ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବଂଶୀଧର ମହାନ୍ତିଙ୍କର ୩୩ତମ ଶ୍ରାଦ୍ଧ ଦିବସ ପାଳିତ

କଟକ : କଟକ ଚେମ୍ବର ଅଫ କମର୍ସ”,”ଉତ୍କଳ ଚେମ୍ୱର ଅଫ କମର୍ସ”,”କଳିଙ୍ଗ ଟ୍ୟୁବସ୍ ଲିମିଟେଡ”ର ଆବାହକ ତଥା ସଦର ବ୍ଲକ ନାନପୁର ସ୍ଥିତ ୧୯୫୧ ମସିହାରେ ପ୍ରତିଷ୍ଠା ହୋଇଥିବା ସାଧୁଚରଣ ବିଦ୍ୟାପୀଠର ପ୍ରତିଷ୍ଠାତା ସ୍ବର୍ଗତ ବଂଶୀଧର ମହାନ୍ତିଙ୍କ ୩୩ତମ ଶ୍ରାଦ୍ଧ ଦିବସ ତାଙ୍କ ଜନ୍ମସ୍ଥାନ ବୋଧପୁର ଠାରେ ପାଳିତ ହୋଇଯାଇଛି। ଏଥିସହିତ ତାଙ୍କଦ୍ୱାରା ପ୍ରତିଷ୍ଠିତ ହୋଇଥିବା ସାଧୂଚରଣ ବିଦ୍ୟାପୀଠରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷୟତ୍ରୀ ସରୋଜା ମୁଦୁଲିଙ୍କ ସଭାପତିତ୍ବରେ ଅନୁଷ୍ଠିତ ହୋଇଥିବା ଶ୍ରଦ୍ଧାଞ୍ଜଳି ସଭାରେ ସ୍ବର୍ଗତ ମହାନ୍ତିଙ୍କ ନାତି ଚଣ୍ଡୀ ପ୍ରସାଦ ମହାନ୍ତି ଯୋଗଦେଇ ଏହି ବିଦ୍ୟାପୀଠରେ ପଢୁଥିବା ଗରିବ ମେଧାବୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରିଥିଲେ। ମୁଖ୍ୟ ଅତିଥି ଭାବରେ ଅବସରପ୍ରାପ୍ତ ଶିକ୍ଷକ ବିକଳାନନ୍ଦ କର ଯୋଗଦେଇ ସ୍ବର୍ଗତ ମହାନ୍ତିଙ୍କର ସମାଜ ପ୍ରତି ଥିବା ଅବଦାନ ବିଷୟରେ ଆଲୋକପାତ କରିଥିଲେ। ଶିକ୍ଷକ ବିଶ୍ବମ୍ବର ରାଉତଙ୍କ ସଂଯୋଜନାରେ ଆୟୋଜିତ ଏହି ଶ୍ରଦ୍ଧାଞ୍ଜଳି ସଭାରେ ସ୍ମିତା ମହାନ୍ତି, ଲୋପାମୁଦ୍ରା ବହିଦାର, ଅରବିନ୍ଦ ମହାନ୍ତି, ଆବାହନି ମହାନ୍ତି, ସ୍ୱେତାଲେନା ମହାନ୍ତିଙ୍କ ସମେତ ସମେତ ବିଦ୍ୟାପୀଠର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ଓ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ। ଶେଷରେ ଅଞ୍ଚଳର ସାମ୍ବାଦିକ ମାନଙ୍କୁ ବଂଶୀଧର ମହାନ୍ତି ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ସମ୍ବର୍ଦ୍ଧିତ କରାଯାଇଥିଲା।

କଟକ ସଦର ରୁ ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ 

Related posts

ବ୍ରାହ୍ମଣୀ ନଦୀକୂଳରେ ଭିନ୍ନ ଢଙ୍ଗରେ ପାଳିତ ହେଲା ବିଶ୍ଵ ପରିବେଶ ଦିବସ , ନଦୀକୁ ପ୍ରଦୂଷଣ ମୁକ୍ତ କରିବା ପାଇଁ ଶପଥ ଗ୍ରହଣ

Meri Maati Mera Desh program was held Social worker Bikram Joined

masiha

ଡାବୁଗାଁ ରେ ବିକଶିତ କୃଷି ସଂକଳ୍ପ ଅଭିଯାନ 

masiha

Leave a Comment

error: Content is protected !!