୍ରୀ ସବ୍ୟସାଚୀ ନାୟକ , କ ଜୋନ ର ଜିଲାପରିସଦ ବି ୱାରା ପ୍ରସାଦ ରାଓ ,ଖ ଜୋନ ର ଜିଲାପରିସଦ ଙ୍କ ସ୍ୱାମୀ ଭୋମି ମାଧବ ରାଓ , ସଦସ୍ୟପ୍ରମୁଖ ଉପସ୍ଥିତ ରହିଥିଲେ । ପ୍ରକାଶ ଥାଉ କି ଗତ ସୋମବାର ୩୧ତାରିଖ ଦିନ ଲଗାଣ ବର୍ଷା ହେବା ଯୋଗୁଁ କଟଲପାଡୁ ଠାରୁ ତଳ ସାଜା ଦେଇ ଉପର ସାଜା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ କରାଯାଉଥିଲା । ଉପର ସାଜା ନିକଟରେ ଥିବା ଜାପିଙ୍ଗ ନାଳରେ ଏକ ମିନି ପୋଲ ନିର୍ମାଣ କରିବା ପାଇଁ ସେଣ୍ଟିଙ୍ଗ ପକାଇଥିଲେ ।ଉକ୍ତ ଗ୍ରାମର ୫ଜଣ ଶିଶୁ ସମେତ ଜଣେ ବୟସ୍କ ବ୍ୟକ୍ତି ଗାଧୋଇବା ପାଇଁ ଯାଇଥିଲେ ।ନାଳରେ ବର୍ଷା ପାଣି ଆସିଯିବାରୁ ସେଣ୍ଟିଙ୍ଗଟି ଦୁର୍ବଳ ହୋଇଯାଇ ଥିବାରୁ ତାହା ଗାଧୋଉଥିବା ଲୋକଙ୍କ ଉପରେ ଲେଦି ହୋଇଯାଇଥିଲା । ଫଳରେ ୪ଶିଶୁ ସମେତ ଜଣେ ବ୍ୟକ୍ତି ଙ୍କମୃତ୍ୟୁ ହୋଇଥିବା ବେଳେ ଜଣେ ଶିଶୁ ଅନ୍ୱେଷ କୁଲିସିକା ବଞ୍ଚି ଯାସିଥିଲେ ।ଏହି ଘଟଣା କୁ ନେଇ ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିବା ସହ ମୃତ୍ୟୁବରଣ କରିଥିବା ପରିବାରକୁ ୪ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରି କାର୍ଯ୍ୟରେ ଅବହେଳା କରୁଥିବା ଅଧିକାରୀଙ୍କୁ ଚାକିରିରୁ ନିଲମ୍ବିତ କରିଥିଲେ । ସେହି ଟଙ୍କା କୁ ଜିଲାପାଳ ଓ ମନ୍ତ୍ରୀ ଗସ୍ତ କରି ମୃତ ପରିବାରକୁ ସାନ୍ତ୍ୱନା ଦେଇ ୩ପରିବାରକୁ ୪ଲକ୍ଷ ଟଙ୍କାର ଚେକ ପ୍ରଦାନ କରିଥିଲେ ।ଏବଂ ମୃତ ଲକ୍ଷ୍ମୀଧର ମିଣିଆକା ଙ୍କ ସ୍ତ୍ରୀ ସାଇବାଣୀ ମିଣିଆକା ଙ୍କୁ ବିଧବା ଭତ୍ତା ଯୋଗାଇ ଦେବା ପାଇଁ ଜିଲାପାଳ କହିଥିଲେ । ଏଥିରେ ବିଜେଡି ଦଳର ସଭାପତି ସୁନ୍ଦର ରାଓ ବାଗ, ସାମାଜିକ ସୁରକ୍ଷା ଅଧିକାରୀ ଦୟାନିଧି ଭତ୍ରା, ସ୍ଥାନୀୟ ଥାନା ଅଧିକାରୀ ସୁମନ୍ତି ମହାନ୍ତି ପ୍ରମୁଖ ଉପସ୍ଥିତ ଥିଲେ । ଉକ୍ତ ଗ୍ରାମକୁ ମଧ୍ୟ ସମବାୟ ସମିତି ଲି ଡ଼ାଇରେକ୍ଟର ଜଗନ୍ନାଥ ନୁଣ୍ଡରୁକା ଗସ୍ତ କରି ମୃତ୍ୟୁ ପରିବାରକୁ ସମବେଦନା ଜଣାଇବା ସହ କିଛି ସହାୟତା ପ୍ରଦାନ କରିଥିଲେ ।

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ପି ଏମ୍ ପୋଷଣ ଯୋଜନାରେ କାର୍ଯ୍ୟରତ ପାଚିକା ଓ ସହାୟିକା ନିମନ୍ତେ ପ୍ରଶିକ୍ଷଣ ଶିବିର ଓ ରନ୍ଧନ ପ୍ରତିଯୋଗୀତା କାର୍ଯ୍ୟକ୍ରମ

masiha

ସୋଲାର ପାନୀୟ ଜଳ ଓ ବସୁଧା ପ୍ରକଳ୍ପ ଅଚଳ ଦୁର୍ଦ୍ଦିନରେ ଜନସାଧାରଣ

Sunil Chandra Nayak

ଜୟଦେବ କଳାବିକାଶ କେନ୍ଦ୍ରର ରାଜ୍ୟସ୍ତରୀୟ ପ୍ରତିଭା ଅନ୍ବେଷଣ କାର୍ଯ୍ୟକ୍ରମ

Leave a Comment

error: Content is protected !!