ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୭୭ତମ ବନ ମହୋତ୍ସବ ସପ୍ତାହ, ୨୦୨୬,  ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ ଆଇନ ସଚେତନତା ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ 

୭୭ତମ ବନ ମହୋତ୍ସବ ସପ୍ତାହ, ୨୦୨୬,  ଧର୍ମଗଡ ତାଲୁକ ଆଇନ ସେବା ସମିତି ତରଫରୁ ଆଇନ ସଚେତନତା ଓ ବୃକ୍ଷରୋପଣ କାର୍ଯ୍ୟକ୍ରମ 

 ୭୭ ତମ ବନ ମହୋତ୍ସବ ସପ୍ତାହ ପାଳନ ଅବସରରେ ତାଲୁକ ଆଇନ ସେବା ସମିତି ଧର୍ମଗଡ ଦ୍ୱାରା ବ୍ରାହ୍ମଣ ଛେଣ୍ଡିଆ ସ୍ଥିତ ରାମକୃଷ୍ଣ ଉଚ୍ଚ ବିଦ୍ୟାଳୟ ପରିସରରେ ଅତିରିକ୍ତ ଜିଲ୍ଲା ଜଜ ତଥା ଅଧ୍ୟକ୍ଷ ତାଲୁକ ଆଇନ ସେବା ସମିତି ଗୁଣ୍ଡିଚା ସମାନ୍ତସିଂହାରଙ୍କ ଅଧ୍ୟକ୍ଷତାରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି I କାର୍ଯ୍ୟକ୍ରମରେ ଧର୍ମଗଡ଼ ଦେୱାନୀ ବିଚାରପତି ଇପ୍ସି ମହାନ୍ତି, ଉପଖଣ୍ଡ ବିଚାର ବିଭାଗୀୟ ବିଚାରପତି ଶ୍ରୀକାନ୍ତ ପାଢ଼ୀ,ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ବିଚାରପତି ଶ୍ରୀ ଚନ୍ଦନ ସେଠୀ, ରେଞ୍ଜର ଭବାନୀ ଶଙ୍କର କହଁର,ବନପାଳ ସୀମା ଧଙ୍ଗଡ଼ାମାଝୀ, ଝୁନୁମାଳା ସାହୁ,ରିଟେନର ସଂଯୁକ୍ତା ପଣ୍ଡା, ତାଲୁକ ଆଇନ ସେବା ସମିତିର ସଦସ୍ୟ ତଥା ଆଇନଜୀବୀ ମିହିର ରଞ୍ଜନ ପଟ୍ଟଯୋଶୀ, ବିନୋଦ ନାଏକ, କଲ୍ୟାଣୀ ନାଏକ ଓ ଗଙ୍ଗାଧର ମଙ୍ଗରାଜଙ୍କ, ଉକ୍ତ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ପଞ୍ଚାନନ ନାଏକ ସମେତ ବହୁ ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ଥିଲେ।ଏହି ଅବସରରେ ଶ୍ରୀ ସାମନ୍ତସିଂହାରଙ୍କ ନେତୃତ୍ୱରେ ବନମହୋତ୍ସବ ସପ୍ତାହ ପାଳନ ଅବସରରେ ଏହି ବିଦ୍ୟାଳୟ ପରିସରରେ ବିଭିନ୍ନ ପ୍ରଜାତିର ଚାରାରୋପଣ କରି ଅନିୟନ୍ତ୍ରିତ ଜଙ୍ଗଲ କ୍ଷୟ, ବୃଦ୍ଧି ପାଉଥିବା ପରିବେଶ ପ୍ରଦୂଷଣ, ବିଶ୍ୱ ତାପାୟନ ଓ ଜଳବାୟୁ ପରିବର୍ତ୍ତନ ମାନବ ସମାଜ ପାଇଁ ଗଭୀର ବିପଦ ସୃଷ୍ଟି କରୁଛି। ଏହାର ପ୍ରଭାବରେ ବିଭିନ୍ନ ଭୂତାଣୁଜନିତ ରୋଗ, ପ୍ରାକୃତିକ ବିପର୍ଯ୍ୟୟ ଏବଂ ଜୀବଜଗତ ପ୍ରତି ନାନା ପ୍ରକାରର ସଙ୍କଟ ସୃଷ୍ଟି ହେଉଛି। ତେଣୁ ପରିବେଶର ସନ୍ତୁଳନ ରକ୍ଷା ପାଇଁ ବୃକ୍ଷରୋପଣ ଓ ବନ ସଂରକ୍ଷଣ ଅତ୍ୟନ୍ତ ଜରୁରୀ ବୋଲି ପ୍ରକାଶ କରି ସମସ୍ତେ ଗୋଟିଏ ଗୋଟିଏ ବୃକ୍ଷ ରୋପଣ କରିଥିଲେ। ଏହି ଅବସରରେ ଉକ୍ତ ବିଦ୍ୟାଳୟର ଶିକ୍ଷକ, ଶିକ୍ଷୟତ୍ରୀ ତଥା ଛାତ୍ର ଛାତ୍ରୀ ବୃନ୍ଦ ଓ ଧର୍ମଗଡ଼ ତାଳୁକ ଆଇନ ସେବା ସମିତି ର ସ୍ବେଛାସେବୀ ଥବିର ସା ଓ କଳ୍ପନା ସା ସକ୍ରିୟ ଅଂଶଗ୍ରହଣ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଯୁବ ସାମ୍ବାଦିକ ଏମ୍ ଚନ୍ଦ୍ରଶେଖରଙ୍କୁ ଲାଞ୍ଜିଗଡ ବ୍ଲକ ବିଜେଡି ମିଡିଆ ସେଲ୍ ଦାୟିତ୍ୱ

masiha

ଖଡ଼ିଆଳ ବିଜେଡି ପକ୍ଷରୁ ବିଜୁ ବାବୁଙ୍କ ୧0୮ତମ ଜନ୍ମ ଜୟନ୍ତୀ ପାଳିତ

masiha

ପ୍ରଜାପିତା ବ୍ରହ୍ମ କୁମାରୀ ଆଶ୍ରମ, ରାଇରଙ୍ଗପୁରରେ ରକ୍ଷା ବନ୍ଧନ ମହୋତ୍ସବ; ବ୍ରହ୍ମ କୁମାରୀ ଭାଇ ଭଉଣୀଙ୍କ ସହ ରକ୍ଷାବନ୍ଧନ ପାଳିଲେ ସାଂସାଦ, ସାମ୍ବାଦିକ 

masiha

Leave a Comment

error: Content is protected !!